ବୌଦ୍ଧ କପାଚାଷୀକଁର ଲାଗି ଖୁସି ଖବର

ଜିଲ୍ଲାନେ ଖୁଲବାକେ ଯାଉଛେ କପାମଣ୍ଡି, ଫି ଗୁରୁବାର ଚାଷୀ ବିକିପାରବେ କପା

0

ବୌଦ୍ଧ ଜିଲ୍ଲାନେ ପହେଲାକରି ଖୁଲବାକେ ଯାଉଛେ କପାମଣ୍ଡି । ଜିଲ୍ଲାର ମନମୁଣ୍ଡା ଆରଏମସି ମଣ୍ଡିନେ ଖୁଲିଥିବାର କପାମଣ୍ଡି ଫି ଗୁରୁବାର ଖୁଲାଯିବା । ଇଟା ନେଇକରି କୃଷି ବିଭାଗ, ଆରଏମସି ଆରୁ ଜିଲ୍ଲା ପ୍ରଶାସନ ଉଚ୍ଚ ଅଧିକାରୀମାନକଁର ବୈଠକନେ ମଙ୍ଗଲବାର ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଛନ୍ ଡିଡିଏ ରାମଚନ୍ଦ୍ର ନାୟକ । ଆଏବାର ଗୁରୁବାରନୁ କପାମଣ୍ଡି ଆରମ୍ଭ ହେବା ବଲିକରିଚୁହାଯାଇଛେ । ଇହାଦେ ଧାନ୍ ମଣ୍ଡି କାମ୍ ଚାଲିଥିବାରନୁ ଗୁଟେ ଦିନ ଖାଲି କପା ମଣ୍ଡି ଲାଗି ରଖାଯାଇଛେ । ଇ ଦିନେ ଚାଷୀକୁଁ ମଣ୍ଡିକେ କପା ନେଇକରି ଯିବାର ଲାଗି କୁହାଯାଇଛେ ।

ଜିଲ୍ଲାର ହରଭଙ୍ଗା ବ୍ଲକ୍‌ନେ ୧୭୦ ହେକ୍ଟର, ବୌଦ୍ଧ ବ୍ଲକନେ ୮୪୫ ହେକ୍ଟର ଆରୁ କଣ୍ଟାମାଳ ବ୍ଲକନେ ୧୫୧୫ ହେକ୍ଟର ଜମିନେ କପା ଚାଷ୍ କରାଯାଇଛେ । ମନମୁଣ୍ଡା, ଗୁଡଭେଲିପଦର, ବିଳାଶପୁର, ଶୁଣ୍ଢିପଦର, ବରଗୋଛା, ଶଗଡା, ଗୁନ୍ଦଲିଆ, କାସୁରବନ୍ଧ, ମନୁପାଲି, ଖଲିଆପାଲି, ଯୋଗିନ୍ଦ୍ରପୁର, ଖଟଖଟିଆ, ଘିକୁଣ୍ଡି, ଦପଳା, ପଲସାଗୁରା ପଂଚାୟତ ମାନକେ ସବୁନୁ ଅଏତକା ଚାଷ କରାଯାଇଛେ ।

ସରକାରୀ ହିସାବେ ଜିଲ୍ଲାନେ ୨୫୩୦ ହେକ୍ଟର କପା ଚାଷ୍ କରାଯାଇଥିବାର କୁହାଯାଉଥିବାର ବେଲକେ ବେସରକାରୀ ହିସାବେ ୬ହଜାର ହେକ୍ଟର ଚାଷ ହେଇଥିବାର ଜନାପଡିଛେ । ଆଘୋନୁ ବୌଦ୍ଧ ଜିଲ୍ଳାନେ କପା ମଣ୍ଡି ନାଇଁ ଥିବାରନୁ ଚାଷୀମାନେ ସରକାରୀ ମୂଲ୍ୟ ହିସାବେ ଫି କ୍ୱିଣ୍ଟାଲ ପିଛା ୫୮୦୦ ଟଙ୍କା ବଦଲେ ଦଲାଲ ମାନକଁର ହାତେ ୪୫୦୦ ଟଙ୍କାନେ ବିକୁଥିଲେ । ଯେନଥିରୁ ଇମାନକୁଁ କେତନି କ୍ଷତି ସହେବାକେ ପଡୁଥିଲା । ଇହାଦେ ମଣ୍ଡି ଖୁଲବାରନୁ ନିଜର ହକ୍‌ର ପଏସା ପାଇପାରବେ ବଲିକରି ଆଶ୍ ରଖିଛନ୍ ଚାଷୀ ।

Leave A Reply

Your email address will not be published.