ଫେର୍ ଘୁଞ୍ଚଲା ଅନ୍ତର୍ଜାତୀୟ ବିମାନ ଉଡାଣ ସେବା

ନଭେମ୍ବର ୩୦ ବଦଲେ ଡିସେମ୍ବର ୩୧କେ ଘୁଞ୍ଚାଗଲା ଅନ୍ତର୍ଜାତୀୟ ବିମାନ୍ ସେବା

0

ଅନ୍ତର୍ଜାତୀୟ ବିମାନ୍ ଉଡବାର ନେଇକରି ଫେର୍ ଆଏଲା ଆର ଗୁଟେ ନୂଆଁ ନିଷ୍ପତ୍ତି । କରୋନା ବେମାର ବଢବାର ଡର ରହିଥିବାରନୁ ଅନ୍ତର୍ଜାତୀୟ ବିମାନ୍ ଉପରେ ନଭେମ୍ବର ୩୦ ତାରିଖ୍ ତକ୍ ବନ୍ଦ ରଖାଯାଇଥଲା । ହେଲେ ଇହାଦେ ଇଟା ଫେର୍ ବଢେଇଦିଆଯାଇଛେ ଆରୁୁ ଡିସେମ୍ବର ୩୧ ତାରିଖ ତକ୍ ଇହାଦେ ବିମାନ୍ ଉଡାଣ ବନ୍ଦ କରାଯାଇଛେ । ଜରୁରୀ ସେବା ଲାଗି ହିଁ ବିମାନ୍ ଉଡାଣ ନେଇକରି ଅନୁମତି ରହିଥିଲେ ଭିଲ୍ ନିୟମ୍ ରହିଛେ । ଇ ନେଇକରି ଡିଜିସିଏ ଆଡୁ ସୂଚନା ଦିଆଯାଇଛେ । ଇ ସବୁ ନିୟମ ବାଦ୍ ଅନ୍ତର୍ଜାତୀୟ କାର୍ଗୋ ବିମାନ୍ ଉଡାଣ ସେବା ପହେଲା ଲେଖେଁ ଲାଗୁ ରହେବା ।

ଅନ୍ତର୍ଜାତୀୟ ବିମାନ୍ ଉଡାଣ ବନ୍ଦ ବାଦ୍ ଭିଲ୍ କେହି ବିଦେଶ ଯିବାକେ ଚାହୁଁଥିଲେ ଏୟାର ବବଲ୍ ଯୋଜନାନେ ଯାଇପାରବେ । ଇ ଯୋଜନାନେ ଦୁଇଟା ଦେଶର ଏୟାରଲାଇନ୍ସ ମାନକଁର ଆଡୁ ବିମାନ ଉଡାଣର ବେବସ୍ଥା କରାଯାଇଥିସି । ଆମର ଦେଶ ଆଡୁ ଏୟାର ବବଲ ଲାଗି ୨୨ଟା ଦେଶ ସାଙ୍ଗେ ଚୁକ୍ତି ହେଇଛେ । କରୋନା ବେମାର ଲାଗି ଗଲା ମାର୍ଚ୍ଚ ୨୩ ତାରିଖନୁ ଭାରତନେ ଅନ୍ତର୍ଜାତୀୟ ବିମାନ୍ ଉଡାଣ ବନ୍ଦ ରହିଛେ ।

Leave A Reply

Your email address will not be published.