ସୁବର୍ଣ୍ଣପୁରନେ ଖୁଲବା ସବୁ ଧର୍ମାନୁଷ୍ଠାନ୍‌

ଆଏବାର ୮ତାରିଖନୁ ଜିଲ୍ଲାନେ ଖୁଲବା ମନ୍ଦିର, ମସଜିଦ୍‌,ଚର୍ଚ୍ଚ, କୋଭିଡ୍ ନିୟମ୍ ଉପରେ ଗୁରୁତ୍ୱ

0

ଆଏବାର ୮ ତାରିଖନୁ ଖୁଲବା ସୁବର୍ଣ୍ଣପୁରର ସବୁ ଧର୍ମାନୁଷ୍ଠାନ୍ । କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ମନ୍ଦିର ମସଜିଦ୍ ଚର୍ଚ୍ଚ ଖୁଲବାର ଲାଗି ଜିଲ୍ଲାପାଳ ଜାରି କରିଛନ୍ ନିର୍ଦ୍ଦେଶନାମା । ଜିଲ୍ଲାନେ ମନ୍ଦିର ଖୁଲାଯିବାର ନେଇକରି ଜିଲ୍ଲାପାଳ ମନିଷା ବାନାର୍ଜିକଁର ଅଧ୍ୟକ୍ଷତାନେ ବୈଠକ ହେଇଥିଲା ଯେନଥିରେ, ସ୍ଥାନୀୟ ତହସିଲଦାର, ସ୍ଥାନୀୟ ଥାନା ଅଧିକାରୀ, ପଂଚାୟତ୍ ପ୍ରତିନିଧି ଆରୁ ସ୍ଥାନୀୟ ପୂଜକ ମାନେ ଉପସ୍ଥିତ ରହିଥିଲେ । ବୈଠକନେ ମନ୍ଦିର ଖୁଲାଯିବାର ନେଇକରି ନିଷ୍ପତ୍ତି ନିଆଯାଇଥିବାର ବେଲକେ କୋଭିଡ୍ ନିୟମ୍ ଉପରେ ଅଏତକା ଗୁରୁତ୍ୱ ଦିଆଯାଇଥିଲା । ତ ଇ ସବୁ ନିୟମ୍ କାଣା ରହିଛେ ଆସୁନ୍ ଜାନମା:

  • କନଣ୍ଟେନ୍‌ମେଣ୍ଟ ଜୋନ୍ ମାନକେ ମନ୍ଦିର ଖୁଲାଯିବାର ଲାଗି ମନା
  • ମନ୍ଦିର, ମସଜିଦ୍ ସବୁ କିଛି କରାଯିବା ସାନିଟାଇଜଡ୍‌
  • ଜାନୁଆରୀ ଦୁଇ ନମ୍ବର ହପ୍ତାନୁ ଫି ରଏବାର କରାଯିବା ସାନିଟାଇଜଡ୍‌
  • ରଏବାର ଦିନ୍ ଭକତ୍‌କଁର ଲାଗି ବନ୍ଦ ରହେବା ମନ୍ଦିର ଆରୁ ମସଜିଦ୍‌
  • ଫି ଶନିବାର ଚର୍ଚ୍ଚନେ ପ୍ରାର୍ଥନା ବନ୍ଦ କରାଯାଇକରି ସାନିଟାଇଜଡ୍ କରାଯିବା
  • ସାମାଜିକ୍ ଦୂରତା ଆର ମାସ୍କ ପିନ୍ଧବାର ବାଧ୍ୟତାମୂଳକ
  • ମନ୍ଦିର ଭିତରକେ ଭୋଗରାଗ, ଫୁଲ,ଫଲ୍ ନେବାର ମନା
  • ମନ୍ଦିର ଭିତରେ ପ୍ରସାଦ ସେବନ୍ ବାରଣ୍‌
  • ୬୫ ବରଷନୁ ଅଏତକା ବୟସର ଲୋକ୍‌, ଗର୍ଭବତୀ ମହିଲା ଆରୁ ଛୁଆକୁଁ ନାଇଁ ଯିବାର ଲାଗି ପରାମର୍ଶ

ଇ ସବୁ କରୋନା ନିୟମ୍ ଉପରେ ଗୁରୁତ୍ୱ ଦିଆଯାଇକରି ମନ୍ଦିର ଖୁଲାଯିବା ବଲି ନିଷ୍ପତ୍ତି ନିଆଯାଇଛେ । ଇତାର ପରିଚାଲନା ଦାୟିତ୍ୱ ସବୁ ଅଧିକାରୀକୁଁ ଦିଆଯାଇଥିବାର ବେଲକେ ନିୟମ୍ ନାଇଁ ମାନଲେ କଡା କାର୍ଯ୍ୟାନୁଷ୍ଠାନ୍ ନିଆଯିବା ବଲି ନିର୍ଦ୍ଦେଶନାମା ଜାରି ହେଇଛେ । ସେଆଡେ ୯ ମାସ ଉତାରୁ ମନ୍ଦିର ଖୁଲୁଥିବାରନୁ ଭକତ୍‌କଁର ଭିତରେ ଉସନାକି ଦେଖବାକେ ମିଲିଛେ ।

Leave A Reply

Your email address will not be published.