ସିଡନି ଟେଷ୍ଟ୍‌:ଅଷ୍ଟ୍ରେଲିଆ ୩୩୮ନେ ଅଲଆଉଟ୍‌, ଭାରତ ୯୬/୨

0

ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ ସିଡନିନେ ଚାଲିଥିବାର୍ ବର୍ଡର-ଗାଭାସ୍କର କପ୍‌ର ୩ ନମ୍ବର୍ ଟେଷ୍ଟ୍ ମ୍ୟାଚ୍‌ର ଦୁଇନମ୍ବର୍ ଦିନେ ଭାରତ୍ ବନେ ବରକସ୍ ସ୍ଥିତିନେ ପହଁଚିଛେ । ଆଏଜ୍ ଦୁଇ ନମ୍ବର୍ ଦିନେ ଅଷ୍ଟ୍ରେଲିଆ ୧୬୬/୨ ନୁ ଖେଲ୍ ମୂଲ୍ କରିଥିଲା । ଗୁଟେ ସମିଆନେ ଅଷ୍ଟ୍ରେଲିଆ ୨୦୬/୨ କରିକରି ବଡଭାରି ସ୍କୋର୍ ଆଡ୍‌କେ ଯିବା ବାଗିର୍ ଦିଶୁଥିଲା । ତାଁକର୍ ନାଁକରା ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ନିଜେ ଦଲର୍ ବ୍ୟାଟିଂର୍ କେ ସମ୍ଭଲେଇକରି ୧୩୧ ରନ୍ କରିଥିଲେ । ତାଁକର୍ ସାଙ୍ଗେ ଲାବୁସେନ୍‌ ଭିଲ୍ ୯୧ ରନ୍ କରିଥିଲେ । ବାକି ଭାରତର୍ ବୋଲର୍ ମାନେ ଠିକ୍ ସମିଆକେ ୱିକେଟ୍ ମାନେ ନେଇକରି ଅଷ୍ଟ୍ରେଲିଆକେ ୩୩୮ନେ ଅଲଆଉଟ୍ କରିଦେଇଥିଲେ । ରବିନ୍ଦ୍ର ଜାଡେଜା ୪ଟା, ବୁମରା ୨ ଟା, ସାଇନି ୨ଟା ଆର୍ ସିରାଜ୍ ଗୁଟେ ୱିକେଟ୍ ନେଇଥିଲେ ।


ତାର ପରେ ଭାରତ୍ ଆଡୁ ରୋହିତ୍ ଶର୍ମା ଆର୍ ଶୁଭ୍‌ମନ୍ ଗିଲ୍ ବ୍ୟାଟିଂ ଆରମ୍ଭ୍ କରିଥିଲା । ଦୁହି ଜନ ଯାକର୍ ନୂଆଁ ବଲ୍‌କେ ବହୁତ୍ ଭଲ୍ ହିସାବେ ଖେଲିଥିଲେ । ବାକି ଦିନର୍ ଶେଷ୍ ଶେଷ୍ ଆଡକେ ଦୁହେ ଯାକର୍ ଆଉଟ୍ ହେଇଯାଇଥିଲେ । ଗିଲ୍ ୫୦ ଆର୍ ରୋହିତ୍ ୨୬ ରନ୍ କରିଥିଲେ । ଇହାଦେ ପୂଜାରା ଆର୍ କ୍ୟାପ୍‌ଟେନ୍ ରାହାଣେ ଦୁହିଜନ୍ ଯାକର୍ ଅପରାଜିତ୍ ଥିଲେ । ଆଏବାର୍ କାଲିର୍ ପହେଲା ସେସନ୍ ଭାରତ୍ ଲାଗି ବହୁତ୍ ଗୁରୁତ୍ୱପୂର୍ଣ୍ଣ ହେବାର୍‌କେ ଯାଉଛେ ।

Leave A Reply

Your email address will not be published.