ସମ୍ବଲପୁରୀ ଶାଢୀନେ ଭାରତ ମାନଚିତ୍ର

ଗୁଟେ ଶାଢୀନେ ଦେଶର ୨୮ ରାଜ୍ୟର ମାନଚିତ୍ର

0

ସମ୍ବଲପୁରୀ ବାନ୍ଧ ଶାଢୀ । ଆଦର ତାର ସବୁଆଡେ । କାରନ୍ ସେ ଶାଢୀନେ ଯେନ୍‌୍ ସୁନ୍ଦର କାମ୍ ହେଇଥିସି ତାକେ ଦେଖଲେ ଆଏଁଖ୍ ଝଲସି ଯାଏସି । ତ ହେଥିରଲାଗି ବନେ ପରିଶ୍ରମ୍ କରିଥିସି ବୁନାକାରଟେ । ଆର ସମିଆଁ ସମିଆଁନେ ବୁନାକାର ମାନେ ନୂଆ ନୂଆ ଡିଜାଇନନେ ବି ଶାଢୀ ମାନେ ବୁନିଥିସନ୍ । କେତେବେଲେ ଶାଢୀନେ ପୁରା ଜଙ୍ଗଲ ଦେଖବାରକେ ମିଲସି କେତେବେଲେ ପୌରଣିକ୍ କଥା । ତ ହେନ୍ତା ଇହାଦେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ସହଲା ଗାଁର ବୁନାକାର ବୁନିଛନ୍ ହେନ୍ତା ଆର ଗୁଟେ ସୁନ୍ଦର ଶାଢୀ ।
ସମ୍ବଲପୁରୀ ଶାଢୀନେ ଭାରତ ମାନଚିତ୍ର । ଦେଶର ୨୮ ରାଜ୍ୟର ମାନଚିତ୍ର, ଜୟ ଯବାନ, ଜୟ କିଷାନ ଲେଖା ହେଇଛେ ଗୁଟେ ଶାଢୀନେ । ସେଟା ବି ପୁରା ହାତ ବୁନା ଶାଢୀ । ଫେର ସବୁ ରାଜ୍ୟର ଇଂଲିଶରେ ନାଁ ବି ଅଛେ ଶାଢୀନେ । ଆର୍ ଇ ସବୁ ହେଉଛେ ସୁବର୍ଣ୍ଣପୁର ଜିଲ୍ଲାର ବୁନାକାର ମାନକଁର ହାତର ଯାଦୁ । ଯେନଥିରଲାଗି ମଙ୍ଗାଶାଲନୁ ବାହାରିପାରିଛେ ଏତକି ଗୁଟେ ସୁନ୍ଦର ଶାଢୀ । ରାଜ୍ୟର ମାନଚିତ୍ର, ସେନେ ରାଜ୍ୟର ନାଁ ବି ଲେଖାହେଇଛେ । ଲୁକକୁଁ ଯେନ୍ତା ପସନ୍ଦ ଆସବା ସେଟା ଭାବିକରି ଏନ୍ତା ଗୁଟେ ନୂଆ ହିସାବେ ଶାଢୀ ବୁନବାର୍ ଲାଗି ଚିନ୍ତା କଲେ ବୁନାକାର ଆର ବୁନଲେ । ଇ ଶାଢୀକେ ବୁନବାର୍ ଲାଗି ମାସେ ଲାଗିଥିବାର୍ ବେଲକେ ଶାଢୀର ଦାମ୍ ପାଖାପାଖି ୧୫୦୦୦ନୁ ୨୦୦୦୦ ଟଙ୍କା ପଡବା । ସମ୍ବଲପୁରୀ ଶାଢୀ ଯେନ୍ତା ବି ଡିଜାଇନ୍ ହେଉ ଦେଖବାର୍ ଲାଗି ସୁନ୍ଦର ଲାଗସି । ହେଲେ ଇଟା ଯେତେବେଲେ ଗୁଟେ ନୂଆଡିଜାଇନନେ କରିଛନ୍ ବୁନାକାର ମାନେ ଇଟା ବି ଦେଖବାର୍ ଲାଗି ବହୁତ୍ ସୁନ୍ଦର ଲାଗୁଛେ । କାରନ୍ ଶାଢୀନେ ଦେଖବାର୍ ମିଲୁଛେ ଆମର ଦେଶ , ଆର୍ ଆମର ଦେଶନେ ଥିବାର୍ ସବୁ ରାଜ୍ୟର ମାନଚିତ୍ରର ଝଲକ୍ ।

Leave A Reply

Your email address will not be published.