ଶିକ୍ଷାର୍ ବିକାଶ୍ ଦିଗେ ‘ମୋ କଲେଜ୍‌’

0

ମୋ ସ୍କୁଲ୍ ଅଭିଯାନ ଉତାରୁ ରାଏଜ୍‌ନେ ଉଚ୍ଚଶିକ୍ଷା ର୍ ଭିତ୍ତିଭୁମି ଆର୍ ପରିବେଶ୍ ର ବିକାଶ ଲାଗି ରାଜ୍ୟ ସରକାର୍ ଇହାଦେ ମୋ କଲେଜ୍ ଅଭିଯାନ ର ଶୁଭାରମ୍ଭ କରିଛନ୍ । ଶିକ୍ଷା ର ବିକାଶ୍ ଲାଗି ରାଜ୍ୟ ସରକାର୍ ଭିନ୍ ଭିନ୍ ଯୋଜନା ସବୁ ଆର୍‌ମ୍ଭ କରିଥିବାର୍ ବେଲ୍‌କେ ମୋ ସ୍କୁଲ୍ ଅଭିଯାନ୍ ଉତାରୁ ଇହାଦେ ମୋ କଲେଜ୍ ଅଭିଯାନ୍‌ର ଲୋକାର୍ପଣ କରିଛନ୍ । ମୋ କଲେଜ୍ ଅଭିଯାନ୍ ର ୱେବ୍ ପୋର୍ଟାଲ୍ କେ ସାରା ରାଜ୍ୟ ନେ ଲୋକାର୍ପଣ କରାଯାଇଛେ । ଇ ଅଭିଯାନ୍ ଥି ରାଏଜ୍ ର୍ ୭୫୫ଟା କଲେଜ୍ ଆର୍ ବିଶ୍ୱ ବିଦ୍ୟାଲୟ ସାମିଲ୍ କରାଯାଇଛେ । ମୋ କଲେଜ୍ ପୂରନା ଛାତ୍ର ଛାତ୍ରୀ ମାନକଁର୍ ଲାଗି ଗୁଟେ ବଡ ସୁଯୋଗ୍ ହେବାର୍‌କେ ଯାଉଛେ ଯେନ ସେମାନେ ମୋ ସ୍କୁଲ୍ ଲେଖେ ମୋ କଲେଜ୍ ନେ ନିଜର୍ ନିଜର୍ କଲେଜ୍‌କେ ସହଯୋଗ୍ କରି ପାର୍‌ବେ ବଲି ମୁଖ୍ୟମନ୍ତ୍ରୀ କହିଛନ୍ । ମୋ କଲେଜ୍ ନେ କେହିବି ଚାହେଁଲେ ଶିକ୍ଷାନୁଷ୍ଠାନ୍ ମାନକଁର୍ ବିକାଶ୍ ଲାଗି ସହାୟକ୍ ରାଶି ଦେଇପାର୍‌ବେ । ଯେନଟା କଲେଜ୍ ର୍ ଛାତ୍ରଛାତ୍ରୀ ଭିତ୍‌ରେ ରାଷ୍ଟ୍ର ଗଠନ୍ , ଆର୍ ସେମାନକଁର୍ ଦକ୍ଷତା ବଢବାର୍ କେ ସହାୟକ୍ ହେଇ ପାର୍‌ବା । ସରକାର୍ ଫି ବଛର୍ ସବୁ ଶିକ୍ଷାନୁଷ୍ଠାନ୍ ମାନକୁଁ ମୋ କଲେଜ୍ ଅଭିଯାନ୍ ଲାଗି ୫୦ ହଜାର୍ ଟକାଁ ଦେବେ । କଲେଜ୍ ର୍ ଉନ୍ନତ୍ତିକରଣ ଲାଗି ସହାୟକ ରାଶି ର୍ ଅନୁଦାନ ନୁ ଦୁଇଗୁଣ ଦିଆଯିବା । ଇ ଅଭିଯାନ୍‌ନେ ୫୧ଟା ସରକାରୀ ମହାବିଦ୍ୟାଳୟ୍ ୫୫୮ଟା ସରକାରୀ ଅନୁଦାନ୍ ପାଇଥିବାର୍ ମହାବିଦ୍ୟାଲୟ୍ ଆର୍ ଉଚ୍ଚଶିକ୍ଷା ଅଧୀନ୍ ନେ ରହିଥିବାର୍ ୧୩ଟା ବିଶ୍ୱବିଦ୍ୟାଲୟ ଆର୍ ସଂସ୍କୃତି ବିଭାଗ୍ ର୍ ଗୁଟେ ବିଶ୍ୱବିଦ୍ୟାଲୟ୍ କେ ସାମିଲ୍ କରାଯାଇଛେ । ମୋ କଲେଜ୍ ଅଭିଯାନ୍ ର୍ ଅଧ୍ୟକ୍ଷ ଅଭିଯାନ୍ ବାବ୍‌ଦେ ବିଶେଷ୍ ଟିପ୍ପଣୀ ଦେଇଥିଲେ ଆର୍ ମୋ କଲେଜ୍ ଅଭିଯାନ୍ ବିଶ୍ୱବିଦ୍ୟାଲୟ ର୍ ଆଲୁମିନି କେ ୍‌ଯୁଡବାର ଗୁଟେ୍ ପ୍ରୟାସ୍ ବଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର୍ ସାହୁ କହିଥିଲେ । ମୋ କଲେଜ୍ ଅଭିଯାନର୍ ଲୋକାର୍ପଣ ର୍ କାର୍ଯ୍ୟକ୍ରମ୍ ପଶ୍ଚିମ୍ ଓଡିଶାର୍ ସମ୍ବଲପୁର୍ ର୍ ଜିଏମ୍ କଲେଜ୍ , ବଲାଙ୍ଗିର୍ , ଧର୍ମଗଡ , କୋକ୍‌ସରା ର୍ ଇତ୍ୟାଦି କଲେଜ୍ ମାନକୁଁ ବି କରାଯାଇଥିଲା । ଇ ଅଭିଯାନ୍ ଶିକ୍ଷାର୍ ବିକାଶ ସାଙ୍ଗେ ଖେଲ୍ କୁଦ୍ , ନୂଆ ନୂଆ ଟେକ୍ନୋଲଜିର୍ ଜ୍ଞାନ କୋଶଲ୍ ବଢାବାର୍ ସାଙ୍ଗେ ଜୁଆନ୍ ପିଢୀ ମାନକଁର୍ ଲାଗି ଶିକ୍ଷାର୍ ଗୁଟେ ନୂଆ ଦିଗ୍‌ଦର୍ଶନ୍ ହେବା ।

Leave A Reply

Your email address will not be published.