ବେରିକେଡ୍ ଭାଙ୍ଗଲେ, ଲାଲକିଲ୍ଲା ଭିତରକେ ଢୁକଲେ

ଦିଲ୍ଲୀନେ କୃଷକ ସଂଗଠନର ଟ୍ରାକ୍ଟର ରାଲିନେ ଝମେଲା, ବେରିକେଡ୍ ଭାଙ୍ଗିକରି ଲାଲକିଲ୍ଲା ଭିତରକେ ଢୁକଲେ ଚାଷୀ

0

କୃଷି ଆଇନ ପ୍ରତ୍ୟାହାର ଦାବିନେ ଚାଷୀ ସଂଗଠନ୍ କରିଥିବାର ଟ୍ରାକ୍ଟର ରାଲିକେ କେନ୍ଦ୍ରକରିକିନା ରାଜଧାନୀ ଦିଲ୍ଲୀନେ ଝମେଲିଆ ସ୍ଥିତି ଦେଖାଦେଇଥିଲା । ଭିନ୍ ଭିନ୍ ଜାଗାନେ ଆନ୍ଦୋଳନରତ ଚାଷୀ ଆରୁ ପୁଲିସ ମୁହାଁମୁହିଁ ହେଇଛନ୍ । ଆନ୍ଦୋଲନକାରୀକଁର ପ୍ରଦର୍ଶନ୍ ଲାଗି ପୁଲିସ ପ୍ରଶାସନ ଆଡୁ ଗୁଟେ ନିର୍ଦ୍ଧିଷ୍ଟ ଜାଗା ଦିଆଯାଇଥିଲା ହେଲେ ଭିଲ୍ ଚାଷୀ ବେରିକେଡ୍ ଭାଙ୍ଗିକରି ଢୁକିଥିଲେ ଦିଲ୍ଲୀ ଭିତରକେ । ଇତାର ଉତାରୁ ଚାଷୀକୁଁ କାବୁ କରବାର ପୁରା ମୁସ୍କିଲ ହେଇଯାଇଥିଲା । ଚାଷୀକୁଁ ନିୟନ୍ତ୍ରଣ କରବାର ଲାଗି ପୁଲିସ ଲାଠିଚାର୍ଜ କରବାର ସାଙ୍ଗେ ଲୁହବୁହା ଗ୍ୟାସ୍ ମାରିଥିଲେ ଚାଷୀକଁର ଉପରକେ । ଦିଲ୍ଲୀ ଲାଲକିଲ୍ଲା ଭିତରକେ ଢୁକିକରି ଝମେଲିଆ ସ୍ଥିତି ବନେଇଥିଲେ । ଲାଲକିଲ୍ଲାର ଗୁଟେ ଫ୍ଲାଗପୋଲ୍ ଉପରକେ ଚଢିକରି ଚାଷୀ ତାକଁର ପତକା ଉଡେଇଥିଲେ । ଚାଷୀ ଭିନ୍ ଭିନ୍ ଦିଗନୁ ଏକାସାଙ୍ଗେ ବେରିକେଡ୍ ଭାଙ୍ଗିକରି ଢୁକିଥିଲେ । ସାଧାରଣତନ୍ତ୍ର ଦିବସ ଲାଗି ଦିଲ୍ଲୀ ଲାଲକିଲ୍ଲାନେ ପରେଡ୍ ଅଭିବାଦନ୍ କରାଯାଉଥିବାରନୁ ଚାଷୀକୁଁ ଟ୍ରାକ୍ଟର ରାଲି କରବାର ଲାଗି ଦୁଶରା ଗୁଟେ ରାସ୍ତା ଦିଆଯାଇଥିଲା । ଇତାର ସତ୍ତ୍ୱେ ଭିଲ୍ ସବୁ ବେରିକେଡ୍ ଭାଙ୍ଗିକରି ଜବରଦସ୍ତି ଢୁକିଥିଲେ ଲାଲକିଲ୍ଲା ଭିତରକେ ।

ସେଆଡେ ଏତେ ସବୁ ଘଟନା ଉତାରୁ ଇହାଦେ ଆକ୍ସନ୍ ମୁଡ୍‌ରେ ଦିଲ୍ଲୀ ପୁଲିସ । ଗଲାକାଲି ହେଇଥିବାର ଗଣ୍ଡଗୋଲନେ କେନମାନେ ସମ୍ପୃକ୍ତ ଥିଲେ ସେମାନକୁଁ ଖୁଜୁଛେ ଦିଲ୍ଲୀ ପୁଲିସ । ଇହାଦେ ତକ୍ ଦିଲ୍‌ଲୀ ପୁଲିସ ୧୫ଟା ମାମଲା ରୁଜୁ କରିସାରିଥିବାର ବେଲକେ ଦିଲ୍ଲୀର ଭିନଭିନ୍ ଜାଗାନେ ଛାନ୍‌ଭିନ୍ ଚଲେଇଛେ । ସିସିଟିଭି କ୍ୟାମେରା ସବୁକେ ଯାଂଚ କରାଯାଉଛେ ଆରୁ ଫୁଟେଜ ଆଧାରନେ ବିରୋଧ ପ୍ରଦର୍ଶନ୍ କରବାର ନାଁନେ ଝମେଲା କରିଥିବାର ଲୋକକୁଁ ଚିହ୍ନଟ କରାଯାଉଛେ । ସେଆଡେ ଏନ୍ତା ଘଟନା ଉତାରୁ ଆଗକେ କୃଷକ ସଂଗଠନ୍ ସାଙ୍ଗେ ହେବାକେ ଥିବାର ବୈଠକ ଭିଲ୍ ବାତିଲ୍ କରାଯାଇଛେ । ସୁପ୍ରିମକୋର୍ଟ ଆଡୁ ଗଠନ ହେଇଥିବାର କମିଟି ଚାଷୀ ସଂଗଠନ୍ ସାଙ୍ଗେ ଆଲୋଚନା କରବାର ଥିଲା କିନ୍ତୁ ଇ ବୈଠକ ଆଏବାର ଜାନୁଆରୀ ୨୯ ତାରିଖ୍ ହେବା ।

Leave A Reply

Your email address will not be published.