ଭଟଲିର୍ ଫଗୁନ୍ ମେଲା

0

ଓଡିଶାର୍ ଦୁଇ ନଂ ଜାଗା ଯେନଟା ପୁରୀ ଉତାରୁ ରଥ ଯାତ୍ରା ଲାଗି ପ୍ରସିଦ୍ଧ୍ ଆଏ ସେଟା ହେଉଛେ ପଶ୍ଚିମ୍‌ଓଡିଶା ବରଗଡ ଜିଲ୍ଲାର୍ ଭଟଲି ଗାଁ । ତାର୍ ସାଙ୍ଗେ ଭଟଲି ଗାଁ ଫଗୁନ୍ ମେଲା ଲାଗି ବି ପ୍ରସିଦ୍ଧି ଲାଭ କରିପାରିଛେ । ସେନ ରହିଥିବାର୍ ଶ୍ୟାମ୍‌ବିହାରୀ ମନ୍ଦିର୍‌ନେ ସବୁ ବଛର୍ ଫଗୁନ୍ ପୁନି ଆସ୍‌ଲରେ ଫଗୁନ୍ ମେଲା କରାଯାଇଥିସି । ଫଗୁନ୍ ମାସ୍ ଆସ୍‌ଲେ ସମସ୍ତେ ରାଧା କୃଷ୍ଣକଁର୍ ରଂଙ୍ଗ୍ ଖେଲ୍ କେ ସୋର୍ କରିଥିସନ୍ ଆର୍ ସେଥିର୍ ଲାଗି ଫଗୁନ୍ ପୁନି ଦିନେ ରାଧା କୃଷ୍ଣକଁର୍ ପୂଜା କରାଯାଇଥିସି । ଦେଶର୍ ଭିନ୍ ଭିନ୍ ଜାଗାନେ ଇ ଫଗୁନ୍ ପୁନିକେ ଲୋକ୍ ପାଲ୍‌ନ୍ କରିଥିସନ୍ । ସେନ୍ତା ବରଗଡ ଭଟଲିନେ ରହିଥିବାର୍ ଶ୍ୟାମ୍‌ବିହାରୀକଁର୍ ମନ୍ଦିର୍ ନେ ଫି ବଛର୍ ଫାଗୁନ୍ ମେଲା କରାଯାଇଥିସି ଯେନଟା କେ ବସନ୍ତୋତ୍ସବ୍ ବଲିକରି କୁହାଯାଇଥିସି । ଇ ବଛର୍ ଫଗୁନ୍ ମେଲା ଗଲା ଗୁରୁବାର୍ ଦିନ ପାଲନ୍ କରାଯାଇଛେ ଯେନଥି ଭକତ୍ ମାନେ ଝଣ୍ଡା ଧରିକରି ବରଗଡ ସହର୍‌ନୁ ପଦ ଯାତ୍ରା କରିଥିଲେ ।

ମନ୍ଦିର୍ ର୍ ପରମ୍ପରା ଅନୁସାରେ ଫଗୁନ ମେଲା ନେ ଫି ବଛର୍ ଶୋଭାଯାତ୍ରା ବାହାରିଥିସି ଯେନଥି ଦୁଇଟା ରଥ କେ ସଜେଇକରେି ଲୁକେ ନଗର୍ ପରିକ୍ରମା କରିଥିସନ୍ । ହେଲେ ଇ ବଛର୍ କରୋନା ଲାଗି ଫିକା ପଡିଥିଲା ଶୋଭାଯାତ୍ରା । କରୋନା କଟକଣା କେ ମାନିକରି ଇ ବଛର୍ ମନ୍ଦିର୍ ଭିତ୍‌ରେ ବିନା ଭକତ୍‌ନେ ରଥ ଟଣା ଯାଇଥିଲା । ମନ୍ଦିର୍‌ନେ ଚାଲିଆସିଥିବାର୍ ପରମ୍ପରା ଅନୁସାରେ ଗୁଟେ ରଥନେ ଶ୍ରୀକୃଷ୍ଣ ବିଜେ କରସନ୍ ଆର୍ ଆଉଗୁଟେ ରଥନେ ପଂନଚୁ ପାଣ୍ଡବ୍ ଆର୍ ଶ୍ୟାମ୍‌ବାବାକଁର୍ ଭେଶ୍ ଥି ବାହାରିଥିବାର୍ କଲାକାର୍ ମାନେ ବସିକରି ଶୋଭାଯାତ୍ରାନେ ବାହାରିଥିସନ୍ । ସବୁ ବଛର୍ ଇ ଫଗୁନ୍ ମେଲା ଧୁମ୍ ଧାମ୍ ଥି ହେଇଥିସି ହେଲେ କରୋନା ମହାମାରୀ କଟକଣା ଭିତ୍‌ରେ ଇ ବଛର୍ ବେଶୀ ଜାକ୍ ଜମକ୍ ନାଇ ହେଇଥିବାର୍ ଟା ଦେଖାଯାଇଥିଲା ।

Leave A Reply

Your email address will not be published.