ଯବାନକଁର ସାଙ୍ଗେ ଦୀଆଲି ମନାଲେ ପ୍ରଧାନମନ୍ତ୍ରୀ

ଜୈସଲମେର ସୀମାନୁ ଦେଶବାସୀକୁଁ ଦୀଆଲିର ଶୁଭେଚ୍ଛା ଜନେଇଛନ୍ ମୋଦୀ

0

ଫି ବଛର ମେତାର ଇ ବଛର ଭିଲ୍ ସୀମାନେ ଥିବାର ଆମର ବୀର ଯବାନକଁର ସାଙ୍ଗେ ଦୀଆଲି ମାନିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନର ଜୈସଲମେର ସୀମାନେ ଥିବାର ଯବାନକୁଁ ଦୀଆଲି ଶୁଭେଚ୍ଛା ଜନାବାର ସାଙ୍ଗେ ସେଠାନୁ ଦେଶବାସୀକୁଁ ସମ୍ବୋଧନ୍ କରିଥିଲେ । ୧୩୦ କୋଟି ଦେଶବାସୀକଁର ତରଫୁ ଦେଶର ହୀରୋ ମାନକୁଁ ଶୁଭେଚ୍ଛା ଜନେଇଛନ୍ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ ଯେ, ଦେଶର ସବୁ ଯବାନ୍‌କୁଁ ମୋର ନମସ୍କାର । ଆପଣମାନକଁର ଲାଗି ଇ ଦେଶ ଅଛେ ଆରୁ ଆମର ଦେଶବାସୀ ଭିନ୍ ଭିନ୍ ପରବ୍ ଭିଲ୍ ମାନୁଛନ୍ ।

ସୀମାନେ ଥାଇକରି ଶତ୍ରୁ ରାଷ୍ଟ୍ର ଆରୁ ଆତଙ୍କବାଦୀକୁଁ ଟାର୍ଗେଟ କରିଛନ୍ ମୋଦୀ । ଇତାର ସାଙ୍ଗେ ଭାରତ ସୀମାନେ ଦାଦାଗିରି ଦେଖଉଥିବାର ଶତ୍ରୁ ରାଷ୍ଟ୍ର ମାନକେ ଭିଲ୍ କଡା ଭାଷାନେ ନିନ୍ଦା କରିଛନ୍ ମୋଦୀ । ଲୋଙ୍ଗେୱାଲା ଲଢେଇର କଥା ସୋର କରିକିନା ଭାରତୀୟ ଯବାନକୁଁ ଭୁରି ଭୁରି ପ୍ରଶଂସା କରିଛନ୍ ପ୍ରଧାନମନ୍ତ୍ରୀ । ଗଲା ବରଷ୍ ଦୀଆଲିନେ ପ୍ରଧାନମନ୍ତ୍ରୀ ଜ୍‌ମୁ-କଶ୍ମୀରର ରଜୌରୀନେ ଯବାନକଁର ସାଙ୍ଗେ ଦୀଆଲି ମନେଇଥିବାର ବେଲେ ଇ ବରଷ୍ ସେ ରାଜସ୍ଥାନନେ ମାନିଛନ୍ ଦୀଆଲି । ସେନା ଡ୍ରେଷ୍ ପିନ୍ଧିକରି ସୁରକ୍ଷାକର୍ମୀକଁର ପାଶେ ପୁହୁଁଚିଥିଲେ ଆରୁ ସମକୁଁ ମିଠା ଖୁଏଇ କରି ଦୀଆଲିର ଅଭିନନ୍ଦନ ଜନେଇଥିଲେ ।

Leave A Reply

Your email address will not be published.