ବିହାଘରେ ବୁଲା କୁକୁର କୁନୁଆଁ

୫ଶହ ବୁଲା କୁକୁରଙ୍କୁ ବିହା ଭୁଜି ଖୁଆଲେ ନୂଆ କରି ବିହା ହେଇଥିବାର ଯୁଡି

0

ଅନୋଖା ତରିକାନେ ବିହା ରଚେଇ କରି ଚର୍ଚ୍ଚା ସାଉଁଟିଲେ ଦମ୍ପତି । ଭୁବନେଶ୍ୱରର ୟୁରେକା ଆପ୍ଟା ଆର ଜୋନା ନିଜର ବିହାଘରେ ପଶୁଙ୍କୁ କୁନୁଆଁ ହିସାବେ ଡାକିକରି ଭୁଜି ଖାବାକେ ଦେଇଛନ୍ । ଦୁହେଁ ସାଧାରଣ ହିସାବେ ମନ୍ଦିରନେ ବିହାଘରର ଆୟୋଜନ କରିଥିବାର ବେଲେ ୫ଶହ କୁକୁର, ବିଲେଇ ଆର ଦୁଶରା ପଶୁଙ୍କୁ ଖାଇବାକେ ଦେଇଥିବାର ଦେଖବାକେ ମିଲିଛେ । ଗଲା ସେପ୍ଟେମ୍ବର ୨୫ ତାରିଖନେ ଦୁହିଙ୍କର ବିହାଘର ହେଇଥିଲା । ଇ ସମିୟାନେ ଗୁଟେ ସଂଗଠନ ସାଙ୍ଗେ କଥା ହେଇକରି ତାଙ୍କର ମାଧ୍ୟମନେ ଭୁବନେଶ୍ୱରନେ ବୁଲୁଥିବାର ୫ଶହନୁ ଜହ ବୁଲା କୁକୁରଙ୍କର ଖାଏବାର ବେବସ୍ଥା କରିଥିଲେ ।

ପେଶାନେ ୟୁରେକା ଝନେ ଫିଲ୍ମ ନିର୍ଦ୍ଧେଶକ ହେଇଥିବାର ବେଲେ ତାଙ୍କର ସ୍ତ୍ରୀ ଝନେ ଦାନ୍ତ ଡାକ୍ତର ଭାବେ କାମ କରୁଛନ୍ । ଦୁହେ ପଶୁ ପ୍ରେମୀ ଭିଲ ଆନ୍ । ତେଭେ ପଶୁଙ୍କୁ ବିହାଘରଥି କୁନୁଆଁ କରିକିନା ଡାକିକରି ଖାଏବାକେ ଦେଇଥିବାର କଥା ୟରେକା ଫେସବୁକ୍‌ନେ ସେୟାର କରିଥିଲେ । ଆର ଲୋକ ଭିଲ ଏନ୍ତା ଗୁଟେ ପାହାକେ ଖୋବଟେ ପ୍ରଶଂସା କରିଥିଲେ । ଇହାଦେ ସୋସିଆଲ ମିଡିଆନେ ଇ ଘଟନାଟା ଭାଇରାଲ ହେବାରନେ ଲାଗିଛେ ।

Leave A Reply

Your email address will not be published.