ଜାନୁଆରୀ ୧୬ନୁ ହେବା ଅନ୍ତର୍ଜାତୀୟ ଫିଲ୍ମ ଫେସ୍ଟିଭାଲ୍

0

ଗୋଆ ନେ ହେବାର୍ କେ ଯାଉଥିବାର୍ ୫୧ତମ ଅନ୍ତର୍ଜାତୀୟ ଫିଲ୍ମ ଫେସ୍ଟିଭାଲ୍ ଇ ବଛର୍ ଜାନୁଆରୀ ୧୬ ତାରିଖ ନୁ ୨୬ ତାରିଖ୍ ତକ୍ ହେବାର୍ କେ ଯାଉଛେ । ଇ ଫେସ୍ଟିଭାଲ୍ ନେ ୱାର୍ଲ୍ଡ ର୍ ଭିନ୍ ଭିନ୍ ଦେଶ୍‌ନୁ ମୋଟ୍ ୨୨୪ ଟା ସିନେମା ପ୍ରଦର୍ଶନ୍ କରାଯିବା । ଯେନଥି ପହେଲା ଥର୍ ଲାଗି ଗୁଟେ ଓଡିଆ ସିନେମା ମନୋନୀତ୍ ହେଈଛେ । ନିର୍ଦ୍ଦେଶକ ନୀଳମାଧବ ପଣ୍ଡାକଁର୍ ‘କାଲିର୍ ଅତୀତ ‘ ଇ ଫିଲ୍ମ ଫେସ୍ଟିଭାଲ୍ ୨୦୨୦ ପନୋରମା ନେ ଜାଗା ପାଇଛେ ।

ଫେସ୍ଟିଭାଲ୍ ର ପହେଲା ଦିନ ଡେନମାର୍କ ର ଥୋମାସ୍ ୱିଣ୍ଟରବର୍ଗକଁର୍ ସିନେମା ‘ଆନାଦର୍ ରାଉଣ୍ଡ’ର ପ୍ରିମିୟର୍‌ନୁ ଆରମ୍ଭ ହେବା । ଆର୍ ଶେଷ୍ ଦିନେ କିୟୋସୀ କୁରୋସାବାକଁର୍ ଜାପାନର ଐତିହାସିକ୍ କଥାବସ୍ତୁ ଉପରେ ବନି ଥିବାର୍ ‘ୱାଇଫ୍ ଅଫ୍ ଏ ସ୍ପାଏ ‘ ପ୍ରଦର୍ଶିତ୍ କରାଯିବା । ପହେଲା ଥର୍ ଲାଗି ଇ ଫେସ୍ଟିଭାଲ୍ ହାଇବ୍ରିଡ୍ ମୋଡ୍ ନେ କରାଯିବା ଯେନଟା ଅଫଲାଇନ୍ ଆର୍ ଅନଲାଇନ୍ ଦୁହିଥି ହେବା । ଇ ଫିଲ୍ମ ଫେସ୍ଟିଭାଲ୍ ନେ ଭାରତୀୟ ପାନୋରାମା ସିନେମା ଆଡୁ ୨୧ଟା ଅନ୍‌ଫିଚର୍ ଆର୍ ୨୬ଟା ଫିଚର୍ ଫିଲ୍ମ ସାମିଲ୍ ହେଇଛେ । ଆର୍ ଇ ଫେସ୍ଟିଭାଲ୍ ନେ ଯୋଗ ଦେବାର୍ ଲାଗି ରେଜିଷ୍ଟ୍ରେସନ୍ ଭିଲ୍ ଆରମ୍ଭ ହେଇଯାଇଛେ ଯେନଟା ଜାନୁଆରୀ ୧୦ ତାରିଖ୍ ତକ୍ ରଖାଯାଇଛେ ।

Leave A Reply

Your email address will not be published.