ମେଟ୍ରିକ୍ ପରୀକ୍ଷା ର ଫି’ ଛାଡ୍ କର୍‌ଲେ ରାଜ୍ୟ ସରକାର୍

0

ଇ ବରଷ୍ ମେଟ୍ରିକ୍ ପରୀକ୍ଷା ଦେବାର୍‌କେ ଯାଉଥିବାର୍ ଛାତ୍ରଛାତ୍ରୀ ମାନକଁର୍ ଫି ଛାଡ୍ କରିଛନ୍ ରାଜ୍ୟ ସର୍‌କାର୍ । କରୋନା ମହାମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ ମାନେ ବନ୍ଦ୍ ରହେଲା ଉତାରୁ ଜାନୁଆରି ୮ନୁ କୋଭିଡ୍ ଗାଇଡଲାଇନ୍ କେ ମାନିକରି ମେଟ୍ରିକ୍ ଆର୍ +୨ ର ପାଠପଢା ମୂଲ୍ ହେଇଛେ । ସେଆଡେ ମେଟ୍ରିକ୍ ପରୀକ୍ଷା ଲାଗି ସବୁ ସ୍କୁଲ୍ ମାନକୁଁ ଇହାଦେ ପାଠପଢା ଆରମ୍ଭ ହେଇଯାଇଛେ । କରୋନା ମହାମାରୀ ଲାଗି ଲୁକକଁର୍ ଜୀବନ୍‌ଜୀବ୍‌କା ଉପ୍‌ରେ ବହୁତ୍ ପ୍ରଭାବ୍ ପଡିଥିବାର୍ ନୁ ଅବିଭାବକ ମାନକଁର୍ ପରିସ୍ଥିତି କେ ଦେଖିକରି ରାଜ୍ୟ ସରକାର୍ ଇ ନିଷ୍ପତି ନେଇଛନ୍ ।

ତାର୍ ସାଙ୍ଗେ ଇ ବରଷ୍ ଛୁଆକଁର୍ ପାଠପଢା ବି ଭଲ୍ ସେ ହେଇନାଇପାରି । ସେଥିର୍ ଲାଗି ଇ ବରଷ୍ ମେଟ୍ରିକ୍ ପରୀକ୍ଷା ଲାଗି ଦିଆଯାଉଥିବାର୍ ଫି କେ ଛାଡ୍ କରିଛନ୍ ରାଜ୍ୟ ସରକାର୍ । ସବୁ ବରଷ୍ ମେଟ୍ରିକ୍ ପରୀକ୍ଷା ଦେବାର୍ ଲାଗି ୪୨୦ ଟକାଁ ଫି ଦେବାର୍ କେ ପଡିଥିସି । ହେଲେ ଇ ବରଷ୍ ଫି’ଛାଡ୍ ହେଇଥିବାର୍ ନୁ ରାଏଜର୍ ୬ ଲାଖ୍ ନୁ ଅଧିକା ପରୀକ୍ଷା ଦେଉଥିବାର୍ ସବୁ ଛାତ୍ରଛାତ୍ରୀ ଉପକୃତ୍ ହେଇପାର୍‌ବେ ।

Leave A Reply

Your email address will not be published.