ନକଲି ନୋଟ୍‌ କାରବାର କରୁଥିବାର ଗେଙ୍ଗ୍‌ ଗିରଫ୍‌

ଝାରସୁଗୁଡ଼ା ବନହରପାଲି ପୁଲିସ୍‌ କଲା ନକଲି କାରଖାନାନେ ଚଢଉ, ୩ ଗିରଫ୍‌

0

ଝାରସୁଗୁଡ଼ାନେ ନକଲି ନୋଟ୍‌ କାରବାରନେ ଥିବାର ଗୁଟେ ଗେଙ୍ଗ୍‌କେ ଧରିଛେ ପୁଲିସ୍‌ । ଝାରସୁଗୁଡ଼ା ବନହରପାଲି ପୁଲିସ ଇ ଗେଙ୍ଗ୍‌କେ ଧରବାରନେ ସଫଲ ହେଇଛେ । ବନ୍ଧବାହାଲଠାନେ କିଛି ଜନ୍‌ ନକଲି ନୋଟ୍‌ ବେଭହାରକାରୀକଁର ଖବର ପାଏଲା ବାଦ୍‌ ଇ ଘଟନାନେ ୩ ଜନ୍‌କୁଁ ଗିରଫ୍‌ କରାଯାଇଛେ । ଗିରଫ୍‌ ଅଭିଯୁକ୍ତ ମାନକଁର ପାଶୁ ୯୬ ହଜାର ୩ଶହ ଟଙ୍କାର ଜାଲ୍‌ ନୋଟ୍‌ ପ୍ରିଣ୍ଟିଂ ମେସିନ୍‌ ଜବତ୍‌ କରିଛେ ପୁଲିସ୍‌ । ସେଆଡେ ଝାରସୁଗୁଡ଼ା ବନହରପାଲି ପୁଲିସ ଥାନାନେ ଗୁଟେ ମାମଲା ରୁଜୁ କରିକିନା ତଦନ୍ତ ଉତାରୁ ସମ୍ବଲପୁର ବାମରାନେ ଥିବାର ନକଲି ନୋଟ୍‌ କାରଖାନା ପାଇଥିଲେ । ଗୁରୁବାର ରାତି କାରଖାନାନେ ଚଢାଉ କରାଯାଇଥିବାର ବେଲକେ ଅଭିଯୁକ୍ତକୁଁ ଗିରଫ କରାଯାଇଥିଲା ।

ଗିରଫ ଅଭିଯୁକ୍ତମାନେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁରର ମହମ୍ମଦ ଇରଫାନ୍‌, ଇସ୍ଥିଫାକ ଆନ୍ସାରୀ, ଝାରସୁଗୁଡା ଲଖନପୁରର ଖଡମର ମହମ୍ମଦ ଅଜମଲ ବଲି ଜନାପଡିଛେ । ବନ୍ଧବାହାଲର ଗୁଟେ ପେଟ୍ରୋଲ୍‌ ପମ୍ପନେ କିଛି ଜନ୍‌ ତେଲ୍‌ ଭରିକରି ନକଲି ନୋଟ୍‌ ଦେଇକରି ଯାଇଥିଲେ । ପେଟ୍ରୋଲ୍‌ ପମ୍ପ ମାଲିକ୍‌ ଇ କଥା ଜାନଲା ବାଦ୍‌ ଥାନାନେ ଅଭିଯୋଗ କରିଥିଲେ । ଯାର ବାଦ୍‌ ପୁଲିସ ଆଡୁ ଘଟନାର ତଦନ୍ତ କରାଯାଇକରି ନକଲି ନୋଟ୍‌ କାରଖାନା ଉପରେ ଚଢଉ କରାଯାଇଥିଲା ଆରୁ ଅଭିଯୁକ୍ତ ଗିରଫ ହେଇଥିଲେ । ଘଟନା ବାବଦେ ଗୁଟେ ସାମ୍ବାଦିକ୍‌ ସମ୍ମିଲନୀନେ ସୂଚନା ଦେଇଛନ୍‌ ଝାରସୁଗୁଡ଼ା ଏସପି ରାହୁଲ ପିଆର୍‌ ।

Leave A Reply

Your email address will not be published.