ନଦୀ ଭିତରେ ହଜିଯାଇଛେ କେତନି ଐତିହାସିକ୍ ମନ୍ଦିର

ଦେଖ୍‌ରେଖ୍ ଅଭାବନୁ ସୋନପୁରର କେତନି ମନ୍ଦିର୍ ଆର ଐତିହାସିକ ପୀଠ୍ ଆଏଜ୍ ଆରୁ ନାଇଁନ

0

ତନ୍ତ୍ର,ମନ୍ତ୍ର,ଯନ୍ତ୍ରର ପୀଠ୍ ହେଉଛେ ସୋନପୁର । ସାଧକକଁର ସାଧନା ସ୍ଥଲ ହେଉଛେ ଇ ମହାନ୍ ମାଏଟ୍ । ମନ୍ଦିରମାଲିନୀ ସହର ହିସାବେ ଭିଲ୍ ଜନା ସୋନପୁର । ଇତାକେ ଦ୍ୱିତୀୟ ବାରଣାସୀ ବଲିକରି ଭିଲ୍ କୁହାଯାଇସି । ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀକଁର ସାଙ୍ଗେ ୧୦୮ ମନ୍ଦିର ରହିଛେ । ଇ ସବୁ ମନ୍ଦିର କେତନି ପୁରନା ଆରୁ ଇତାର ସାଙ୍ଗେ ଜୁଡିକରି ରହିଛେ କେତନି ଐତିହାସିକ୍ କଥାବସ୍ତୁ ।

ତ ଇ ସବୁ ଭିତରେ ଭିଲ୍ କେତେଟା ମନ୍ଦିର ଆରୁ ଐତିହାସିକ୍ ପୀଠ୍ ମାନେ ମାଟିନେ ତୁପି ହେଇଗଲାନ୍ । ଦେଖ୍‌ରେଖ୍ ନାଇଁ କରାଯିବାରନୁ ଇ ସବୁ ଇତିହାସ ହେଇକରି ରହିଯାଇଛନ୍ । ଆର କିଛିଟା ଜାଗାନେ ଯାହା ଯେନ୍ତା ରହିଛେ ସେସବୁ ଉପରେ ନା ଜିଲ୍ଲା ପ୍ରଶାସନ ନା ହିଁ ଜିଲ୍ଲା ସଂସ୍କୃତି ବିଭାଗର ନିଘା ଅଛେ । କେତେଟା ମନ୍ଦିର ମହାନଦୀ, ତେଲ ନଦୀ ଭିତରେ ବୁଡିକରି ରହିଯାଇଛନ୍ । ଐତିହାସିକକଁର ମତନେ ସପ୍ତମ ଶତାବ୍ଦୀନେ ସୋନପୁରନେ ଥିଲା ଗୁଟେ ସୂର୍ଯ୍ୟ ମନ୍ଦିର । ମନ୍ଦିରନେ କାରିଗର ହାତର ସୁନ୍ଦର୍ କଲାକୃତୀ ରହିଥିବାର ଇତିହାସ ପୃଷ୍ଟାକେ ଉଲଟାଲେ ଜନାପଡସି ।

କେଶବ ଆରୁ ଆଦିତ୍ୟକଁର ଇ ମନ୍ଦିର ମହାନଦୀ, ତେଲନଦୀ ଆରୁ କର୍ପୁର ନଦୀର ସଙ୍ଗମଜାଗା ରାମେଶ୍ୱରନେ ଥିଲା । ଇ ମନ୍ଦିର ପଛେ ପଛେ ଧ୍ୱଂସ ହେଇଯାଇଥିଲା । ଶତ୍ରୁ ଆକ୍ରମଣନେ କିଛିଟା ଧ୍ୱଂସ ହେଇଥିବାର ବେଲକେ ବାକିଟା ନଦୀର ଦିଗ ବଦଲିବାର ଲାଗି ଭିଲ୍ ଲୋପ୍ ପାଇଯାଇଥିବାର କୁହାଯାଇସି । ସେନ୍ତା ବଜ୍ରଯାନର ପ୍ରବର୍ତ୍ତିକା ଇନ୍ଦ୍ରଭୂତିକଁର ଇଷ୍ଟଦେବୀ ବଜ୍ରବରାହିକଁର ମନ୍ଦିରର ଅବସ୍ଥିତି ଇଠାନେ ଥିବାର ଇତିହାସ ପୃଷ୍ଠାନୁ ଜନାପଡସି । ଜ୍ୟୋତିଷ ତଥା ତାନ୍ତ୍ରିକ ସାଧକ ସ୍ୱର୍ଗତ ଚକ୍ରପାଣି ହୋତାକଁର ହିସାବେ ଇ ମନ୍ଦିରର କିଛିଟା ପଥର ଖଣ୍ଡ୍ ସହର ଭିତରେ ଥିବା ଖମ୍ବେଶ୍ୱରୀ ମନ୍ଦିର ପଛଆଡେ ସୁରକ୍ଷିତ୍ ହିସାବେ ରଖାଯାଇଛେ ଆରୁ ଇଠାନେ ପୂଜାପାଠ୍ କରାଯାଉଛେ ।

ସେଆଡେ ଜିଲ୍ଲାର ହରଡୋଖୋଲ୍ ପଂଚାୟତର ବୈଦ୍ୟନାଥ୍ ଗାଁନେ ଥିବାର କାଳେଶ୍ୱର ମନ୍ଦିର ଭିଲ୍ ତେଲନଦୀ ଭିତରେ ବୁଡିଯାଇଛେ । ଇ ମନ୍ଦିରଟା ତେଲନଦୀ ଖଣ୍ଡିନେ ଥିବାର ବେଲକେ ବନ୍ୟା ଆସିକରି ପାଏନ୍ ଭିତରେ ଲୀନ୍ ହେଇଯାଇଥିବାର କୁହାଯାଏସି । ଇହାଦେ ଭିଲ୍ ଇ ସବୁ ମନ୍ଦିର ପଥର ଖଣ୍ଡ୍ ମାନେ ଇଠାନୁ ମିଲସି । ଇ ସବୁ ଜିନିଷ୍ ବାବଦେ ଗବେଷକ ଆସିକରି ବେଶୀନୁ ବେଶୀ ଗବେଷଣା ମାନେ କଲେ ଇସବୁ ଲୋକଲୋଚନକେ ଆସିପାରତା ।

Leave A Reply

Your email address will not be published.