ଆଇପିଏଲ୍‌୨୦୨୦:- ‘ମୁମ୍ବାଇ ଇ୍‌ଣ୍ଡିଆନସ୍‌ ଚମ୍ପିୟାନ୍‌’

ଦିଲ୍ଲୀକେ ହରାଲା ମୁମ୍ବାଇ

0

ଇ ବଛର ଆଇପିଏଲ୍‌ ମେଚ୍‌ର ଫାଇନାଲ୍‌ ମୁକାବିଲା ସରିଯାଇଛେ । ଦୁବାଇନେ ଚାଲିଥିବାର ଆଇପିଏଲ୍‌୨୦୨୦ ଲିଗ୍‌ର ମଙ୍ଗଲବାର ଖେଲାଯାଇଥିବାର ଫାଇନାଲ୍‌ ମେଚ୍‌ନେ ଦିଲ୍ଲୀକେ ହରେଇକରି ମୁମ୍ବାଇ ବିଜୟର ମୁକୁଟ୍‌ ପିନ୍ଧିଛେ । ଦିଲ୍ଲୀ କ୍ୟାପିଟାଲ୍ସ୍‌କେ ୫ ୱିକେଟ୍‌ନେ ହରେଇକରି ମୁମ୍ବାଇ ୫ନଂଥର୍‌ ଲାଗି ଟ୍ରଫି ଜିତିଛେ । ଦିଲ୍ଲୀ ପହେଲାଥର ଲାଗି ଫାଇନାଲ୍‌କେ ଆସିଥବାର୍‌ ବେଲେ ତାର୍‌ ଟ୍ରଫି ଜିତବାର ଆସ୍‌ ଆସ୍‌ନେ ରହିଗଲା । ରୋହିତ୍‌ ଶର୍ମାକଁର୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩,୨୦୧୫,୨୦୧୭,୨୦୧୯ନେ ଆଇପିଏଲ ଜିତି ଆସିଥିଲା ଆର୍‌ ଇବଛର୍‌ ଭିଲ୍‌ ଆଇପିଏଲ୍‌ନେ ନିଜର ଦବ୍‌ଦବା ରଖିଛେ ।

୫୩ଦିନ୍‌ ଆର୍‌ ୬୦ଟା ମେଚ୍‌ର ଜୋର୍‌ଦାର୍‌ ଲଢେଇ ଉତାରୁ ମୁମ୍ବାଇ ୫ନଂଥର ଲାଗି ବାଜି ମାରିଛେ । ଫାଇନାଲ୍‌ ମୁକାବିଲାନେ ଦିଲ୍ଲୀ ଟସ୍‌ ଜିତିକରି ୧୫୭ ରନ୍‌ର ଟାର୍ଗେଟ୍‌ ଦେଇଥିବାର ବେଲେ ମୁମ୍ବାଇ ପହେଲାନୁ ୮ବଲ୍‌ଥି ୫ୱିକେଟ୍‌ ହାସଲ କରିଥିଲା । ରୋହିତ୍‌ ଶର୍ମା ତାଙ୍କର୍‌ ଜୋରଦାରିଆ ବ୍ୟାଟିଂ କରିକିନା ୫୧ବଲ୍‌ଥି ୬୮ରନ୍‌ କରିଥିଲେ ସେ ଭିତ୍‌ରେ ସେ ୫ଟା ଚୌକା ଆର୍‌ ୪ଟା ଛକା ମାରିଥିଲେ ଆର୍‌ ତାର୍‌ ସାଙ୍ଗେ ଇଶାନ୍‌ କିଶନ୍‌ ଭିଲ୍‌ ଦମ୍‌ଦାରିଆ ବ୍ୟାଟିଂ କରିକିନା ଗୁଟେ ତରଫା ବିଜୟୀ ହାସଲ୍‌ କରିଥିଲେ । ଇ ବଛର୍‌ ଆଇପିଏଲ୍‌ ଫାଇନାଲ୍‌ ଟକ୍କର୍‌ ବହୁତ ଧମାକେଦାର ହେବା ବୋଲି ଦର୍ଶକ୍‌ ଭାବୁଥିବାର ବେଲ୍‌କେ ପହେଲାନୁହି ମୁମ୍ବାଇ ତାର୍‌ ବୋଲିଂ ଆର୍‌ ବ୍ୟାଟିଂର ଯାଦୁ ଦେଖେଇକରି ବିଜେତା ହେଇଥିଲା । ପଏଣ୍ଟ ଟେବ୍‌ଲନେ ସବୁନୁ ଆଗେ ରହିକରି ମୁମ୍ବାଇ ହ୍ୟାଟ୍ରିକ୍‌ କରିଛେ । ତାର ସାଙ୍ଗେ ଇବଛର୍‌ ଆଇପିଏଲ୍‌ ଲିଗ୍‌ନେ ମୁମ୍ବାଇ ଦିଲ୍ଲୀକେ ଲଗାତାର ୪ଥର୍‌ ହରେଇଥିଲା । ରୋହିତ୍‌ ୫ଟା ଆଇପିଏଲ୍‌ର ଟ୍ରଫି ଜିତବାର୍‌ ଉତାରୁ ପହେଲା ଅଧିନାୟକ ହେଇଛନ୍‌ । ମେଚ୍‌ ଜିତ୍‌ବାର ଉତାରୁ ବିସିସିଆଇର ସଭାପତି ସୌରଭ୍‌ ଗାଙ୍ଗୁଲି କ୍ୟାପଟେନ୍‌ ରୋହିତ୍‌ ଶର୍ମାକୁଁ ଟ୍ରଫି ଦେଇଥିଲେ । ସବୁନୁ ଅଧିକା ରନ୍‌ (୬୭୦) କରିଥିବାନୁ ପଞ୍ଜାବ୍ର କେ ରାହୁଲ୍‌ ଆର୍‌ ସବୁନୁ ଅଧିକା ୱିକେଟ୍‌(୩୦) ଲାଗି ଦିଲ୍ଲୀର କାଗିସୋ ରବାଦାକୁଁ ଅରେଞ୍ଜ ଆଉ ପର୍ପଲ୍‌ କ୍ୟାପ୍‌ ମିଲିଥିଲା ।

Leave A Reply

Your email address will not be published.