ପାଟଣାଗଡ଼ ଗଣହତ୍ୟା ମାମଲା

ଚେଲେଞ୍ଜ୍ ଦେଇକରି ପୁଲିସକେ ଚିଠି ଲେଖଲା ମାଷ୍ଟରମାଇଣ୍ଡ୍‌

0

ପାଟଣାଗଡ଼ ସଅଁରାପଡ଼ା  ଗଣହତ୍ୟା ମାମଲାର ମାଷ୍ଟମାଇଣ୍ଡକେ ଧରବାର୍ ଜୋରଦାର୍ ଚେଷ୍ଟା ମୂଲ୍ କରି ଦେଇଛେ ବଲାଙ୍ଗିର ପୁଲିସ । ମରିଥିବାର ବୁଲୁ ଜାନୀକଁର ଘର ପାଶର ଗଙ୍ଗୁୱା ମାଝୀକଁର ହାତ୍ ଇ ଘଟନାନେ ଥିବାର ନେଇ କରି ପୁଲିସ ସନ୍ଦେହ କରୁଛେ । ଯାର ଆଧାରନେ ଗଲା ହପ୍ତେ ହେଲା ପୁଲିସ ତନାଘନା ଚଲେଇଛେ । ଘଟନାକେ ଗୁଟେ ହପ୍ତା ହେଇଯାଇଥିବାର ବେଲକେ ଇହାଦେ ତକ୍ ପୁଲିସ ହାତେ ଧରା ନୁହେଁପଡେ ହତ୍ୟାକାରୀ । ଘଟନା ଦିନ ଗଙ୍ଗୁୱା ବୁଲୁ ଜାନୀକଁର ପରିବାରର ୬ ଜନକୁଁ ମାରିକରି ଫେରାର୍ ମାରିଛେ । ଘଟନାନେ ୪ଟା ବାଇକ୍ ଜବତ୍ କରିଛେ ପୁଲିସ୍ । ସେଆଡେ ଗଙ୍ଗୁୱାକଁର କୁଟୁମ୍‌ର ଜନ୍ ଜନ୍‌କୁ ଡାକିକରି ଥାନାନେ ଅଟକ ରଖିକରି ପଚରାେଉଚୁରା ଚଲେଇଛେ । ସଅଁରାପଡ଼ାନେ ନିଜର ଦବଦବା ରଖବାର ଲାଗି ବୁଲୁ ଜାନୀ ଆରୁ ଗଙ୍ଗୁୱାକଁର ଭିତରେ ଗାଲି ଝଗଡ୍ ହେଉଥିଲା ।

ଯେନଟାକି ପଛେ ଦୁସମନିନେ ବଦଲିଥିଲା ଆରୁ ବଦଲା ନେବାରକେ ଯାଇକରି ଏନ୍ତା କାଣ୍ଡ ଘଟେଇଥିବାର ନେଇକରି ପୁଲିସ ଜାନବାରକେ ପାଇଛେ । ବୁଲୁ ଜାନୀକଁର ପୁଅ ମାନେ ହତ୍ୟା ହୋଇଥିବାର ଅଭିଯୋଗ କରିଥିବାର ବେଲକେ ଇଥିର ଲାଗି ଗଙ୍ଗୁୱାକଁର ପରିବାର ସଦସ୍ୟକୁଁ ଦାୟୀ କରିଛନ୍ । ସେଆଡେ ପାଟଣାଗଡ ପୁଲିସ ଷ୍ଟେସନ୍ ଆଗାଡେ ବୁଲୁକଁର ପୁଅମାନେ ନ୍ୟାୟ୍ ଆଶ୍‌ଥି ବସିରହିଛନ୍ । ଦିନଭର ଗଛତଲେ ବସି ରହୁଛନ୍ ଆରୁ ରାତି ହେଲେ ଧର୍ମଶ।।ଲାନେ ରହୁଛନ୍ । ବଲାଙ୍ଗିର ପୁଲିସ ଗୁଟେ ସ୍ପସାଲ୍ ଟିମ୍ ତିଆର କରିକିନା ଘଟନାର ତଦନ୍ତ୍ ଚଲେଇଛେ । ହେଲେ ଇହାଦେ ତକ୍ ପୁଲିସ ଆଡୁ କେନସି ଭିଲ୍ ପ୍ରତିକ୍ରିୟା ମିଲିନାଇଁପାରି । ସେଆଡେ ଗଙ୍ଗୁୱା ମାଝୀ ପୁଲିସକେ ଚେଲେଞ୍ଜ କରିକିନା ଚିଠି ଲେଖିଥିବାର ଦେଖବାକେ ମିଲିଛେ । ଯେନଟାକି ଇହାଦେ ଚର୍ଚ୍ଚା ବନିଛେ ।

Leave A Reply

Your email address will not be published.