ଟୋକିଓ ଅଲିମ୍ପିକ୍ସ: ଓଡ଼ିଶାନୁ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ, ଆର୍ ରଶ୍ମିତା ମିଞ୍ଜ

0

ହକିର ଗଡ ସୁନ୍ଦରଗଡ । ସେନୁ ବାହାରିଥିବାର ଖେଲାଲି ମାନେ ସବୁବେଲେ ଦେଶ୍ ଲାଗି ନାଁ କରିଛନ୍ । ତ ଗଲା ବର୍ଷ ଟୋକିଓ ଅଲିମ୍ପିକ୍ସ ଯେନଟା ହେବାର କଥା କରୋନା ଲାଗି ଇ ବର୍ଷକେ ଘୁଞ୍ଚଲା । ତ ଇ ବର୍ଷ ଜାତୀୟ ମହିଲା ହକି ଶିବିର ଲାଗି ହକି ଇଣ୍ଡିଆ ତରଫୁଁ ୨୫ ଝନିଆ ଭାରତୀୟ ସମ୍ଭାବ୍ୟ ଦଲ ଘୋଷଣା ହେଇଛେ । ଯେନେକି ଓଡ଼ିଶାନୁ ୪ ଝନ୍ ହକି ପ୍ଲେୟାର ଜାଗା ପାଇଛନ୍ ।


ଓଡ଼ିଶାନୁ ଯେନ୍ ୪ ଖେଲାଲି ଜାଗା ପାଇଛନ୍ ସେମାନେ ହେଲେ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ, ଆର୍ ରଶ୍ମିତା ମିଞ୍ଜ । ଗଲା ଜାନୁଆରୀ ମାସେ ଆର୍ଜେଣ୍ଟିନା ଯାଇଥିବାର୍ ଭାରତୀୟ ଦଲର ସବୁ ସଦସ୍ୟ ଜାତୀୟ ଶିବିର ଲାଗି ବଛାଯାଇଛନ୍ । ସେନୁ ଫିରବାର୍ ଉତାରୁ ଦୁହି ହପ୍ତା ଉତାରୁ ସବୁ ଖେଲାଲି ବେଙ୍ଗାଲୁରୁ ସାଇ କେନ୍ଦ୍ରନେ କ୍ୱାରେଣ୍ଟିନନେ ରହେବେ । ଇତାରୁ ଉତାରୁ ଜାତୀୟ ଶିବିର ଆରମ୍ଭ ହେଇ ଏପ୍ରିଲ ରେ ଶେଷ୍ ହେବା । ଶିବିରନେ ଆଏବାର୍ ଟୋକିଓ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତି ଜୋରଦାର କରବେ । ହେଡ କୋଚକଁର୍ ଇ ନେଇ ପ୍ରତିକ୍ରିୟା ବି ଆସିଛେ । ସେ କହିଛନ୍ ପାଖାପାଖି ୧୨ ମାସ ଉତାରୁ ଦଲ୍ ଆର୍ଜେଣ୍ଟିନା ଯାଇଥିଲା । ଦଲ ଗୁଟେ ମ୍ୟାଚ୍ ନାଇଁ ଜିତିଥିଲେ ବି ଦଲର ପ୍ରଦର୍ଶନ୍ କେ ନେଇ ସେ ଖୁସ୍ ଅଛନ୍ । କ୍ୱାରେଣ୍ଟିନ୍ନେ ରହେଲାବେଲକେ ଆର୍ଜେଣ୍ଟିନାନେ ଖେଲିଥିବାର୍ ସବୁ ମ୍ୟାଚର ସମୀକ୍ଷା ହେବା । ଏନ୍ତାକି ସବୁ ଖେଲାଲିକୁଁ ତାକଁର୍ ଯେନଟା ବି ଅସୁବିଧା ରହୁଛେ ତାକେ ସୁଧରାବାର ନେଇ ସୁଯୋଗ୍ ବି ଦିଆଯିବା ।


କରୋନା ଭିତରେ ଯେତେବେଲେ ସବୁ ବାତିଲ ହେଇ ହେଇ ଯାଉଥିଲା, ସବୁ ଦେଶନେ ଲକଡାଉନ୍ ଲାଗିସାରିଥିଲା, ସମକଁର୍ ନଜର ଥିଲା କେନ୍ତା ହେବା ଟୋକିଓ ଅଲିମ୍ପିକ୍ସ । ଆଇଓସି ଆର୍ ଆୟୋଜକ ଜାପାନ କରବାର୍ ଲାଗି ଚାହୁଁଥିଲେ ବି ବହୁତଟେ ଦେଶ ନିଜର ଆଡୁ ବାହାରିଯିବାର୍ ଉତାରୁ ମାର୍ଚ୍ଚ ୨୪ ତାରିଖ୍ନେ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚଲା ବଲି କୁହାଗଲା । ଟୋକିଓ ଅଲିମ୍ପିକ୍ସ ଗଲା ଜୁଲାଇ ୨୪ ତାରିଖନୁ ମୁଲ ହେଇ ଅଗଷ୍ଟ ୯ ତାରିଖ ତକ୍ ଚାଲିଥିତା । ହେଲେ ଇଟା ଫେର ଇ ବର୍ଷ ଜୁଲାଇର ୨୩ନୁ ମୁଲ ହେଇ ଅଗଷ୍ଟ ୮ ତାରିଖ୍ ତକ୍ ଚାଲବା । ତ ସେଥିରଲାଗି ଖେଲାଲି ମାନେ ନିଜର ନିଜର ପ୍ରସ୍ତୁତି କରୁଛନ୍ ।

Leave A Reply

Your email address will not be published.