୧୫୦୦ ଟଙ୍କା ନେଇକରି ଭାରତ ଆସିଥିଲେ ଗୁଲାଟି

ଆର୍‌୍ ନାଇଁନ ଏମଡିଏଚ ଗ୍ରୁପର ମାଲିକ ଧର୍ମପାଲ ଗୁଲାଟି, ୯୮ ବରଷ୍‌ ବୟସନେ ଗଲା ଜୀବନ୍‌

0

ମହେଶିଆଁ ଦି ହଟ୍ଟି ମାନେ ଏମଡିଏଚ୍ । ଭାରତର ମସଲା ଭିତରେ ବଡ ଆର୍ ଜନାଶୁନା ବ୍ରାଣ୍ଡ । ଏମଡିଏଚ ଗ୍ରୁପର ମାଲିକ୍ ଆର ଏମଡିଏଚ ମସଲା ମାନକଁର୍ ବିଜ୍ଞାପନର ଜନାଶୁନା ଚେହେରା ଧର୍ମପାଲ ଗୁଲାଟି ଆର୍ ନାଇଁନ । ୯୮ ବର୍ଷନେ ତାକଁର ଜୀବନ୍ ଯାଇଛେ । ଦିଲ୍ଲୀର ମାତା ଚନ୍ନନ ଦେବୀ ହସପିଟାଲନେ ତାକଁର୍ ଦେହାନ୍ତ ହେଇଛେ । ୯୮ ବର୍ଷୀୟ ଧର୍ମପାଲ ଗୁଲାଟି ରୋଗ ଲାଗି ଗଲା କେତେ ଦିନ୍ ହେଲା ହସପିଟାଲନେ ଭର୍ତ୍ତି ହେଇଥିଲେ । ତାକଁର୍ ଜୀବନ୍ ଯିବାର୍ ଖବର ଜନାପଡବାର୍ ଉତାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍, ‘ସଂଘର୍ଷ ଆର୍ ପରିଶ୍ରମ୍‌ର ଅଦ୍ଧୁତ ପ୍ରତୀକ୍ ଥିଲେ ଧର୍ମପାଲ ଗୁଲାଟି । ନିଜର୍ ମେହେନତ୍‌ନେ ସଫଲତାର ଶୀଖର୍ ଛିଁଥିବାର୍ ଧର୍ମପାଲ ଗୁଲାଟିକଁର୍ ଜୀବନ୍ ସବୁ ଲୁକକୁଁ ପ୍ରେରଣା ଦେସି, ମହାପୁରୁ ତାକଁର୍ ଆତ୍ମାକେ ଶାନ୍ତି ଦେଉନ୍ ଆର୍ ତାକଁର୍ ନିଜର ଲୁକକୁଁ ଦୁଃଖ୍ ସହେବାର୍ ଶକ୍ତି ଦେଉନ୍ ‘।

ହେନ୍ତା ରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ , ‘ଭାରତର ଜନାଶୁନା ବେପାରୀ ମାନକଁର୍ ଭିତରୁ ଜନେ ଧର୍ମପାଲ ଗୁଲାଟିକଁର୍ ଦେହାନ୍ତ ଲାଗି ଦୁଃଖ୍ ଲାଗୁଛେ । ଛୋଟ୍ ବେପାରନୁ ମୁଲ୍ କରିଥିଲେ ନିଜର ଗୁଟେ ପରିଚୟ ବନେଇପାରିଥିଲେ । ସାମାଜିକ୍ କାମ୍ ମାନକୁଁ ସେ ସବୁବେଲେ ସକ୍ରିୟ ଥିଲେ ଆର୍ ଶେଷ୍ ତକ୍ ଥିଲେ । ମୁଇଁ ତାକଁର୍ ପରିବାର୍ ଲାଗି ନିଜର୍ ସମ୍ବେଦନା ଜନଉଛେଁ ‘। ହେନ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରିୱାଲ ବି୍ ନିଜର ଦୁଃଖ୍ ଜନେଇଛନ୍ । ତାର ସାଙ୍ଗେ ସାଧାରନ୍ ଲୋକ୍ ବି ସୋସିଆଲି ମିଡିଆରେ ତାକୁଁ ଶ୍ରଦ୍ଧାଞ୍ଜଲି ଦେଉଛନ୍ ।

ଏନ୍ତା ଥିଲା ଧର୍ମପାଲ ଗୁଲାଟିକଁର୍ ଜୀବନ୍‌…

ସ୍ୱର୍ଗତ୍ ଧର୍ମପାଲ୍ ଗୁଲାଟି ଜନମ୍ ହେଇଥିଲେ ୨୭ ମାର୍ଚ୍ଚ , ୧୯୨୩ନେ ସିଆଲକୋଟ ( ଯେନଟା ଏବେ ପାକିସ୍ତାନରେ ଅଛେ) ନେ ହେଇଥିଲା । ୧୯୩୩ନେ ସେ ପାଞ୍ଚ ପଢଲା ଉତାରୁ ସ୍କୁଲ ଛାଡି ଦେଇଥିଲେ । ୧୯୩୭ନେ ନିଜର ବାପାକଁର୍ ସାଙ୍ଗେ ବେପାର ମୁଲ କରିଥିଲେ । ସାବୁନ୍‌, କପଡା, ଚାଉଲ ଏନ୍ତା ସବୁ ଜିନିଷର ବେପାର କରିଥିଲେ । ହେଲେ ପଛେ ଫେର୍ ସେ ତାକଁର୍ ବାପାର ଗୁଟେ ଦୁକାନେ କାମ୍ କରିଥିଲେ । ହେଲେ ଭାରତ -ପାକିସ୍ତାନ ଭାଗ୍ ହେବାର୍ ଉତାରୁ ସେମାନେ ଦିଲ୍ଲୀ ଆସିଥିଲେ । ସେତେବେଲେ ତାକଁର୍ ପାଖେ ଖାଲି ୧୫୦୦ ଟଙ୍କା ଥିଲା । ସେ ପଏସାରେ ସ୍ୱର୍ଗତ୍ ଗୁଲାଟି ୬୫୦ ଟଙ୍କାନେ ଗୁଟେ ଘୁଡା ଗାଡି ଘିନିକରି ଦିଲ୍ଲୀ ରେଲୱେ ଷ୍ଟେସନ୍ ନୁ କୁତୁବ ରୋଡ ଭିତରେ ଚଲଉଥିଲେ । ହେଲେ କେତେ ଦିନ୍ ଉତାରୁ ସେଟା ବି ତାକଁର୍ ଭାଇକେ ଦେଇକରି କରୋଲବାଗ ର ଆଜମଲ ଖାନ୍ ରୋଡ ପାଖେ ଗୁଟେ ଛୋଟ୍ ଦୁକାନ୍ ଦେଇକରି ମସଲା ବିକବାର୍ ମୁଲ୍ କଲେ । ମସଲା ବେପାର ଜୋରସୋର ଚାଲଲା ଆର୍ ଆଜିର ଦିନେ ଏମଡିଏଚ୍ ( ମହେଶିଆଁ ଦି ହଟ୍ଟି) ବ୍ରାଣ୍ଡ ଲାଗି ସ୍ୱର୍ଗତ୍ ଗୁଲାଟିକୁଁ ସଭେ ଜାନିଛନ୍ ।

ସବୁନୁ ଗୁଟେ ଖାସ୍ କଥା ହେଲା ଯେ ତାକଁର୍ ବ୍ରାଣ୍ଡର ଯେତକି ବି ବିଜ୍ଞାପନ୍ କରାଯାଉଥିଲା । ସେ ସେଥି ନିଜେ ବାହାରୁଥିଲେ । କେନସି ସେଲିବ୍ରିଟିକୁଁ ସେ କେଭେ ନାଇଁ ନେଇ ।କୁହାଯାଏସି ସେ ମାନୁଥିଲେ ନିଜର ଜୀବନର ହିରୋ ସେ ନିଜେ । ନିଜର ପରିଶ୍ରମ୍‌ରେ ନିଜର ପରିଚୟ ବନେଇଥିଲେ । ହେଥିରଲାଗି ସେ ନିଜେ ଏକା ଏମଡିଏଚ ବ୍ରାଣ୍ଡର ସବୁ ବିଜ୍ଞାପନରେ ବାହାରୁଥିଲେ ।

ତାକୁଁ ତାକଁର୍ କାମ୍ ଲାଗି ପଦ୍ମଭୂଷଣ ସମ୍ମାନନେ ସମ୍ମାନିତ୍ କରାଯାଇଥିଲା । ବେପାର୍ ସାଙ୍ଗେ ସାଙ୍ଗେ ସେ ବହୁତ୍ ସାମାଜ କଲ୍ୟାଣ ଲାଗି ବି ବହୁତ୍ କାମ୍ କରିଛନ୍ । ସେ ଭିତରେ ହସପିଟାଲ, ସ୍କୁଲ ସବୁ ଅଛେ । ୨୦ନୁ ଅଧିକା ସ୍କୁଲ ଖୁଲିଥିବାର୍ ଜନା ପଡିଛେ । ଛୋଟଟେ ଦୁକାନ୍‌ନୁ ମୁଲ କରିଥିଲେ ସ୍ୱର୍ଗତ୍ ଗୁଲାଟି । ହେଲେ ନିଜର ମେହେନତ୍‌ରେ ଏମଡିଏଚକେ ସେ ଗୁଟେ ବ୍ରାଣ୍ଡ ବନେଇପାରିଥିଲେ । ଖାଲି ଭାରତ ନୁହେଁସେ, ଦୁନିଆର ଅଲଗା ଦେଶ ମାନକୁଁ ବି ତାକଁର୍ ମସଲାର ନାଁ ରହିଛେ ।

Leave A Reply

Your email address will not be published.