ଦିଲ୍ଲୀ ଗଲା ବଜାଶାଲ୍‌

ଭବାନୀପାଟଣାର ବଜାଶାଲ୍ ନୃତ୍ୟଦଲ୍ ଗଲେ ଦିଲ୍ଲୀ, ଭର୍ଚୁଆଲ୍ ମିଟ୍‌ନେ ଶୁଭେଚ୍ଛା ଜନାଲେ ସଂସ୍କୃତି ଆର ଗୃହ ମନ୍ତ୍ରୀ

0

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ ଦିଲ୍ଲୀ ପରେଡ୍ ପଡିଆନେ ଦୁଲକିବା ଢୋଲ୍‌, ନିଶାନ୍ । କଳହାଣ୍ଡି ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର ବଜାଶାଲ୍ ନୃତ୍ୟ ଦଲ୍ ଇଠାନେ ଦେଖାବେ ଆମର ରାଜ୍ୟର କଲା ସଂସ୍କୃତିକେ । ଦଲ ଆଡୁ ସବୁ ନୃତ୍ୟଶିଲ୍ପୀ ଗଲା କିଛି ଦିନ୍ ହେଲା ଜୋରଦାର ଅଭ୍ୟାସ୍ କରିଆସୁଥିଲେ ନିଜର ଅନୁଷ୍ଠାନ୍‌ନେ । ଇହାଦେ ଇମାନେ ଦିଲ୍ଲୀ ଯାଇଛନ୍ ଆରୁ ସେଠାନେ ଯାଇକରି ଅଭ୍ୟାସ୍ କରବେ ଜାନୁଆରୀ ୨୬ର ପ୍ରଦର୍ଶନ୍ ଲାଗି । ଯିବାର ଆଘୋନୁ ରାଜ୍ୟ ସଂସ୍କୃତି ଓ ଗୃହ ରାଷ୍ଟ୍ରମନ୍ତ୍ରୀକଁର ସାଙ୍ଗେ ଭର୍ଚୁଆଲ୍ ମିଟ୍ କରିକିନା ବାହାରିଥିଲେ ଦିଲ୍ଲୀ । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆରୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ ଦାଶ ଭର୍ଚୁଆଲ୍ ମିଟ୍‌ନେ ସାମିଲ ହେଇକରି ପୂରା ଦଲକେ ଶୁଭେଚ୍ଛା ଜନେଇଥିଲେ ।

ପୂର୍ବ ଭାରତର ୮ଟା ରାଜ୍ୟ ଭିତରୁ ଗୁଟେ ନୃତ୍ୟ ଦଲକେ ଜାନୁଆରୀ ୨୬ ପରେଡ୍ ପଡିଆନେ ନୃତ୍ୟ ପରିବେଷଣ ଲାଗି ବଛାଯାଇଥିଲା । ଆରୁ ଇଆଡୁ ଓଡ଼ିଶାର କଲାହାଣ୍ଡି ଜିଲ୍ଲାର ବଜାଶାଲ ନୃତ୍ୟଦଲକୁଁ ବଛାଯାଇଥିଲା । ଯେନଟା ରାଜ୍ୟ ଲାଗି ଗୁଟେ କେତନି ବଡ୍ ଗୌରବର କଥା ଆଏ । ନୃତ୍ୟଦଲର ସବୁ ସଦସ୍ୟକଁର କୋଭିଡି ପରୀକ୍ଷା କରାଯାଇକରି ରିପୋର୍ଟ ନେଗେଟିଭ୍ ଆଏବାର ଉତାରୁ ଦିଲ୍ଲୀ ଲାଗି ପଠାଯାଇଛେ । ସେଆଡେ ଜିଲ୍ଲା ପ୍ରଶାସନ ଆଡୁ ଭିଲ୍ ନୃତ୍ୟଶିଲ୍ପୀକୁଁ ଶୁଭେଚ୍ଛା ଜନାଯାଇଥିଲା । କେସିଙ୍ଗା ରେଲ ଷ୍ଟେସନନୁ ସମସ୍ତେ ଦିଲ୍ଲୀ ଲାଗି ଯାତ୍ରା ମୁଲ୍ କରିଥିବାର ବେଲକେ ଜିଲ୍ଲା ପ୍ରଶାସନ୍ ଆଡୁ ବସ୍‌ର ବେବସ୍ଥା କରାଯାଇଥିଲା ।

Leave A Reply

Your email address will not be published.