“ହେଲମେଟ୍ ଆର୍ ମାସ୍କ୍ ପିନ୍ଧ ବୋ… ହେ ଆଗାଡେ ପୁଲିସ୍ ଅଛେ । ନାଇଁ ପିନ୍ଧିଥିବ ବେଲେ ଫାଇନ୍ ପକାବେ । ହେନୁ ପାର୍ ହେଇକରି ଆଗକେ ପଲାଲେ ଫେର୍ ଖୁଲି ନି ଦେମା କାଏଁ । ” ଇ ପ୍ରକାରର୍ କଥା ଦୁଇପଦ୍ କେତେ ଲୋକ୍ ଯେ କେତେ ଠାନେ ଶୁନିଥିବେ ଆର୍ କହୁ ଭିଲ୍ ଥିବେ ତାର୍ ହିସାବ୍ ନାଇଁନ। କଥା ଦୁଇ ପଦକ ଶୁନଲେ ଲାଗୁଛେ ହେଲମେଟ୍ ଆରୁ ମାସ୍କ୍ ସତେ ଯେନ୍ତା କି ପୁଲିସ୍ ଠାନୁ ବଞ୍ଚବାର୍ କେ ଦରକାର୍ ପଡୁଛେ। ଏନ୍ତା ଲାଗୁଛେ ଯେନ୍ତା କି ଦୁର୍ଘଟନା ହେଲେ ମୁଁଡ୍ କେ ଆଘାତ୍ ନୁ ବଞ୍ଚବାର୍ କେ ହେଲମେଟ୍ ଆର୍ କରୋନା ସଂକ୍ରମଣନୁ ବଞ୍ଚବାର୍ କେ ମାସ୍କର କିଛି ଦରକାର୍ ଏକା ନାଇନ !
ଦେଶେ ପାଠୁଆ ଲୋକମାନକର୍ ସଂଖ୍ୟା ବଢିଚାଲିଛେ, ଡିଜିଟାଲ୍ ଇଣ୍ଡିଆ ହେଇଗଲାନ ବଲିକରି କୁହାଯାଉଛେ, କେତେ କେତେ ସର୍ଭେ ଥି ଆମର୍ ଦେଶର୍ ନାଁ ଡାକ୍ ପଡୁଛେ ବାକି ଏନ୍ତା ଯେନ୍ ଖାମଖିଆଲି ମନୋଭାବ୍ ର କଥାମାନେ ସବୁକେ ଗୁଁନ୍ଦଲେଇ ଦେଉଛେ । ପହେଲା ଖେପେ କରୋନାନୁ ବଞ୍ଚବାର୍ କେ ହେଲେ ମାସ୍କ୍ ବହୁତ୍ ସାହାଯ୍ୟ କରୁଛେ ବଲିକରି ବାର୍ ବାର୍ ଡାକ୍ତର ଆଜ୍ଞା ମାନେ କହୁଛନ୍ । ବାକି ଇ କଥାର୍ ଠିକ୍ ଅର୍ଥ କେ ନାଇଁ ବୁଝି କରି କେତେ ସିଆଣିଆ ଲୋକ୍ ସେନୁ ଅନର୍ଥ ବହରଉଛନ୍ ।
” ମାସ୍କ୍ ଟେ ପିନ୍ଧି ଦେଲେ ଆର୍ କରୋନା ନାଇଁ ହଉଥିତା ବେଲେ ଏତେ ଏତେ ମାସ୍କପିନ୍ଧୁ ମାନକୁ କେନ୍ତା ସେ ହେଲା ? ମୁଇଁ ତ ମାସ୍କ୍ ନାଇଁ ପିନ୍ଧବାର୍.. ମତେ କେନ୍ତା ସେ କରୋନା ନି ହେବାର୍.. ” ଏନ୍ତା ସବୁ ଅଖାଡୁଆ କଥା କହିକରି କେତେ ଲୋକ୍ ନିଜକେ ଆର୍ ଅଲଗା ଲୋକମାନକୁ ବିପତ୍ତି ଭିତରେ ପେଲଘେଇ ଦେଉଛନ୍ । ବାର୍ ବାର୍ ପ୍ରଶାସନ୍ ଆଡୁ କେତେ ସାବଧାନ୍ କରା ହେଉଛେ ବାକି ଲୋକ୍ ଭାବି ବସଲେନ ଯେ କରୋନା ସରିଗଲାନ.. ଆର୍ ନାଇଁ ହୁଏନ । ଆର୍ ହେଲମେଟ୍ ର କଥା ତ ନାଇଁ କହେଲେ ଭଲ୍ । ଆମକୁ ମଟରସାଇକେଲ୍ ଚଲାଲା ବେଲକେ ମୁଁଡେ ହେଲମେଟ୍ ଟେ ଖାପି ହେବାର୍ କେ କାଏଁ ଖରାପ୍ ଲାଗସି ଯେ କେ ଜାନେ ! କେତେ କେତେ ସର୍ଭେନେ ବାହାରିଛେ ଯେ ଫି ବଛର୍ ଲାଖ୍ ଲାଖ୍ ଲୋକ୍ ସଡ଼କ୍ ଦୁର୍ଘଟନା ନେ ମରୁଛନ୍ । କରୋନା ନୁ ଜହ ଲୋକ୍ ବି ମରୁଛନ୍ । ଆର୍ ହେଲମେଟ୍ ଟେ ପିନ୍ଧିଥିଲେ ବହୁତ୍ ଲୋକ୍ ସେନୁ ରକ୍ଷା ବି ପାଇଯାଉଛନ୍ । ଏତିକି ଛୋଟ୍ ଟେ କଥା ବୁଝବାର୍ ଲାଗି ଆମେ ନାରାଜ ! ବିଶ୍ବରେ ଭିନ୍ ଭିନ୍ ସମିଆନେ ହେଇଥିବାର୍ ମହାମାରୀର୍ ଇତିହାସ୍ କେ ପଢ଼ିଥିବାର୍ ଲୁକେ ଠିକ୍ ଜାନିଥିବେ ଯେ ମହାମାରୀ ଗଲା ଗଲା ବାଗିର୍ ହେଇକରି କେତେ ଭୟଙ୍କର୍ ହିସାବେ ଫିରିଛେ ଯେ । ଲାଖ୍ ଲାଖ୍ ଲୋକ୍ ସଫା ହେଇଯାଇଛନ୍ ।
ଯଦି ଆମେ ସେନୁ ନାଇଁ ଶିଖମା ବେଲେ ଆଲ୍ ମାଲ୍ କରୋନା ଯଦି ଦୁଇଗୁଣ୍ ରିସେ ଚାପଲା ବେଲେ ଆମେ କେନ୍ ବିପତ୍ତିଥି ପଡ଼ମା ଯେ ଏବେ ଆମେ ଭାବି ବି ନାଇଁ ପାରୁଁ ।ବହୁତ୍ ସିଆନ୍-ସୂଜନ୍, ଜାନଲା-ଶୁନଲା ମାନେ କହୁଛନ୍ ଯେ ଶୀତର୍ ଲହର୍ ସାଙ୍ଗେ ଆରୁଗୁଟେ କରୋନା ଲହର୍ ଟେ ଆସିପାରେ ବଲିକରି । କିଛି ଦିନ୍ ଆଗରୁ ଅଷ୍ଟ୍ରେଲିଆର୍ ଗୁଟେ ସ୍ବାସ୍ଥ୍ୟ ବୈଜ୍ଞାନିକ ଲେଖିଥିଲେ ଯେ ମହାମାରୀ ସମିଆକେ ବହୁତ୍ ଟେ ଲୋକ୍, ବେମାରି ଲାଗି ନାଇଁ ବରଂ ନିଜର୍ ଖାମଖିଆଲି ଆର୍ ଏକ୍ ମୁର୍ଖିଆ ଭାବ୍ ନା ଲାଗି ମର୍ ସନ୍ । ଆମେ ପୁରା ସଜାଗ୍ ରହେବାର୍ କଥା ଯେ ଆମେ ଆମର୍ ଏକ୍ ମୁର୍ଖିଆ ଜିଦ୍ ର ଲାଗି ବିପଦ୍ ଥି ନାଇଁ ପଡୁଁ ଆର୍ ଅଲଗା ମାନକୁ ବି ବିପଦ୍ ଥି ନାଇଁ ପକଉଁ ବଲିକରି ।