୯୨,୭୧୩ କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ମିଲଲା ମଞ୍ଜୁରୀ

୫ଟା ବୃହତ୍ ପୁଞ୍ଜିନିବେଶ ପ୍ରସ୍ତାବକେ ରାଜ୍ୟ ସରକାରକଁର ଅନୁମୋଦନ୍‌

0

କୋଭିଡ୍ ବେମାରୀ ଇହାଦେ ପୁରା ଦୁନିଆଁର ବିକାଶର ଧାରାନେ ବାଧକ ସାଜିଛେ । ଗୁରଦୁଟେ ଦେଶେ ଇହାଦେ ଲୋକ ରୁଜଗାର ଭିଲ୍ ହରେଇଛନ୍ । ଇ ସବୁ ଭିତରେ ଭିଲ ଓଡ଼ିଶାନେ ଶିଳ୍ପର ବିକାଶ ଦିଗନେ ରାଜ୍ୟ ସରକାର ୯୨,୭୧୩ କୋଟି ଟଙ୍କାର ୫ଟା ବୃହତ୍ ପୁଞ୍ଜିନିବେଶ ପ୍ରସ୍ତାବକେ ଅନୁମୋଦନ କରିଛନ୍ । ଇଆଡୁ ରାଜ୍ୟନେ ୩୧, ୯୭୯ ନିଯୁକ୍ତି ଦିଆଯିବା । ପେଲେଟ୍‌, ଲୁହା, ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍‌, ରୋଲ୍ଡ ପ୍ରଡକ୍ଟସ୍ ସାଙ୍ଗେ ସିମେଣ୍ଟ ଲେଖେଁ ଗୁରଦୁଟେ ଶିଳ୍ପନେ ବେଭାର ହେଉଥିବାର କଂଚାମାଲ୍ କାରଖାନା ଇଥରେ ସାମିଲ୍ ହେଇଛେ । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର ଅଧ୍ୟକ୍ଷତାନେ ହେଇଥିବାର ୨୪ ନମ୍ବର ଉଚ୍ଚସ୍ତରୀୟ ମଞ୍ଜୁରୀ କତ୍ତୃପକ୍ଷ ବୈଠକନେ ଇ ପ୍ରସ୍ତାବ ଅନୁମୋଦିତ୍ ହେଇଛେ । ମଞ୍ଜୁରୀ ମିଲିଥିବାର ୫ଟା ପ୍ରକଳ୍ପ ଭିତରେ ରହିଛେ ଅନୁଗୁଳର ଜିନ୍ଦଲ ଷ୍ଟିଲ୍ ଆରୁ ପାୱାର ଲିମିଟେଡ୍‌କେ ବଢାବାର କାମ୍ ।

ଇଆଡୁ ବଛରକ ୬ ନିୟୁତ ଟନ୍‌ନୁ ୧୮.୬ ନିୟୁତ ଟନ୍‌କେ ବଢାଯାଇପାରବା । ଆରୁ ୨୪, ୩୫୦ ଝନକୁଁ ନିଯୁକ୍ତି ଯୁଗାଯାଇପାରବା । ସେନ୍ତା ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲର ଇସ୍ପାତ ଉତ୍ପାଦନ୍ କ୍ଷମତା ବଛରକିଆ ହିସାବେ ୧.୧ ନିୟୁତ ଟନ୍ ୩.୨ ନିୟୁତ ଟନ୍‌କେ ବଢାଯିବା । ଇ ପ୍ରକଳ୍ପ ଯାଯପୁରର କଳିଙ୍ଗନଗରନେ ପ୍ରତିଷ୍ଠା ହେବା ଆରୁ ଇଆଡୁ ୨୨୩୬ ଝନକୁଁ ନିଯୁକ୍ତି ଦିଆଯିବା । ସମ୍ବଲପୁର ପାଣ୍ଡଲୋଇଠାନେ ଥିବାର ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡର ଭିଲ ଉତ୍ପାଦନ୍ ବୃଦ୍ଧି କରାଯିବା । ଇତାର ବଛରକିଆ ଉତ୍ପାଦନ କ୍ଷମତା ୦.୭୭ ଏମଟିପିଏନୁ ୨.୩୭୩ ଏମଟିପିକେ ବଢାଯିବା । ଇଆଡୁ ୧୨୦୫ କୋଟି ଟଙ୍କା ବିନିଯୋଗ କରାଯାଇକରି ୩୨୭୦ ଝନକୁଁ ନିଯୁକ୍ତି ଦିଆଯାଇପାରବା । ଇ ସବୁ ପ୍ରକଳ୍ପ ପଶ୍ଚିମ, କେନ୍ଦ୍ରୀୟ, ଆରୁ ଉପକୂଳ ଓଡ଼ିଶାନେ ରହିଛେ । ଇ ସବୁ ପ୍ରକଳ୍ପର ସମୀକ୍ଷା କରାଯାଇକିନା ରିପୋର୍ଟ ଦେବାର ଲାଗି ମୁଖ୍ୟ ଶାସନ ସଚିବକୁଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ । ୨୦୨୦ ଫେବୃଆରୀନୁ ଇହାଦେ ତକ୍ ୧.୧୭ କୋଟି ପୁଞ୍ଜିନିବେଶ ପ୍ରସ୍ତାବକେ ଅନୁମୋଦନ କରାଯାଇଛେ । ଇଆଡୁ ୫୩ ହଜାର ଲୁକକୁଁ ନିଯୁକ୍ତି ସୁଯୋଗ ମିଲିପାରବା ।

Leave A Reply

Your email address will not be published.