ଉର୍ଦ୍ଦୁ କବି ନିଜାମ୍‌କୁଁ ଜାତୀୟ ଗଙ୍ଗାଧର ସମ୍ମାନ୍‌

୨୦୧୯ ବଛର୍ ଲାଗି ଗଙ୍ଗାଧର ଜାତୀୟ ସମ୍ମାନ୍ ଦିଆଯିବା ଉର୍ଦ୍ଦୁ କବି ସିନ୍ କାଫ୍ ନିଜାମ୍‌କୁଁ

0

୨୦୧୯ ବଛର୍ ଲାଗି ଗଙ୍ଗାଧର ଜାତୀୟ ସମ୍ମାନ୍ ଦିଆଯିବାର ନେଇକରି ବସଲା ବୈଠକ୍ । ନାଁକରା ଉର୍ଦ୍ଦୁ କବି ସିନ୍ କାଫ୍ ନିଜାମ୍‌କୁଁ ୨୦୧୯ ଲାଗି ସମ୍ମାନିତ୍ କରାଯିବା ଗଙ୍ଗାଧର ମେହେର ଜାତୀୟ ସମ୍ମାନନେ । ଇଟା ନେଇକରି ସୋମବାର ସମ୍ବଲପୁର ବିଶ୍ୱବିଦ୍ୟାଳୟନେ ହେଇଥିବାର ସିଣ୍ଡିକେଟ୍ ବୈଠକନେ ନିଷ୍ପତ୍ତି ନିଆଯାଇଛେ । ଆଏବାର ଜାନୁଆରୀନେ ହେବାକେ ଥିବାର ଗଙ୍ଗାଧର ମେହେର ୟୁନିଭର୍ସିଟିର ୫୪ ନମ୍ବର ପ୍ରତିଷ୍ଠା ଦିବସନେ ନିଜାମକୁଁ ପୁରସ୍କାର ଦିଆଯାଇକରି ସମ୍ମାନିତ୍ କରାଯିବା ।

୧୯୯୧ ମସିହାନୁ ସ୍ୱଭାବ କବି ଗଙ୍ଗାଧର ମେହେରକଁର ସ୍ମୃତିନେ ଇ ପୁସ୍କାର ଦିଆଯାଇ ଆସୁଛେ । କବି ନିଜାମ୍ ରାଜସ୍ଥାନ୍ ଯୋଧପୁରର ହେଇଥିବାର ବେଲକେ କେତନି ନାଁକରା କବିତା ଲେଖିକରି ପାଠକକଁର ପାଶେ ଗୁଟେ ଜାଗା କରିଛନ୍ । ଲମ୍‌ହୋ କେ ସାଲିବ୍‌, ଦସ୍ତମେଁ ଦରିୟାଁ, ନାଦ୍‌, ଶାୟା କୋଇ ଲମ୍ବା ନା ଥା, ଗୁମ୍‌ସୁଦା ଦେର କି ଗୁଞ୍ଜତି ଘଣ୍ଟିଆଁ ଲେଖେଁ କେତନି ବହି ଲେଖିଛନ୍ । ୨୦୧୦ ମସିହାନେ ନାଜିମ୍‌କୁଁ ସାହିତ୍ୟ ଏକାଡେମି ପୁରସ୍କାର ଦିଆଯାଇଥିଲା ତାକଁର ଲେଖା ‘ଗୁମ୍‌ସୁଦା ଦେର କି ଗୁଞ୍ଜତି ଘଣ୍ଟିଆଁ’ ବହି ଲାଗି ।

ସୁନ୍ଦର ସୁନ୍ଦର ଲେଖା ମାଧ୍ୟମନେ ସବୁବେଲେ ପାଠକକଁର ପାଶେ ପହଞ୍ଚିବାର ଲାଗି ଚେଷ୍ଟା କରିଥିବାର ନିଜାମ୍‌କୁଁ ଜାତୀୟ ଗଙ୍ଗାଧର ସମ୍ମାନ ଦିଆଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ । ଇତାର ବାହାରେ ହେଇଥିବାର ସିଣ୍ଡିକେଟ୍ ବୈଠକନେ ଆର ଦୁଇଟା ପ୍ରସଙ୍ଗ ବାବଦେ ଭିଲ୍ ଆଲୋଚନା କରାଯାଇଛେ । ଇଥିରେ ପ୍ରୋବେସନନେ ଥିବାର ୮ ଜନ୍ ଶିକ୍ଷକକଁର ଚାକିରି ସ୍ଥାୟୀ ଆରୁ ୨୦ ଜନ୍ ଶିକ୍ଷକ୍‌କଁର ଷ୍ଟେଜ୍‌-୧ନୁ ଷ୍ଟେଜ୍‌୍ -୨ ଆରୁ ୩କେ କରାଯାଇଛେ ।

Leave A Reply

Your email address will not be published.