କରୋନା ଟିକା ଲାଗି ୫୦ହଜାର କୋଟି ବଜେଟ୍‌

ୟୁବିଏସ୍ ଆଡୁ ବାହାରିଥିବାର ରିପୋର୍ଟନେ ଦର୍ଶାଗଲା ୨୦୨୧-୨୨ ବଜେଟ୍

0

କରୋନା ବେମାରର ଡର୍ ଇହାଦେ ଭିଲ୍ ରହିଛେ । ଇଥର ଲାଗି ଟିକା ବାହାର କରବାର କାମେ ଲାଗିଛନ୍ ଭିନ୍ ଭିନ୍ ଦେଶର ଗବେଷକ୍ ଆର ବୈଜ୍ଞାନିକ୍ ମାନେ । ସେଆଡେ ଆଏବାର ବଛର ଭିତରେ ଦେଶକେ କରୋନା ଟିକା ଆଶବାର ନେଇକରି ଆଶ୍ କରାଯାଉଛେ । ୨୦୨୧-୨୨ ଆର୍ଥିକ୍ ବଛର୍ ବଜେଟ୍‌ନେ କେନ୍ଦ୍ର ସରକାର ୫୦ ହଜାର କୋଟି ଟଙ୍କା କରୋନା ଟିକା ଲାଗି ବଜେଟ୍ ରଖିଥିବାର କୁହାଯାଉଛେ । କରୋନା ଟିକା କେତେ ଜଲଦି ଲୁକକଁର ପାଶେ ପୁହୁଞ୍ଚିପାରୁଛେ ଆରୁ ଇତାର ଉପରେ ଲୁକକଁର ମତାମତ୍ କାଣା ରହିଛେ ସେସବୁ ଉପରେ ୟୁବିଏସ୍ ଆଡୁ ବାହାର କରାଯାଇଥିବାର ଗୁଟେ ରିପୋର୍ଟନେ ଦର୍ଶାଯାଇଛେ । କରୋନା ବେମାର ବଢବାରନୁ ଅଟକାବାର ଲାଗି ଦେଶର ଅର୍ଥନୀତିକେ ପୁରା ଖୁଲାଯାଇଛେ ।

ଇ ହିସାବେ ୨୦୨୧-୨୨ନେ ଭାରତର ମୋଟ୍ ଜିଡିପି ହାର ୧୧.୫ ହେଇପାରେ । ୨୦୨୦-୨୧ନେ ଜିଡିପି ଅଭିବୃଦ୍ଧି ୧୦.୫ ଭାଗ୍ ରହେବା । ଗଲା ବଛର୍ ଜୁଲାଇନୁ ସେପ୍ଟମ୍ବର ହିସାବେ ଦେଖଲେ ଇ ବଛର୍ ଅଭିବୃଦ୍ଧିନେ ୭.୫ ଭାଗ୍ କମିଛେ । କରୋନା ଟିକା ଦେଶକେ ଆସଲା ଉତାରୁ ମାନ୍ଦା ପଡିଥିବାର ଦେଶର ଅର୍ଥନୀତକେ ବଢାଯିବାର ନେଇକରି ଆଶ୍ କରାଯାଉଥିବାର ୟୁବିଏସ୍ ରିପୋର୍ଟନେ ଦର୍ଶାଯାଇଛେ । ଟିକା ଆଏଲେ ଦେଶର ଅର୍ଥନୀତିକେ ଆଗକେ ବଢାବାର ସାଙ୍ଗେ ବଜାରନେ ଭିଲ୍ ଅଭିବୃଦ୍ଧି ବଢାବାରନେ ସାହାଜ୍ କରବା । ଦେଶେ କରୋନା ଆଏବାର ଆଘୋନୁ ୨୦୨୦-୨୧ ଲାଗି ଦିହିପାହା ଲାଗି ୬୯ ହଜାର କୋଟି ଟଙ୍କା ବଜେଟ୍ ରଖାଯାଇଥିଲା । ଇହାଦେ କରୋନା ଲାଗି ଦେଶର ଅର୍ଥନୀତିକେ ସଲଖାବାର ଲାଗି ସରକାର ଅତିରିକ୍ତ ପାଣ୍ଠି ଯୁଗାବାର ଲାଗି ଯୋଜନା କରିଛନ୍ ।

ଲୁକକଁର ଦିହିପାହା ଉପରେ ଅଏତକା ଗୁରୁତ୍ୱ ଦିଆଯାଉଥିବାର ବେଲକେ ଇଥର ଆର୍ଥୀକ୍ ବଛରନେ ୧.୩ ଭାଗ୍ ବଜେଟ୍ ରଖାଯାଇଥିବାର ବେଲକେ ଆଏବାର ବଛର୍ ଇଟା ବଢିକରି ୧.୫ ଭାଗ୍‌କେ ପୁହୁଁ୍‌ଚାଯିବାର ଲାଗି ଲକ୍ଷ୍ୟ ରଖାଯାଇଛେ । ଦେଶର ସବୁ ଲୁକକଁର ପାଶେ କରୋନା ଟିକା ପୁହୁଁ୍‌ଚାବାର ଦରକାର ଅଛେ ବଲି ବିଶେଷଜ୍ଞମାନେ ରିପୋର୍ଟନେ କହିଛନ୍ । ରିପୋର୍ଟ ହିସାବେ ୨୦୨୧-୨୨ ବଜେଟ୍‌ନେ ସରକାର ଅତିରିକ୍ତ ୬.୫ ବିଲିୟନ୍ ଡଲାର ବ୍ୟୟବରାଦ୍ କରବାର ଦରକାର । ପୁରା ଦୁନିଆଁନ ୪ଟା କମ୍ପାନୀ ଆଡୁ କରୋନା ଟିକା ଆନବାର ବେବସ୍ଥା କରାଯାଉଛେ ଇହାଦେ ।

Leave A Reply

Your email address will not be published.