୪୦ ବଛରନୁ କମ୍ ଯୁଆନ୍ ବ୍ୟବସାୟୀଙ୍କର ତାଲିକା

ନିଜର ପରିଶ୍ରମନେ ବନିପାରିଛନ୍ କୁଟିପତି

0

ପରିଶ୍ରମର ଫଲ ସବୁବେଲେ ମିଠା ହେଇଥିସି । ଆର ମାଁ ବୁଆଙ୍କର ପଏସା ନାଇଁ ହେଇକରି ନିଜର ଗୁଡେ ନିଜେ ଆଗକେ ବଢଲେ ସେ ଜିନିଷଟା ଆହୁରି ଖୁସି ଦେଇଥିସି । ସବୁ ସଫଲ ଲୋକ ବାପାର ପଏସାନେ ଆଗକେ ନାଇଁ ବଢି । କିଛି ଝନ ନିଜର ଚେରେଷ୍ଟା ଆର ପରିଶ୍ରମ ବଲନେ ନିଜର ଦୁଶରା ପରିଚୟ କରିପାରିଛନ୍ । ହେନ୍ତା କିଛି ଯୁଆନ୍ ଅଛନ୍ ଯେନମାନେ ନିଜର ବଲନେ ଆଗକେ ବଢିକରି ଆଝି କୁଟିପତି ହେଇପ।।ରିଛନ୍ । ଭାରତର ୧୦ ଝନ୍ ବ୍ୟବସାୟୀଙ୍କର ବାବଦନେ ଆଝି ଆମେ ଆପଣଙ୍କୁ ଝନାମୁ ଯେନମାନେ କି ନିଜର ବଲତି ଆଗକେ ବଢିପାରିଛନ୍ । ଆଇଆଇଏଫଏଳ ୱେଲତ ଆର ହାରୁନ୍ ଇଣ୍ଡିଆ ଆଡୁ ୪୦ ବଛରନୁ କମ୍ ସଫଲ ବ୍ୟବସାୟୀଙ୍କର ଲିଷ୍ଟ ବାହାରିଛେ । ଯେନମାନଙ୍କର ଆୟ ଏକହଜାର କୁଟିନୁ ଜହ ରହିଛେ ।

ଆର ଇମାନେ ଇଟା ନିଜର ବଲଥି ହି କରିଛନ୍ , ନାଁ କି ମାଁ ବୁଆର ପଏସାଥି । ଇ ଲିଷ୍ଟନେ ସବୁନେ ଆଘେ ରହିଛନ୍ ଆର୍ଥିକ ସେବା କମ୍ପାନୀ ଜେରୋଡାର ସହ ପ୍ରତିଷ୍ଠାତା ନିତିନ କାମତ ଆର ନିଖିଲ କାମତଙ୍କର ଯୁଡି ରହିଛେ । ଇମାନଙ୍କର ସମ୍ପତ୍ତିର ମୂଲ୍ୟ ହେଲା ୨୪ ହଜାର କୁଟି । ଦୁଇ ନମ୍ବରନେ ରହିଛନ୍ ଦିବ୍ୟାଙ୍କ ତୁରଖିଆ ଆର ତାଙ୍କର ସମ୍ପତିର ମୂଲ୍ୟ ହେଉଛେ ୧୪ହଜାର କୁଟି । ସବୁନୁ କମ୍ ବୟସ ଥିବାର କୁଟିପତି ତାଲିକାନେ ରହିଛେ ୨୬ ବର୍ଷୀୟ ଓଡ଼ିଆ ପିଲା ରିତେଶ ଅଗ୍ରୱାଲଙ୍କର ନାଁ । ରିତେଶ ଓୟୋ ରୁମ୍‌ର ପ୍ରତିଷ୍ଠାତା ହେଇଥିବାର ବେଲେ ଯୁବ ସଫଲ ବ୍ୟବସାୟୀଙ୍କର ତାଲିକାନେ ଜାଗା ପାଇଛନ୍ ।

Leave A Reply

Your email address will not be published.