ଡାଲଖାଇ ସୁପରଷ୍ଟାର ଗୁରୁବାରୀ

ଇନ୍ଦିରା ଗାନ୍ଧୀକୁଁ ଭିଲ୍ ଡାଲଖାଇ ନଚେଇ ଦେଇଥିବାର ଗୁରୁବାରୀ

0

ଡାଲଖାଇ, ରସରକେଲି, ମାଏଲାଜଡ, ଚୁଟକୁଚୁଟା ଲେଖେଁ ଲୋକଗୀତ୍‌ଥି ଯେତେବେଲେ ବଜାପାର୍ ବାଜସି ସେତକି ବେଲକେ ନାଇଁ ନାଚଲା ଲୋକ ଭିଲ୍ ନାଚି ପକାସି । ଆଏଜ୍ କାଲି ତ ଭିନ୍ ଭିନ୍ ମହୋତ୍ସବ ହଉ କି କେନସି କାର୍ଯ୍ୟକ୍ରମ୍ ମାନକୁଁ ଟୁକେଲ ମାନେ ପାରମ୍ପରିକ୍ ବେଶଭୂଷାଥି ସମ୍ବଲପୁରୀ ଲୋକଗୀତ୍‌ଥି ନାଚୁଛନ୍ । ହେଲେ ଆପଣମାନେ ଜାନିଛନ୍ କି ଗୁଟେ ସମିଆଁ ଥିଲା ଯେତେବେଲେ ଗୁଟେ ନାରୀ କି ମହିଲା ମଚାନ୍ ଉପରକେ ଯାଇକରି ନାଚବାର କଥାକେ ଖରାପ୍ କୁହାଯାଉଥିଲା । ମହିଲାକଁର ପ୍ରତିଭା ତାକଁର ଭିତରେ ଲୁକିକରି ହିଁ ରହିଯାଉଥିଲା । ହେଲେ ସେହି ସମିଆଁନେ ଆମର ଲୋକଗୀତ୍ ଆର ଲୋକନାଚ୍‌କେ ଗୁଟେ ପରିଚୟ ଦେଇପାରିଥିଲେ ସେ ହେଉଛନ୍ ଗୁରୁବାରୀ ମିର୍ଦ୍ଧା । ୧୪-୧୫ ବୟସେ ସେ ସମ୍ବଲପୁରୀ ଲୋକଗୀତ୍ ଆର ଲୋକନାଚ୍ ନାଚୁଥିଲେ । ଆରୁ ଗୁଟେ ବୟସେ ତାକଁର ନାଚ୍ ଚର୍ଚ୍ଚା ବନିଥିଲା, ଯେତେବେଲେ ଆମର ଭାରତର ପହେଲା ମହିଲା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗୁରୁବାରୀକଁର ସାଙ୍ଗେ ପାଦ୍ ଥି ପାଦ୍ ମିଶେଇକରି ନାଚିପକେଇଥିଲେ । ଗୁରୁବାରୀ ଯାହାକଁର ଶେଷ୍ ସମିଆଁ ତକ୍ ଇ ନାଚ୍ ଆରୁ ଗୀତ୍ ସବୁକିଛି ଥିଲା । ସମ୍ବଲପୁରୀ ଲୋକକଲାକେ ଗାଁଖୁଲିନୁ ଦିଲ୍ଲୀ ଦରବାର ତକ୍ ପୁହୁଁଚେଇକରି ଗୁଟେ ନୂଆଁ ପରିଚୟ ଦେଇଥିଲେ ଗୁରୁବାରୀ ।

୧୯୬୯ ଜାନୁଆରୀ ୨୬ନେ ଦିଲ୍ଲୀ ଦରବାରନେ ଗୁରୁବାରୀକୁଁ ନାଚ୍ ଦେଖାବାର ଲାଗି ଡକାଯାଇଥିଲା ଯେନଠାନେ ଡାଲଖାଇ ଗୀତ୍ ଗାଇକରି ସୁନ୍ଦର ଭଙ୍ଗୀନେ ନାଚିଥିଲେ । ସେତେବେଲେ ଇ ନାଚ୍ ସମକୁଁ ପସନ୍ଦ ଆସିଥିଲା ଆରୁ ସେଠାନେ ଉପସ୍ଥିତ ସେତେବେଲର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନାଚିପକେଇଥିଲେ ଯେନଟାକି ଆମେ ପହେଲାନୁ ଆପଣକୁଁ କହିଛୁ । ଇତାର ଉତାରୁ ଗୁରୁବାରୀ ବହୁତ୍ ମଚାନ୍‌ନେ ନିଜର ପ୍ରତିଭା ଦେଖେଇଛନ୍‌, ଭିନ୍ ଭିନ୍ ଜାଗାନେ ସମ୍ମାନିତ୍ ଭିଲ୍ ହେଇଛନ୍ । ହେଲେ ତାକୁଁ ଯେନ ହିସାବେ ସମ୍ମାନ୍ ମିଲବାର କଥା ସେଟା ନାଇଁ ମିଲିପାରି ଆରୁ ଯେତକି ଲୋକ୍ ଜାନବାର କଥା ସେମାନେ ଭିଲ୍ ପ୍ରଚାର ପ୍ରସାର ଅଭାବନୁ ଜାନି ନାଇଁପାରି । ଗୁରୁବାରୀ ମିର୍ଦ୍ଧାକୁଁ ସଙ୍ଗୀତ ନାଟକ ଏକାଡେମୀ , କୋଶଲ୍ ସମ୍ମାନ୍ ଆଦି ଦିଆଯାଇଥିଲା । ଶେଷ୍ ସମିଆଁ ତକ୍ ତାକଁର ପାଶେ ଭଲ୍ ଘର ଖଁଣେ ନାଇଁଥିବାର ବେଲକେ ବହୁତ୍ ଗୁହାରୀ ଉତାରୁ ଇନ୍ଦରା ଆବାସ ଯୋଜନା ଆଡୁ ତାକୁଁ ଘରଟେ ମିଲିଥିଲା ।

ଖଲି ଦନା ଟିପିକରି କୁଟୁମ୍ ଚଲଉଥିବାର ଗୁରୁବାରୀକୁଁ କଲାରାର ଭତ୍ତା ନାଁଥି ସେତେବେଲେ ୫ଶହ ଟକାଁ ମିଲୁଥିଲା । କଲା ପ୍ରତି ଆଗ୍ରହ ଥିଲା ତାହାକେ ଆହୁରି ଆଗକେ ନେବାର ଝୁଁକ୍ ଭିଲ୍ ଥିଲା ହେଲେ ଅଭାବ ଅନାଟନ୍ ଇଥରେ ସବୁବେଲେ ବାଧକ୍ ବନୁଥିଲା । ହେଲେ ଭିଲ୍ ସେ ହାରି ନାଇଁଯାଥାଇ ଜୀବନ୍‌ର ଶେଷ୍ ସମିଆଁ ତକ୍ ସମ୍ବଲପୁରୀ ଲୋକଗୀତ୍ ଲୋକନାଚ୍‌କେ ନେଇକରି ଜୀଇଁଥିଲେ ଇତାକେ ହିଁ ଜୀବନ୍‌ର ଆଦର୍ଶ ଭାବେ ରଖିଥିଲେ । ଆଏଜ୍ ସେ ନାଇଁନ୍ ୭୦ ବରଷ୍ ବୟସଥି ବରଗଡ଼ ଜିଲ୍ଲା ବିଜେପୁର ଏମ୍‌.ଗଣ୍ଡପାଲି ଗାଁନେ ସେ ସମକୁଁ ଛାଡିକରି ଚାଲିଯାଇଥିଲେ । ଆଏଜ୍ ଯଦି ଆମର ସମ୍ବଲପୁରୀ ଲୋକନାଚ୍‌କେ ଦୁନିଆଁ ଜାନିଛେ ସେତାର ପଛଆଡେ ଇ ମହାନ୍ କଲାକାରକଁର ହାତ୍ ରହିଛେ ଯେକି ସବୁବେଲେ ଇତାକେ ବଂଚେଇକରି ରଖିକରି ଆଗକେ ନେଇଥିଲେ । ଗୁରୁବାରୀ ମିର୍ଦ୍ଧା ହେଉଛନ୍ ପ୍ରକୃତ୍ ଟୁକେଲ୍ ପାୱାର ଯେ କି ବହୁତ୍‌ଟେ ଟୁକେଲକଁର ଲାଗି ଉଦାହରଣ ।

Leave A Reply

Your email address will not be published.