ମଉଲିଗଲେ ‘ମନ ଆକାଶର ଜହ୍ନ’

ପୁରଖା ଓଡ଼ିଆ ଫିଲ୍ମ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରକଁର ୭୨ ବରଷ୍‌ଥି ବିୟୋଗ୍‌

0

ଆରୁ ନାଇଁନ ପୁରଖା ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର । ଓଡ଼ିଆ ଫିଲ୍ମ ଦୁନିିଆଁର ଚର୍ଚ୍ଚିତ ନାୟକକଁର ବିୟୋଗ । ରବିବାର ୭୨ ବରଷ୍ ବୟସ୍‌ଥି ତାକଁର ନିଧନ୍ ହେଇଛେ । ମେଡିକାଲନେ ଚିକିତ୍ସିତ୍ ହେଉଥିବାର ସମିଆଁନେ ତାକଁର ଦେହାନ୍ତ ହେଇଥିବାର ନେଇକରି ଜନାପଡିଛେ । ଗଲାକାଲି ଗାଧୁଥିବାର ବେଲେ ବାଥରୁମ୍‌ନେ ସେ ପଡିକରି ଖଁଣିଆ ହେଇଥିଲେ । ତାକୁଁ ବୁର୍ଲାର ଗୁଟେ ଘରୋଇ ଡାକ୍ତରଖାନାନେ ଭତ୍ତି କରାଯାଇଥିଲା । ହେଲେ ସେଠାନେ ତାକଁର ଦେହାନ୍ତ ହେଇଛେ । କେତନି ଓଡ଼ିଆ ଫିଲ୍ମନେ ଶାନ୍ତି ସ୍ୱରୂପ ମିଶ୍ରକଁର ଅଭିନୟ ଦେଖବାକେ ପାଇଛନ୍ କଲାକାର । ସତୁରି ଦଶକର ଓଡ଼ିଆ ଫିଲ୍ମ ମନ ଆକାଶ, କୃଷ୍ଣ ସୁଦାମା, ବନ୍ଧୁ ମହାନ୍ତି ଲେଖେଁ ଫିଲ୍ମନେ କାମ୍ କରିଛନ୍ ସ୍ୱରୂପ୍ । ମନ ଆକାଶ ଫିଲ୍ମନେ ମୁଖ୍ୟ ଭୂମିକାନେ ନଜର ଆସିଥିବାର ଶାନ୍ତି ସ୍ୱରୂପ ଇ ଫିଲ୍ମର ପ୍ରଜୋଯନା ଭିଲ୍ ଦେଇଥିଲେ । ସେନ୍ତା ୧୯୭୬ନେ ରିଲିଜ୍ ହେଇଥିବାର କୃଷ୍ଣ ସୁଦାମା ଫିଲ୍ମନେ କୃଷ୍ଣ ଭୂମିକାନେ ଅଭିନୟ କରିଥିଲେ ।

ଆରୁ ବନ୍ଧୁ ମହାନ୍ତି ଫିଲ୍ମନେ ଭଗବାନ ଜଗନ୍ନାଥକଁର ଅଭିନୟ କରିକିନା ଦର୍ଶକକଁର ମନ ଘିନି ପାରିଥିଲେ ସେହି ସମିଆଁନେ । ଫିଲ୍ମ ମନ ଆକାଶନେ ତାକଁର ବାପା ଲେଖିଥିବାର କୋଶଲୀ-ସମ୍ବଲପୁରୀ ଗୀତ ବୁହୁଛେ ହୁରହୁରିଆ ଧୁକା ଆଏଜ୍ ଭିଲ୍ ସିନେପ୍ରେମୀ ଗୁନଗନଉଛନ୍ । ସମ୍ବଲପୁର ଝାଡୁଆପଡ଼ାନେ ତାକଁର ଘର ଥିବାର ବେଲକେ ଫାଟକ ପାଶେ ମଡର୍ଣ୍ଣ ଲଜ୍‌ର କଥା ବୁଝୁଥିଲେ ସେ । ଇତାର ବାହାରେ ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମନେ ଭିଲ୍ ସେ ସାମିଲ୍ ରହିଥିଲେ । ୨୦୧୫ନେ ତାକଁର ଉପରକେ କେହି ବଦମାସ୍ ଗୁଲି ଭିଲ୍ ଚଲେଇଥିଲେ, ଆରୁ ତାକଁର ଦିହେ ଦୁଇଟା ଗୁଲି ବାଜିଥିଲେ ହେଁ ସେତେବେଲେ ସେ ବଂଚିଯାଇଥିଲେ । ହେଲେ ଆଜି ସେ ଆମକୁ ସମକୁ ଛାଡିକରି ପଲେଇଯାଇଛନ୍‌, ତାକଁର ବିୟୋଗ୍‌ନେ କଳାପ୍ରେମୀ ଆରୁ ଓଡ଼ିଆ ଫିଲ୍ମ ଦୁନିଆଁନେ ଗୁଟେ ବଡ୍ ଖାଲି ଜାଗାଟେ ରହିଯାଇଛେ ।

Leave A Reply

Your email address will not be published.