୪ ବର୍ଷ ଉତାରୁ ଭାରତ ର ମିଶନ୍ କ୍ଲିନ୍ ସ୍ୱିପ୍‌

0

୪ ବର୍ଷ ଉତାରୁ ଭାରତ ର ମିଶନ୍ କ୍ଲିନ୍ ସ୍ୱିପ୍‌। ଏବେ ଚାଲିଥିବାର୍ ଟି-ଟ୍ୱେଣ୍ଟି ସିରିଜନେ ଭାରତ ସିରିଜ୍ ଜିତିଥିବାର୍ ବେଲକେ ଆଜିର ମ୍ୟାଚ୍ ଜିତି କରି ସିରିଜ୍ ୩-୦ନେ ଜିତବାର୍ ଲକ୍ଷ୍ୟନେ ରହିଛେ । ଅଷ୍ଟ୍ରେଲିଆକେ ୨୦୧୬ନେ ହରେଇଥିଲା ଭାରତ, ହେଲେ ୨ଥର ହରାବାର ସୁଯୋଗ୍ କାହାକେ ନାଇଁ ମିଲି । ଯଦି ଆଜି ଭାରତ ଅଷ୍ଟ୍ରେଲିଆକେ ୩-୦ରେ ହରଉଛେ ବଏଲେ ୨ଥର କ୍ଲିନ୍ ସ୍ୱିପ୍ କରବାର୍ ସାଙ୍ଗେ ନୂଆ ରେକର୍ଡ କରବା ଭାରତ । ପାଖାପାଖି ୪ ବର୍ଷ ତଲେ ମାନେ ୨୦୧୬ନେ ଭାରତ ଯେତେବେଲେ ଅଷ୍ଟ୍ରେଲିଆ ଖେଲବାର୍ ଲାଗି ଯାଇଥିଲା । ସେତେବେଲକେ ଅଷ୍ଟ୍ରେଲିଆକେ ୩-୦ନେ ହରେଇଥିଲା ଭାରତ । କିନ୍ତୁ ସେତେବେଲକେ ଦଲର କ୍ୟାପଟେନ୍ ଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ସେ ସୁଯୋଗ୍ ବିରାଟକଁର୍ ପାଖେ ଅଛେ । ଆଜି ଆର ଗୁଟେ ମ୍ୟାଚ୍ ଜିତିଗଲେ କ୍ଲିନ୍ ସ୍ୱିପ୍ କରବା । ଯେନ ହିସାବେ ଟିମ୍ ଇଣ୍ଟିଆ ୱାନଡେରେ ଖେଲିଥିଲା ।

ହେନ୍ତା ତ ଟି-ଟ୍ୱେଣ୍ଟି ହେବାର୍ ଆଘୋନୁ କିହେ ଭାବି ବି ନାଇଁ ଥିବେ ଯେ ଭାରତ ମ୍ୟାଚ୍ ଜିତବା । ୩-୦ର କଥା ବହୁତ ଦୂରେ ଥିଲା , ଏନ୍ତା ଲାଗୁଥିଲା ଯେ ୧୦-୦ ନାଇଁ ହେଇଯାଉ । ବାକି ଟିମ୍ ନିଜର ଦମ୍ ଦେଖଲା । ଆର୍ ଭାରତ ୨ଟା ମ୍ୟାଚ୍ ଜିତଲା ଉତାରୁ ସେ ଆଶ୍ ଦିଶୁଛେ । ଭାରତ ଟିମ୍ ଆଘେ ଯଦି ଅଷ୍ଟ୍ରେଲିଆକେ ଦେଖମା ବଏଲେ, ଅଷ୍ଟ୍ରେଲିଆ ଖାଲି ୨ଟା ମ୍ୟାଚ୍ ତ ହାରିଛେ, କିନ୍ତୁ ଦଲର ବହୁତଟେ ଖେଲାଲି ଆହତ୍ ବି ହେଇଛନ୍ । ଯେନଟା ସେମାନକଁର୍ ଲାଗି ଗୁଟେ ବଡ ଝଟକା । ଆରୋନ୍ ଫିଞ୍ଚ, ୱାର୍ନର, ଷ୍ଟାର୍କ ନାଇଁନ, କମିନସ ବି ବାହାର । ଷ୍ଟୋଏନିସ ବୋଲିଂ ନାଇଁ କରନ୍ । ଯେନଟା ଅଷ୍ଟ୍ରେଲିଆ ଲାଗି ଚିନ୍ତାର କାରନ୍ । ଏବେ ଭାରତ ପାଖେ ପୁରା ସୁଯୋଗ୍ ଅଛେ । ଇ ସିରିଜ୍ ଜିତଲେ ଭାରତ କ୍ଲିନ୍ ସ୍ୱିପ୍ ତ କରବା, ତାର ଛଡା ଆଏବାର୍ ବର୍ଷ ଯେହେତୁ ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ଆସୁଛେ ।

ତ ଭାରତ ଲାଗି ଟିମ୍ ବାଛବାର୍ ଲାଗି ବି ସୁବିଧା ହେବା । କାରନ୍ ଅଷ୍ଟ୍ରେଲିଆକେ ଅଷ୍ଟ୍ରେଲିଆର ମାଟିନେ ହରାବାରଟା ହେତେ ସହଜ୍ ନୁହେଁସେ । ହେନ୍ତା ଯଦି ଦେଖମା ଅଷ୍ଟ୍ରେଲିଆ ତାର ଫୁଲ ଟିମ୍ ସାଙ୍ଗେ ନାଇଁ ଖେଲବାର୍ । କାରନ୍ ଡେଭିଡ ୱାର୍ନର ବାହାର ହେଲା ବେଲୁ ଟିମର ତାକତ୍ ଅଧା ବଏଲେ ଚଲେ । ହେଲେ ଭାରତ ପାଖେ ବି ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ନାଇଁନ । ବୁମରାହ, ଆର ସାମିକୁଁ ରେଷ୍ଟ ଦିଆଯାଇଛେ । ତ ଭାରତ ବି ନିଜର ଫୁଲ ଟିମ୍ ସାଙ୍ଗେ ନାଇଁ ଖେଲବାର୍ । ଟି-ଟ୍ୱେଣ୍ଟିନେ ଭାରତ ନିଜର ପ୍ରଦର୍ଶନକେ ଭଲ କରବାର୍ ଥିଲା । ଏବେ ସେଟା ଦିଶୁଛେ । କାରନ୍ ଦଲର ବିଶ୍ୱାସ୍ ବି ବଢିଛେ ।

ୱାନ ଡେ ସିରିଜର ଶେଷ୍ ମ୍ୟାଚ ଜିତିଛେ, ତାର ସାଙ୍ଗେ ଇ ଟି-ଟ୍ୱେଣ୍ଟି ସିରିଜର ୨ଟା ମ୍ୟାଚ୍ ଜିତିଛେ ଭାରତ । ଭାରତର ବ୍ୟାଟିଂ ଦେଖମା ବଏଲେ ଉପରୁ ତଲ ତକ୍ ସଭେ ଭଲ ଖେଲୁଛନ୍ । ତଲ ଆଡେ ହାର୍ଦ୍ଦିକ ପାଣ୍ଡ୍ୟା ତ ଜବରଦସ୍ତ ବ୍ୟାଟିଂ କରୁଛନ୍ । ସବୁବେଲେ ଭାରତ ଯେତେବେଲେ ପହେଲା ବ୍ୟାଟିଂ କରସି କୁହାଯାଏସି , ସେତକି ସ୍କୋରକେ ଡିଫେଣ୍ଡ କରବାର୍ ଲାଗି ଅସୁବିଧାରେ ପଡସି । କିନ୍ତୁ ଯଦି ଦେଖମା ପଡିଆକେ ଉତରିଲେ ଯେ ତ ଖେଲାଲି ଜାନବେ ଯେ ପିଚ୍ କେନ୍ତା ଅଛେ । କିନ୍ତୁ ଯଦି ଯେନ୍ ଟିମକେ ଚେଜ କରବାର୍ ଅଛେ , ସେମାନକଁର୍ ସାମନାନେ ଗୁଟେ ଟାର୍ଗେଟ୍ ଥିସି ।

କେନେ ନା କେନେ କେନସି ବି ଟିମ୍ ହେଉ ତାକଁର୍ ଲାଗି ଚେଜ କଲାବେଲକେ ପିଚ୍ କେନ୍ତା ଅଛେ, କେନ୍ତା ହିସାବେ ଖେଲବାର ଅଛେ ସେ କଥା ଜନାଥିସି । ହେଲେ ଇ ପହେଲା ବ୍ୟାଟିଂ କରବାରଟା କେନସି ଟିମ୍‌ର ଲାଗି ବି ପରୀକ୍ଷା ଆଏ । ସିରିଜ୍ ମୁଲନୁ ଇଟା ବି ଚର୍ଚ୍ଚା ଥିଲା ଯେ ଭାରତ ଟପ୍ ତିନଟା ଟିମ୍ ଯେନ୍ତା ଖେଲବାର କଥା ସେ ହିସାବେ ନାଇଁ ଖେଲବାର୍ । ପ୍ରଶ୍ନ ଇଟା ବି ଥିଲା ଯେ ବୋଲିଂ ନାଇଁ କରିକରି ହାର୍ଦ୍ଦିକ୍ ପାଣ୍ଡ୍ୟାକଁର୍ ଟିମରେ ଜାଗା ଅଛେ କାଏଁ । କିନ୍ତୁ ଯେନ୍ ହିସାବେ ହାର୍ଦ୍ଦିକ୍ ଖେଲିଛନ୍‌, ତାକଁର୍ ଲାଗି ତ ଭଲ ଆଏ, ଭାରତ ଲାଗି ବି ବହୁତ ଭଲ । ଆର୍ ଯେନ୍ ମାନେ ଇ ଦୁଇଟା ପ୍ରଶ୍ନ ବି ଉଠେଇଥିଲେ, ତାର ଉତ୍ତର ମିଲିଗଲା ।

ତାର ଉତାରୁ ଯେନଟା ଭାରତ କେ ଇ ସିରିଜରେ ମିଲିଛେ ସେଟା ହେଲା ନଟରାଜନକଁର୍ ବୋଲିଂ । ଯାହାକଁର୍ ପାଖେ ଏଙ୍ଗଲ ଅଛେ, ଭେରାଇଟି ବି ଅଛେ । ଯେନଟା ବହୁତ୍ ଦିନୁ ଖୁଜୁଥିଲା ଟିମ୍ । ଆର୍ ଯେହେତୁ ସେ ନୂଆଁ , ତାକୁଁ ବହୁତ ବ୍ୟାଟସମାନେ ବି ନାଇଁ ଖେଲବାର, ତ ଜାନି ନାଇଁ ପାରନ୍ ତାକଁର୍ ଖେଲକେ । କାରନ୍ ବୋଲର ମାନେ ଯେତେ ଯେତେ ମ୍ୟାଚ୍ ଖେଲତେଲ ଯାଏସନ୍‌, ତାକୁଁ ବିରୋଧୀ ଟିମ୍ ସେତକି ଭଲ ହିସାବେ ଚିହ୍ନି କରି ସେ ହିସାବେ ଖେଲସନ୍ । ଇନେ ନଟରାଜନ ଯେହେତୁ ନୂଆଁ, ତ ତାକଁର୍ ଲାଗି ଆଉ ଟିମ୍ ଲାଗି ଇଟା ଗୁଟେ ଭଲ ସୁଯୋଗ୍ ।

ସେନ୍ତା ବି ୨୦୧୭ରେ ଭାରତ ଶ୍ରୀଲଙ୍କାକେ ୩-୦ରେ ହରେଇକରି କ୍ଲିନ ସ୍ୱିପ୍ କରିଛେ, ୱେଷ୍ଟଇଣ୍ଡିଜ ବାଗିର ଟିମ୍ ଯେନଟା ୨୦୧୬ ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ଚମ୍ପିୟନ୍ ସେ ଟିମକେ ୨୦୧୮ ଆର୍ ୧୯ନେ ୩-୦ରେ ହରେଇକରି କ୍ଲିନ୍ ସ୍ୱିପ୍ କରିଛେ । କିନ୍ତୁ ଅଷ୍ଟ୍ରେଲିଆକେ ଅଷ୍ଟ୍ରେଲିଆନେ ୨ ଥର କ୍ଲିନ ସ୍ୱିପ୍ କିହେ ବି ନାଇଁ କରବାର୍ । ଯଦି ଭାରତ କରବା, ଇଟା ଗୁଟେ ନୂଆ ରେକର୍ଡ ହେବା । ୨୦୧୬ନେ ଧୋନିକଁର୍ ଟିମ୍‌କେ ସେ ସୁଯୋଗ୍ ମିଲିଥିବାର୍ ବେଲକେ ବିରାଟକଁର୍ ଟିମ୍ ପାଖେ ୪ ବର୍ଷ ଉତାରୁ ଫେର ଥରେ ସେ ସୁଯୋଗ୍ ଆସିଛେ । ତାର ଉତାରୁ ଆଗକେ ଫେର ଟେଷ୍ଟ ସିରିଜ୍ । ଯେନଟାକି ଦଲ ଲାଗି ଅଷ୍ଟ୍ରେଲିଆନେ ଅଗ୍ନି ପରୀକ୍ଷା ।

କାରନ୍ ଅଷ୍ଟ୍ରେଲିଆ ଏନ୍ତା ଗୁଟେ ଟିମ୍ ଶେଷ୍ ତକ୍ ଲଢସି । ଯେନ୍ କୁହାଯାଏସି କିଛି ବି ଅସମ୍ଭଭ୍ ନାଇଁସେ, ସେଟା କରିକି ଦେଖେଇଥିସି ଅଷ୍ଟ୍ରେଲିଆ ଟିମ୍ । ଖାସ୍ କରି ଟେଷ୍ଟ ମ୍ୟାଚରେ , ଶେଷ୍ ରନ୍ ନାଇଁ ହେବାର ତକ୍ କି ଶେଷ୍ ୱିକେଟ୍ ନାଇଁ ଝଡବାର୍ ତକ୍ ସେମାନେ ଲଢସନ୍ । ସେଥିରଲାଗି ଯେବେ ଯେବେ ଅଷ୍ଟ୍ରେଲିଆ ମାଟିନେ ଅଷ୍ଟ୍ରେଲିଆ ସାଙ୍ଗେ ଭାରତ ଖେଲିଛେ, ତାର ଚର୍ଚ୍ଚା ସବୁବେଲେ ହେସି, ତାକେ ନେଇ କ୍ରିକେଟ ଫ୍ୟାନ୍ ମାନକଁର୍ ଭିତରେ ଗୁଟେ ରୋମାଞ୍ଚ ସବୁବେଲେ ଥିସି । ଅଷ୍ଟ୍ରେଲିଆ ସାଙ୍ଗେ କ୍ରିକେଟ୍ ଖେଲବାରଟା ସବୁବେଳେ ଟିକେ ଅଲଗା କାଁ ହେଲାଯେ, ଇଥିର ଲାଗି ଅଲଗା ଯେ ସେମାନେ ସହଜେ କେଭେ ନାଇଁ ହାରନ୍ । ଆଗକେ ତାକଁର୍ ସାଙ୍ଗେ ଟେଷ୍ଟ ସିରିଜ୍ ଅଛେ , ଯଦି ଆଜିର ମ୍ୟାଚ ଜିତୁଛେ ଆମର୍ ଦଲ ବଏଲେ କ୍ଲିନ୍ ସ୍ୱିପ ତ ହେବା ତାର ସାଙ୍ଗେ ଆଗକେର ଲାଗି ଇଟା ଟିମର ବିଶ୍ୱାସ ବଢବା ଆର୍ ଫ୍ୟାନ୍ ମାନକଁର୍ ବି ଭରସା ବଢିଯିବା ।

Leave A Reply

Your email address will not be published.