ଭିସୁଟ୍‌ନେ ବଢୁଛେ ପଜିଟିଭ୍‌କଁର ସଂଖ୍ୟା

ସମ୍ବଲପୁର ଭିସୁଟ୍‌ନେ କାଣା ହେଲା ଯେ ବାତିଲ୍ ହେଲା ଛାତ୍ରଛାତ୍ରୀକଁର ପରୀକ୍ଷା

0

ଦେଶ୍‌କେ ଫେର୍ ଫିରିଛେ କରୋନା । ଗଲା କିଛି ମାସ୍ ହେଲା କରୋନା ସ୍ଥିତି ନିୟନ୍ତ୍ରିତ ରହିଥିଲା, ହେଲେ ଇହାଦେ ଇ ସଂଖ୍ୟା ଫେର୍ ବଢବାରନେ ଲାଗିଛେ । ଯେନଟା ସବୁ ରାଜ୍ୟ ସରକାରକଁର ଚିନ୍ତା ବଢେଇଛେ । ଓଡ଼ିଶାନେ ଭିଲ୍ କିଛିଟା ଜିଲ୍ଲାନେ କରୋନା ପଜିଟିଭ୍ ଦେଖବାର ଲାଗି ମିଲିଛେ । ଇହାଦେ ସମ୍ବଲପୁର ଭିସୁଟ୍‌ନେ କରୋନା ରୋଗୀକଁର ସଂଖ୍ୟା ବଢି ବଢି ଚାଲିଥିବାର ଦେଖବାର ଲାଗି ମିଲିଛେ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଇହାଦେ କରୋନା ଆକ୍ରାନ୍ତ ହେଇଛନ୍ । ୨୯ନୁ ଅଏତକା ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରହିଥିବାର ନେଇ କରି କୁହାଯାଉଛେ । ସେଆଡେ ପଜିଟିଭ୍ ସଂଖ୍ୟା ବଢୁଥିବାରନୁ ସମ୍ବଲପୁର ଜିଲ୍ଲାପାଳ ଭିସୁଟ୍ ହଷ୍ଟେଲକେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ । ପରୀକ୍ଷା ରହିଥିବାର ବେଲକେ ଇହାଦେ କଲେଜ ଆଡୁ ସବୁ ପରୀକ୍ଷା ସ୍ଥଗିିତ୍ ରଖାଯାଇଛେ ।

ଆଗକେ ପରୀକ୍ଷା ତାରିଖ୍ ଘୁଷଣା ନାଇଁ କରାଯାଇଥିବାର ବେଲକେ ଯଦି ପରୀକ୍ଷା ହୁଏ ତାହାହେଲେ ଅନଲାଇନ୍ କରାଯିବାର ସମ୍ଭାବନା ରହିଛେ । ଅଚାନକ୍ କରୋନା ରୋଗୀକଁର ସଂଖ୍ୟା ବଢୁଥିବାରନୁ ଛାତ୍ରଛାତ୍ରୀ ଆରୁ ଅଭିଭାବକକଁର ଭିତରେ ଅସନ୍ତୋଷ ଦେଖାଦେଇଛେ । କିଛି ଛାତ୍ରଛାତ୍ରୀ କଲେଜନୁ ବାହାରିକରି ପଲଉଥିବାର ଭିଲ୍ ଦେଖବାର ଲାଗି ମିଲିଛେ । ଏମସିଏଲ୍ କ୍ୟାମ୍ପସନୁ ଭିଲ୍ କରୋନା ପଜିଟିଭ୍ ଚିହ୍ନଟ ହେଇଥିବାର ଦେଖବାର ଲାଗି ମିଲିଛେ । ଇଠାନେ ଭିଲ୍ ପଜିଟିଭକଁର ସଂଖ୍ୟା ବଢୁବାରନେ ଲାଗିଥିବାରନୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ହିସାବେ ଘୁଷଣା କରାଯାଇଛେ । କରୋନା ନିୟନ୍ତ୍ରଣକେ ନାଇଁ ଆଏବାର ତକ୍ ଘରୁ ରହିକରି କାମ୍ କରବାର ଲାଗି ଏମସିଏଲ୍ କର୍ମଚାରୀକୁଁ ନିର୍ଦ୍ଦେଶ ଦିଆଯୋଇଛେ । ଦୁଶରା ଆଡେ ଭିସୁଟ୍ ଛାତ୍ରଛାତ୍ରୀକଁର ସାମ୍ପଲ୍ ପୁନେ ପଠାଯିବାର ଲାଗି ପ୍ରସ୍ତୁତି ଚାଲିଛେ । ଇଠାନର୍ ଛାତ୍ରଛାତ୍ରୀକଁର ଦିହେ କରୋନାର ନୂଆଁ ଷ୍ଟ୍ରେନ୍ ଅଛେ କି ନାଇଁ ସେଟା ଜାନବାର ଲାଗି ନମୂନା ପୁନେ ସହରକେ ପଠାଯିବାର ଲାଗି ବେବସ୍ଥା କରାଯାଉଛେ । ଇଟା ନେଇକରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ ।

ଇହାଦେ ଦେଶଭରନେ କରୋନା ଟିକାକରଣ ପ୍ରକ୍ରିୟା ଭିଲ୍ ଚାଲିଛେ । ରାଜ୍ୟନେ ଆଏଜଠାନୁ କରୋନା ଦୁଇ ନମ୍ବର ଖେପ୍‌ନେ ଟିକାକରଣ ଆରମ୍ଭ ହେଇଛେ । ଇ ଖେପ୍‌ନେ ବୟସ୍କ ଲୋକ ମାନକୁଁ କରୋନା ଯିକା ଦିଆଯାଉଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମସନେ ପହେଲା ଡୋଜ୍ କରୋନା ଟିକା ନେଇଛନ୍ । ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ୍ ଟିକା ନେଇଛନ୍ ଇତାର ସାଙ୍ଗେ ଭାରତକେ କରୋନା ମୁକ୍ତ୍ କରବାର ଅଭିଯାନନେ ସମକୁଁ ସାମିଲ ହେବାର ଲାଗି ଭିଲ୍ କହିଛନ୍ । ଦୁଶରା ଆଡେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଭିଲ୍ କରୋନା ଟିକା ନେଇଛନ୍ । ମୁଖ୍ୟମନ୍ତ୍ରୀ ଭିଲ୍ ପହେଲା ଡୋଜ୍ କରୋନା ଟିକା ନେଇଛନ୍ । ମୁଖ୍ୟମନ୍ତ୍ରୀ ବିଧାନସଭାନେ ଥିବାର ଡିସପେନସାରିନେ ପହେଲା ଡୋଜ୍ କରୋନା ଟିକା ନେଇଛନ୍ ଆରୁ ସେ ବହୁତ୍ ଖୁସ୍ ଥିବାର କହିଛନ୍ ।

Leave A Reply

Your email address will not be published.