କେଭେ ହେବା ସମାଧାନ୍ ?

କେନ୍ଦ୍ର କୃଷି ଆଇନ୍‌କେ ବିରୁଧ୍ କରିକିନା ଚାଲିଛେ ଚାଷୀ ଆନ୍ଦୋଲନ୍‌, ଜରୁରୀ କାମ୍ ଉପରେ ପଡୁଛେ ପ୍ରଭାବ୍‌

0

କେନ୍ଦ୍ର ସରକାରକଁର ନୂଆଁ କୃଷି ଆଇନ୍‌କେ ବିରୁଧ କରିକିନା ଦେଶଭରନେ ଚାଲିଛେ ଚାଷୀ ଆନ୍ଦୋଲନ୍ । ୨୧ ଦିନ୍ ଉପରେ ପୁହୁଞ୍ଚିଛେ ଇ ଆନ୍ଦୋଲନ୍ । ନିଜର ଜିଦ୍‌ନେ ରହିଥିବାର ଚାଷୀ ଦାବି ନାଇଁ ପୁରା ହେବାର ତକ୍ ଆନ୍ଦୋଳନ୍ ଜାରି ରହେବା ବଲି ଚେତାବନୀ ଦେଇଛନ୍ । ସେଆଡେ କେନ୍ଦ୍ର ସରକାର ଭିଲ୍ କେତନି ଥର କୃଷକ ସଙ୍ଗଠନ୍ ସାଙ୍ଗେ କୃଷି ଆଇନ୍ ସଂଶୋଧନ୍ କରବାର ଲାଗି ବୈଠକ ଡାକିକରି ଆଲୋଚନା କରିସାରିଛନ୍ । ହେଲେ ଇହାଦେ ତକ୍ କେନସି ସମାଧାନ୍ ହେଇନାଇଁପାରି ଆରୁ ବିକ୍ଷୋଭ୍ ସେନ୍ତା ଚାଲିଛେ ।

ଦିଲ୍ଲୀର ଟିକ୍ରି, ଧନ୍‌ସା ସୀମା ବନ୍ଦ ରହିଥିବାର ବେଲକେ ଦିଲ୍ଲୀକେ ସଂଯୋଗ କରୁଥିବାର ଭିନ୍ ଭିନ୍ ଜାତୀୟ ରାଜପଥ ମାନେ ବନ୍ଦ ରହିଛେ । ଚାଷୀ ରାସ୍ତା ଛେକିକରି ଧାରନାନେ ବସିଥିବାରନୁ କେତନି କାମ୍ ଅଟକି ପଡିଛେ । ଯିବାର ଆଏବାର ଠପ୍ ହେଇଯିବାରନୁ ଖାଏବାର ସାମାନ୍ ଯୋଗାଣନେ ସମସ୍ୟା ଦେଖାଦେଇଛେ । ଚାଷୀ ଆନ୍ଦୋଲନ୍ ଲାଗି ଦିଲ୍ଲୀ ସାଙ୍ଗେ ପଂଜାବ, ହରିୟାଣା, ହିମାଚଳ ପ୍ରଦେଶ ଆରୁ ଜମ୍ମୁ-କଶ୍ମୀରନେ ବେବସାୟିକ୍ କାମ୍ ଅଟକି କରି ରହିଛେ । ସେଆଡେ କେନ୍ଦ୍ର ସରକାର ଭିନ୍ ଭିନ୍ କୃଷକ୍ ସଙ୍ଗଠନର ସଦସ୍ୟକୁଁ ଡାକିକରି ଆନ୍ଦୋଲନ୍ ଭଣ୍ଡୁର କରବାର ଯୋଜନା କରୁଥିବାର ଅଭିଯୋଗ ଆନିଛନ୍ ଚାଷୀ ।

ମଧ୍ୟପ୍ରଦେଶର ଚାଷୀ କୃଷି ଆଇନ୍‌କେ ସମର୍ଥନ ଜନେଇଥିବାରନୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀକୁଁ ଧନ୍ୟବାଦ୍ ଜନେଇଛନ୍ । କୃଷି ଆଇନକେ ବିରୁଧ୍ କରବାର କଥାକେ ଗୁଟେ ବ୍ୟତିକ୍ରମ୍ ବଲି କହିଛନ୍ କୃଷିମନ୍ତ୍ରୀ । ଖାଲି ଗୁଟେ ରାଜ୍ୟର କୃଷକ୍ ଇତାକେ ବିରୁଧ କରୁଥିବାର ବେଲକେ ଜଲଦି ଇତାର ସମାଧାନ୍‌ର ରାସ୍ତା ବାହାର କରାଯିବାର ଲାଗି ଚେଷ୍ଟା କରାଯାଉଥିିବାର କହିଛନ୍ ମନ୍ତ୍ରୀ ।

ସେଆଡେ ଇ ସମସ୍ୟାର ସମାଧାନ୍ ଲାଗି ସୁପ୍ରିମ୍‌କୋର୍ଟ ଗୁଟେ କମିଟି ଗଠନ୍ ଲାଗି କହିଛନ୍ । କମିଟି ଗଠନ୍ କଲେ ସମସ୍ୟାର ସମାଧାନ୍ ନାଇଁ ହୁଏ ବଲି କହିଛନ୍ ଚାଷୀ ସଙ୍ଗଠନ୍ । ନୂଆଁ କୃଷି ଆଇନ୍ କରବାର ଆଗରୁ କମିଟି ଗଠନ କରବାର ଥିଲା ବଲି କହିଛନ୍ କୃଷକ୍ ସଙ୍ଗଠନ୍ ସଦସ୍ୟ । ଇ ସବୁ ଭିତରେ ଗୁଟେ ଅଘଟନ୍ ଭିଲ୍ ଦେଖବାକେ ମିଲିଛେ । ହରିୟାଣା କର୍ନଲର ଜନେ ଶିଖ୍ ପୁରୋହିତ କୃଷକ୍ ଆନ୍ଦୋଲନ୍‌କେ ସମର୍ଥନ କରିକିନା ଦିଲ୍ଲୀ ସିଂଘୁ ସୀମାନେ ନିଜକୁ ଗୁଲିକରି ଆତ୍ମହତ୍ୟା କରିଛନ୍ ।

ସେ ଜନେ କର୍ନଲର ଏସ୍‌ଜିପିସି ନେତା ସାଙ୍ଗେ ଜନେ ଚାଷୀ ଭିଲ୍ । ମରବାର ଆଘୋନୁ ସେ ଗୁଟେ ସୁସାଇଡ୍ ନୋଟ୍ ଛାଡିକରି ଯାଇଛନ୍ । ଚାଷୀ ମାନକଁର ଲାଗି ସେ ଇ ଚିଠିନେ ଲେଖିଛନ୍ । କୃଷକକଁର ଦୁଃଖ୍ ମୁଇଁ ଦେଖିଛେ । ଚାଷୀ ମାନକୁଁ ନ୍ୟାୟ ନାଇଁ ଦିଆଯାଉଥିବାରଟା ତାକୁଁ ବହୁତ୍ ଦୁଖ ଦେଇଛେ ବଲି ସେ କହିଛନ୍ । ସରକାରକଁର ଏନ୍ତା ନୀତିକେ ସହିନାଇଁପାରି କରି ଆତ୍ମହତ୍ୟା କରିଥିବାର ବଲି ଲେଖିଛନ୍ ସେ ।

Leave A Reply

Your email address will not be published.