ସମ୍ବଲପୁରେ ଚାଲିଛେ ମିଲର୍ସ ରାଜ୍ 

ଧାନ୍ କଟ୍‌ନି ଛଟ୍‌ନି ନେଇକରି ଚିନ୍ତାନେ ଚାଷୀ, ଅଭିଯୋଗ କଲେ ନାଇଁ ଶୁନ୍‌ବାର କେହି

0

ରାଜ୍ୟନେ ଭିନ୍ ଭିନ୍ ଜାଗାନେ ଖୁଲଲାନ ଧାନ୍ ମଣ୍ଡି । ପଂଜିକୃତ୍ କରେଇଥିବାର ଚାଷୀକଁରନୁ ଧାନ୍ ଘିନା କାମ୍ ମୁଲ ହେଇଛେ । ହେଲେ ଧାନ୍‌ଥି କଟନ୍ ଛଟନି କରାଯାଉଥିବାରନୁ ଚାଷୀକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ । ସମ୍ବଲପୁରର ଭିନ୍ ଭିନ୍ ମଣ୍ଡି ମାନକେ ମିଲର୍ସକଁର ମନମାନି ଚାଲିଥିବାର ବେଲକେ ଚାଷୀକଁରନୁ ଏଫ୍‌ଏକ୍ୟୁ ମାନ୍‌ର ଧାନନୁ ଭିଲ୍ ୪ନୁ ୫ କେଜି ଧାନ୍ କାଟି ଦିଆଯାଉଥିବାର ଅଭିଯୋଗ ହେଇଛେ ।

ସେଆଡେ ମିଲର୍ସ ନିଜର ମନମୁଖି କାମ୍ କାମ୍ କଲେ ଇମାନକୁଁ କହେବାର ଲାଗି କେହି ନାଇଁନ । ଧାନ୍ ଘିନା ମୁଲ ହେଲା ଦିନୁ ଆଏଜ୍ ତକ୍ ଥରେ ଭିଲ୍ ଉପସମିତି ବୈଠକ ନାଇଁ ହେଇ । ଇ ସବୁ ସମସ୍ୟା ନେଇକରି ସମ୍ବଲପୁର କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ଜିଲ୍ଲାପାଲକଁର ଅନୁପସ୍ଥିତିନେ ଦୁଶରା ଅଧିକାରୀକଁର ସାଙ୍ଗେ ଆଲୋଚନା କରିଛନ୍ । ଜଲଦି ସମସ୍ୟାର ସମାଧାନ୍ କରାନାଇଁଗଲେ ଆନ୍ଦୋଲନ କରାଯିବା ବଲି ଚେତାବନୀ ଦେଇଛନ୍ ସଙ୍ଗଠନ୍ ସଦସ୍ୟ । କିନାଲୋଇନେ ୧୫ ହଜାର ୯୨୨ ପେକେଟ୍ ଧାନ୍ ନାଇଁ ଉଠିପାରୁଥିବାର ବେଲକେ ଖୁଲା ଆକରାଶ ତଲେ ପଡିରହିଛେ । ଯାହାକେ ନେଇକରି ଚାଷୀକଁର ଚିନ୍ତା ବଢବାରନେ ଲାଗିଛେ ।

ସୂଚନା ହିସାବେ ସମ୍ବଲପୁର ଉପଖଣ୍ଡନେ ୧୭ ହଜାର ୪୦୬ ଚାଷୀକଁର ୨୨ ଲାଖ୍ ୩୬ ହଜାର ୦୬୫ ବସ୍ତା ଧାନ୍ ଠୋଲ୍ ହେଇଛେ । ଚାଷୀ ଧାନ୍ ନେଇକରି ଗଲେ କ୍ୱିଣ୍ଟାଲ ପିଛା ୩ନୁ ୪ କେଜି ଧାନ୍ କାଟି ଦିଆଯାଉଛେ, ଆରୁ ମନା କଲେ ଧାନ୍ ନେଇଯିବାର ଧମକ୍ ଦେଉଥିବାର ଅଭିଯୋଭଗ କରିଛନ୍ ଚାଷ୍ । ଇ ସବୁ ଭିତରେ ଛୋଟ୍ ଚାଷୀକଁର ସମସ୍ୟା ଅଏତକା ବଢିଛେ । ଇଟା ନେଇକରି ବାରମ୍ବାର ଅଭିଯୋଗ କଲେ ଭିଲ୍ କେନସି ସମାଧାନ୍ କରାନାଇଁ ଯିବାର । ପହେଲା ଏନ୍ତା କିଛି ସମସ୍ୟା ହେଲେ ଜିଲ୍ଲାପାଳକଁର ଅଧ୍ୟକ୍ଷତାନେ ୧୫ ଦିନେ ଥରେ ଲେଖାଁ ଉପସମିତି ବୈଠକ ହେଉଥିଲା , ଯେନଟା ଇହାଦେ ନାଇଁ ହେବାର । ମିଲର୍ସକଁର ରାଜ୍ ଚାଲିଥିବାର ବେଲେ ସାଧାରଣ ଚାଷୀ ଖାଲି ହଏରାନ୍ ହେବାରଟା ସାର୍ ହେଉଛେ ।

Leave A Reply

Your email address will not be published.