ସହଦେବକଁର ‘ମିଶନ୍ ରଏବାର’

ବଲାଙ୍ଗିରର ଗଛ ମୁନୁଷ ଭାବେ ଜନା ସହଦେବ ପ୍ରଧାନ

0

ଇହାଦେ ଚାରିଆଡେ କଲକାରଖାନା ଯେତକି ବନୁଛେ ଫେର ଗାଡି ମଟର ଭିଲ୍ ହେତକି ଚାଲିଛେ । ଆର ହେ ହିସାବେ ଗଉ ଭିଲ୍ ଲୋକ୍ କାଟତେଲ୍ ଯଉଛନ୍ । ପରିବେଶ ଖରାପ୍ ହେବାର ସାଙ୍ଗେ ଜଙ୍ଗଲ ଭିଲ୍ ନଷ୍ଟ୍ ହେବାରନେ ଲାଗିଛେ । ଏନ୍ତା ସମିଆଁଥି ଯେନଠାନେ ଲୋକ୍ ଇତାକେ ଅନଦେଖା କରୁଛନ୍ ଆରୁ କିଛି ସଙ୍ଗଠନ୍ ଅଛନ୍ ଯେନ୍‌ମାନେ ଖାଲି ସୋସିଆଲ ମିଡିଆନେ ଫଟୋ ରଖବାର ଲାଗି କିଏ କେନ୍ତା ଗଛ ଲଗଉଛନ୍ । ଦୁଶରା ଆଡେ ଇ ସବୁ ଭିତରେ ଗଛ ଲଗାବାର ସାଙ୍ଗେ ଗଛକେ ଭଲ ପାଉଥିବାର ଭିଲ୍ ମୁନୁଷ ଅଛନ୍ । ବଲାଙ୍ଗିରର ସହଦେବ ପ୍ରଧାନ ଇହାଦେ ଦୁଶରା ମାନକଁର ଲାଗି ଗୁଟେ ଉଦାହରଣ ସାଜିଛନ୍ । ଛୁଆ ଦିନୁ ସହଦେବକଁର ଗଛ ଜଗାବାର ଲାଗି ସଉକି ରହିଥିଲା ।

ସେ ଆଠ ନଅ ଶ୍ରେଣୀନେ ପଢଲା ସମିଆଁନୁ ସହରର ଭିନ୍ ଭିନ୍ ଜାଗା ମାନକେଁ ଗଛ ଲଗେଇକିନା ଇତାର ଜତନ୍ ଭିଲ୍ ନେଉଥିଲେ । ଇହାଦେ ମିଶନ୍ ରଏବାର ନାଁଥି ଗଛ ଲଗା କାମ୍ ମୁଲ କରିଛନ୍ ସହଦେବ୍ । ଫି ରଏବାର ସହଦେବ ଗଛ ଲଗାବାର ଲାଗି ବାହାରି ପଡସନ୍ । ତାକଁର ସାଙ୍ଗେ ଦୁଶରା ଲୋକ୍ ଭିଲ୍ କିଏ କେନ୍ତା ସଉକି କରିକିନା ଇ କାନେ ସାମିଲ ହେଇଛନ୍ । ସହଦେବ ରାସ୍ତା ତରାନ ଗଛ ନାଇଁ ଲଗେଇକରି ଜଙ୍ଗଲ ମାନକୁଁ ଗଛ ଲଗେଇଥିସନ୍ , ଯେନଟାକି ଇହାଦେ ବଡ ହେଇକରି ଲୁକକଁର ସେବାନେ ଲାଗିଛେ । ସହଦେବ ଆଶର ପାଶର ଇଲାକାନେ ଗଛ ମୁନୁଷ ଭାବେ ଜନା ।

Leave A Reply

Your email address will not be published.