ଆଏବାର ଉପନିର୍ବାଚନ ଲାଗି ତୟାରି

ଉପନିର୍ବାଚନ ପରିଚାଲନା ନେଇକରି ସିଇଓ ଲୋହାନୀଙ୍କର ଜହ ଗୁରୁତ୍ୱ

0

ଓଡ଼ିଶାନେ ଆଗକେ ହେବାକେ ଯାଉଛେ ଉପନିର୍ବାଚନ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆର ବାଲେଶ୍ୱର ସଦର ଆସନନେ ଉପନିର୍ବାଚନ ଅନୁଷ୍ଠିତ ହେବା । ତେଭେ କୋଭିଡ କଟକଣା ଭିତରେ ରାଜ୍ୟନେ ଭୋଟ୍ ହେବା । ସଂକ୍ରମଣର ଡର ରହିଥିବାର ବେଲେ ସରକାରଙ୍କର ଆଡୁ ଜାରି ହେଇଥିବାର ସବୁ ଗାଇଡଲାଇନ୍ ମାନବାର ଉପରେ ଜହ ଗୁରୁତ୍ୱ ଦିଆଯାଇଛେ । ସୁତର ହିସାବେ ଯେନ୍ତା ଭୋଟ ଗ୍ରହଣ କରାଯିବା ସେନେଇକରି ସମୀକ୍ଷା ବୈଠକ ବରାବର କରାଯାଉଛେ । ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ୱର ଆର ଜଗତସିଂହପୁର ଜିଲ୍ଲାପାଳଙ୍କର ସାଙ୍ଗେ ଆଲୋଚନା କରିଛନ୍ । ଆଲୋଚନା ବାଦ୍ ମିଲିଥିବାର ସୂଚନା ହିସାବେ ଦୁହି ଜାଗାର ଉପନିର୍ବାଚନ ପରିଚାଲନା ଲାଗି ୮୭୫ ଆରଆଇ ଥର୍ମୋମିଟର, ୪୩୧୪ ପିପିଇ କିଟ୍‌, ୬.୫ ଲାଖ୍ ଗ୍ଲୋବସ୍‌, ୭୮୩୦ ଫେସ୍ ସିଲ୍ଡ ଆର ୮୫୫ଟା ଗାଡି ବେବହାରନେ ଲାଗବା । ସାମାଜିକ ଦୂରତା ଆର ମାସ୍କ ପରିଧାନ୍ କରବାର ଉପରେ ଜହ ଗୁରୁତ୍ୱ ଦିଆଯାଇଛେ । ଭୋଟ ଗ୍ରହଣ ବୁଥ୍ ମାନକେ ବିଶୋଧନ କରାଯାଇକିନା ତାପମାନ ଯନ୍ତ୍ରୀ, ସାବୁନ, ସାନିଟାଇଜର, ସବୁ ମହଜୁଦ୍ ରଖାଯାଇଛେ । ନିର୍ବାଚନୀ ସଭା ଉପରେ ରୋକ୍ ଲଗାଯାଇଥିଲେ ଭିଲ ବଡ ହଲନେ ସାମିଜିକ ଦୂରତା ରଖିକରି କରାଯିବାର ଅନୁମତି ମିଲିଛେ । କୋଭିଡ କଟକଣାକେ ଦେଖିକରି ପୋଲିଂ ଅଧିକାରୀ ସଂଖ୍ୟାନେ ଭିଲ ବୃଦ୍ଧି କରାଯାଇଛେ । ବାଲେଶ୍ୱର ସଦର ଆସନ ଲାଗି ୨୭୬୮ ଆର ତିର୍ତ୍ତୋଲ ଲାଗି ୨୯୮୪ ଝନ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛେ ।

Leave A Reply

Your email address will not be published.