ମାହାପୁରୁକଁର ନାଗାର୍ଜୁନ୍ ବେଶ୍

ଶ୍ରୀମନ୍ଦିରନେ କରାଗଲା ମହାପୁରୁକଁର ନାଗାର୍ଜୁନ୍ ବେଶ୍‌, କରୋନା ଲାଗି ଦର୍ଶନନୁ ବଂଚିତ୍ ହେଲେ ଭକତ୍‌

0

ପୁରୀ ଶ୍ରୀମନ୍ଦିରନେ ଚତୁର୍ଦ୍ଧାମୂର୍ତ୍ତିକଁର ଦୁର୍ଲଭ୍ ନାଗାର୍ଜୁନ୍ ବେଶ୍ । ୨୬ ବରଷ୍ ଉତାରୁ ମହାପୁରୁ ନାଗାର୍ଜୁନ୍ ବେଶ ନେଇଛନ୍ । ରତ୍ନ ସିଂହାସନନେ ବଡମହାପୁରୁ, ସୁଭଦ୍ରା ଆରୁ କାଲିଆ ବୀର ବେଶ୍‌ନେ ସଜେଇ ହେଇଛନ୍ । ରୀତିନୀତି ହିସାବେ ମହାପୁରୁକଁର ସବୁ କାମ୍ ପୂରା ହେଲା ବାଦ୍ ତାକୁଁ ନାଗାର୍ଜୁନ୍ ବେଶଥି ସଜାହେଇଛେ । ସଖାଲୁ ପହେଲା ମଙ୍ଗଲ ଆଲତି, ଅବକାଶ ଆରୁ ମଇଲମ୍ ଉତାରୁ ମହାପ୍ରଭୁକଁର ବେଶ୍ ଅନୁଷ୍ଠିତ୍ ହେଇଥିଲା । ପରମ୍ପରା ହିସାବେ ଜଗନ୍ନାଥ୍ , ବଡ ମାହାପୁରୁ ନାଗା ବେଶଥି ସଜେଇହେଇଥିବାର ବେଲକେ ସୁଭଦ୍ରା ତ୍ରିଭୁନେଶ୍ୱରୀ ବେଶଥି ସଜେଇ ହେଇଥିବାର ବେଲକେ ତାକୁଁ ସୁନା ଅଲଙ୍କାରନେ ସଜା ହେଇଛେ । ଇ ବରଷ୍ କିନ୍ତୁ ମହାପ୍ରଭୁକଁର ଇ ଦୁର୍ଲଭ୍ ବେଶ୍ ଭକତ୍ ଦେଖବାରନୁ ବଂଚିତ୍ ହେଇଛନ୍ ।

କରୋନା ନିୟମ୍ ଲାଗୁ ହେଇଥିବାର ବେଲକେ ପୁରୀନେ ୧୪୪ ଧାରା ଲାଗୁ କରାଯାଇଛେ । ଖାଲି ସେବାୟତ୍ ଆରୁ ନିୟୋଜିତ୍ ପ୍ରଶାସକ୍‌କୁଁ ମନ୍ଦିର ଭିତରେ ଢୁକବାର ଲାଗି ଅନମତି ଦିଆଯାଇଛେ । ଶ୍ରୀମନ୍ଦିରର ଭିତରଛ ମହାପାତ୍ର, ତଳିଛ ମହାପାତ୍ରକଁର ସାଙ୍ଗେ ପୁଷ୍ପାଳକ ସେବକ ଇ ବେଶ୍ କରେଇଛନ୍ । ଖୁଣ୍ଟିଆ ଆରୁ ମେକାପ ସେବକମାନେ ଭିଲ୍ ଇଥିରେ ସାହାଜ୍ କରିଥିଲେ । ନାଗାର୍ଜୁନ୍ ବେଶଥି ହାଣ୍ଡିଆ ଶିରଣାସ୍ତ୍ରାଣକେ ଭଣ୍ଡି ଆରୁ କଦମ୍ ଫୁଲନେ ସଜେଇକରି କାଲିଆ ଆରୁ ବଡ ମହାପୁରୁକୁଁ ସଜାଯାଇଛେ । ମହାପୁରୁକୁଁ ଧନୁ ଶର ଆରୁ ଦୁଶରା ଅସ୍ତ୍ରଶସ୍ତ୍ରନେ ସଜ୍ଜିତ୍ କରରାଯାଇଛେ ।

ଆଏଜ୍ ମହାପୁରୁକଁର ବେଶ୍ ହେବାରେ ଡେର୍ ହେଇଥିଲା ୩ ଘଣ୍ଟା । ସଖାଲର ୪ ବଜା ବଦଲେ ୭ ବଜେ ମହାପ୍ରଭୁକଁର ବେଶ୍ ଅନୁଷ୍ଠିତ୍ ହେଇଥିଲା । ଫି ବଛର ନାଗାର୍ଜୁନ୍ ବେଶ୍ ନାଇଁ କରାହୁଏ । ମହାପୁରକଁର ଇ ଦୁର୍ଲଭ୍ ବେଶ ଲାଗି କେତନି ବରଷ୍ ଟାକିକେ ପଡିଥିସି । ଯେନ୍ ବରଷ୍ କାର୍ତ୍ତିକ ମାସର ପଂଚକ୍ ପାଂଚ ଦିନ୍ ନାଇଁ ହେଇକରି ୬ ଦିନ୍ ହେଇଥିସି ଆରୁ କାର୍ତ୍ତିକ ମାସର ଉଜଲ ପଖର ଏକାଦଶୀନୁ ଚତୁର୍ଦ୍ଦଶୀ ତକ୍ ପଂଚକ୍‌ର ଯେନ୍ ତିଥିନେ ମଳ ତିଥି ପଡିଥିସି ହେଇ ବରଷ୍ ନାଗାର୍ଜୁନ୍ ବେଶ୍ ହେଇଥିସି । ଇତାର ଆଘୋନୁ ୧୯୯୪ ମସିହାନେ ଶେଷ ଥର ଲାଗି ନାଗାର୍ଜୁନ୍ ବେଶ ହେଇଥିବାର ବେଲକେ ୨୬ ବଛର ଉତାରୁ ଫେର୍ ମହାପ୍ରଭୁକଁର ଇ ଦୁର୍ଲଭ ବେଶ କରାଯାଇଛେ ।

Leave A Reply

Your email address will not be published.