ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର

ସେବାୟତକଁର କୁଟୁମ୍‌କୁଁ ଦର୍ଶନ ଲାଗି ପହେଲା ମିଲଲା ସୁଯୋଗ୍‌, ଜାନୁଆରୀ ୩ନୁ ବାକି ମାନକୁଁ ମିଳବା ଅନୁମତି

0

ନଅମାସ୍ ଉତାରୁ ଭକତକଁର ଦର୍ଶନ୍ ଲାଗି ଖୁଲଲା ପୁରୀ ଜଗନ୍ନାଥ ମନ୍ଦିର । ଭକତକଁର ଦର୍ଶନ ଲାଗି ମନ୍ଦିର ଖୁଲାଯାଇଥିବାର ବେଲକେ ମନ୍ଦିର ସେବାୟତକଁର ପରିବାର ଲୁକକୁଁ ପହେଲା ମାହାପୁରୁକଁର ଦର୍ଶନ୍ ଲାଗି ସୁଯୋଗ ମିଲିଛେ । ସଖାଲୁ ସଖାଲୁ ସେବାୟତ୍ ପରିବାରର ଲୁକକୁଁ ମନ୍ଦିରକେ ଦର୍ଶନ ଲାଗି ଛଡାଯାଇଥିଲା । ସଖାଲ ଭୋର୍ ୪.୫୦ନେ ମନ୍ଦିରର କବାଟ ଖୁଲାଯାଇକରି ୫.୨୫ ଭିତରେ ଶୋଧ କରାଯାଇଥିଲା ।

ଇତାର ଉତାରୁ ୫.୩୫ନେ ମଙ୍ଗଲ ଆଲତି କରାଯାଇଥିଲା ଇତାର ଉତାରୁ ୫.୪୦ନେ ମଇଲମ ଆରୁ ୬ବଜାନ ରୋଷହୋମ ତଡପଲାଗି ନୀତି ହେଇଥିଲା । ୬.୪୫ନେ ଅବକାଶ ପୂଜା ଶେଷ ହେଲା ଉତାରୁ ୬.୫୦ନେ ଫେର୍ ମଇଲମ୍ ହେଇଥିଲା । ସୂର୍ଯ୍ୟପୂଜା ଉତାରୁ ସଖାଲର ୭.୩୦ନେ ମାହାପୁରୁକଁର ଦର୍ଶନ୍ ଲାଗି ଭକତକୁଁ ଛଡାଯାଇଥିଲା । ମାହାପୁରୁକଁର ଦର୍ଶନ୍ ଲାଗି ମନ୍ଦିରର ଚାରି ଦୁଆର୍ ଖୁଲି ଦିଆଯାଇଥିବାର ବେଲକେ ନାଟ ମନ୍ଦିର ଆଡୁ ଢୁକିକରି ମହାପ୍ରଭୁକଁର ଦର୍ଶନ କରିକିନା ବେହରଣ ଦୁଆର୍ ଦେଇକରି ଫିରୁଛନ୍ ସମସ୍ତେ । ମନ୍ଦିରକେ ଢୁକବାର ଲାଗି ବୀମା ଆର ଆଧାରକାର୍ଡ ଦେଖାବାର ବାଧ୍ୟତାମୂଲକ କରାଯାଇଛେ । କାଣା ହେଲା ଯେ କି ଇହାଦେ ବାହାର ଲୁକକୁଁ ମନ୍ଦିରକେ ଯିବାର ଲାଗି ନାଇଁ ଛଡାଯାଇ ।

୨୩, ୨୪, ୨୫ ତାରିଖ ତିନ ଦିନ୍ ତକ୍ ସେବାୟତକଁର କୁଟୁମ୍ ଲୋକ୍ ପରିଚୟ ଦେଖେଇକରି ଭିତରକେ ଯାଇପାରବେ । ଇ ନେଇକରି ମନ୍ଦିର ପ୍ରଶାସନ୍ ଆଡୁ ସବୁ ବେବସ୍ଥା କରାଯାଇଛେ । ଇତାର ଉତାର ଆଏବାର ୨୬ ତାରିଖନୁ ପୁରୀ ସହରର ସାଧାରଣ ଭକତକଁର ଲାଗି ମନ୍ଦିରକେ ଦର୍ଶନ ଲାଗି ଛଡାଯିବା । ଆଏବାର ଡିସେମ୍ବର ୩୧ ତାରିଖ ତକ୍ ସହରର ଭିନ୍ ଭିନ୍ ୱାର୍ଡର ଲୁକେ ମାହାପୁରକଁର ଦର୍ଶନ୍ କରିପାରବେ । ଆରୁ ଆଏବାର ମାସ୍ ଜାନୁଆରୀ ୩ ତାରିଖନୁ ଜିଲ୍ଲା ବାହାରୁ ଭକତ୍ ଆସିକରି ମହାପ୍ରଭୁ ଜଗନ୍ନାଥକଁର ଦର୍ଶନ କରିପାରବେ । କୋଭିଡ୍ ନିୟମ୍ ଲାଗି ମନ୍ଦିର ଗଲା ମାର୍ଚ୍ଚ ମଙ୍କସର ବନ୍ଦ ରହିଥିଲା ଭକତ୍‌କଁର ଲାଗି ।

ଖାଲି ମନ୍ଦିର ସେବାୟତ୍‌କଁର ଆଡୁ ସବୁ ସେବାନୀତି କରାଯାଉଥିଲା । ମାସ୍ ମାସ୍ ଧରିକରି ମନ୍ଦିର ବନ୍ଦ ରହିଥିବାର ବେଲକେ ଜଗନ୍ନାଥ ଦର୍ଶନନୁ ବଂଚିତ୍ ଥିବାର ଭତକ୍ ଇହାଦେ ଦର୍ଶନ୍ ଲାଗି ଟାକି ରହିଛନ୍ । ଦର୍ଶନ ଲାଗି ଭକତ୍‌କୁଁ ଛଡାଗଲେ ଭିଲ୍ କୋଭିଡ୍ ଗାଇଡଲାଇନ୍ ମାନିକରି ଯିବାକେ ହେବା । କରୋନା ନେଗେଟିଭ୍ ରିପୋର୍ଟ ଦେଖାଲେ ଭକତ୍‌କୁଁ ମନ୍ଦିରକେ ଛଡାଯିବା । ସେନ୍ତା ମାସ୍କ ଆରୁ ହାତ୍ ସାନିଟାଇଜଡ୍ କରବାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବା । ଇ ସବୁ ନେଇକରି ଶ୍ରୀମନ୍ଦିର ପ୍ରଶାସନ୍ ଆଡୁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛେ ଆର ଇ ନିୟମ୍ ଖିଲାପ୍ କଲେ କାର୍ଯ୍ୟାନୁଷ୍ଠାନ୍ ନିଆଯିବାର ନେଇକରି ଆଗରୁ ସମକୁଁ ସୂଚେଇ ଦିଆଯାଇଛେ ।

Leave A Reply

Your email address will not be published.