ଦିଦି ହେବ ତ ଏନ୍ତା

0

ଅଙ୍ଗନବାଡି ସେଣ୍ଟର ମାନକଁର୍ କଥା ଯେତେବେଲେ ପଡସି ଅଧିକାଂଶ ସମିଆଁନେ ବହୁତଟେ ସେଣ୍ଟରନେ ଲାଗି ରହୁଥିବାର୍ ସମସ୍ୟାକେ ନେଇକରି ଏକା ଚର୍ଚ୍ଚା ହେସି । ହେଲେ ସେସବୁ ଭିତରେ ଏନ୍ତା ବି ସେଣ୍ଟର ମାନେ ଅଛେ ଯେନ ସେଣ୍ଟର ଆର୍ ସେନେ ଥିବାର୍ ଦିଦି କୁଁ ଦେଖଲେ କୁହାଯାଇପାରବା ଯେ ସେଣ୍ଟର ହେବା ତ ଏନ୍ତା, ଦିଦି ହେବ ତ ଏନ୍ତା ।

ଦିଦି ଝନକ ହେଉଛନ୍ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଇରମାଲ ଅଙ୍ଗନବାଡି ସେଣ୍ଟରର ଦିଦି ରଶ୍ମିତା ପ୍ରଧାନ । ସେ ଏନ୍ତା କିଛି କାମ୍ କରିଛନ୍ ଆର୍ ତାକଁର୍ ଅଙ୍ଗନବାଡି ସେଣ୍ଟରକେ ଏନ୍ତା ବନେଇଛନ୍ ଯେନଟାକେ ନେଇ ପୁରା ଅଞ୍ଚଲନେ ଚର୍ଚ୍ଚା । ଏନ୍ତାକି ସେ ନିଜର୍ କାମ୍ ଲାଗି ଗଲା ବିଶ୍ୱ ମହିଲା ଦିବସ୍ ଦିନ ତାକୁଁ ଜିଲ୍ଲାପାଲ ସମ୍ମାନିତ୍ ବି କରିଛନ୍ । ତ କେନ୍ତା ଅଛେ ତାକଁର୍ ସେଣ୍ଟର ଦେଖୁନ୍ । ସେଣ୍ଟରକେ ପଶୁନ୍ ପଶୁନ୍ ଏକା ଗେଟ୍‌କେ ବଡା ସୁନ୍ଦର ହିସାବେ ସଜାଯାଇଛେ । ରକମ୍ ରକମ୍ ର ଫୁଲ ଗମଲା ମାନେ ଭିତରେ ଅଛେ । କିଚେନ୍ ଗାର୍ଡେନ୍ ବି କରାଯାଇଛେ । ୱାଟର ଫାଉଣ୍ଟେନ୍ ବି କରାଯାଇଛେ ବଗିଚାନେ ।ତାର ବାହାରେ ସେଣ୍ଟରରେ ପିଲାକଁର୍ ପଢା ଲାଗି ସବୁ ବ୍ୟବସ୍ଥା ହେଇଛେ । ଛୁଆ ସୁବିଧାରେ ଯେନତା ସବୁ ବୁଝବେ ସେନେଇ ବି ସବୁ ବ୍ୟବସ୍ଥା ହେଇଛେ । ତାର ସାଙ୍ଗେ ମାସ୍ ଯାକ, ବରଷ ଯାକ ସେଣ୍ଟର ତରଫୁଁ ବହୁତଟେ କାର୍ଯ୍ୟକ୍ରମ୍ ମାନେ ବି କରାଯାଏସି । ଯେନଟାକି ଇ ସେଣ୍ଟର ବନିପାରିଛେ ଗୁଟେ ମଡେଲ ।

Leave A Reply

Your email address will not be published.