ସମ୍ବଲପୁରେ ଧାନ୍ ଘିନାକେ ନେଇକରି ଘିଚାଟନା

ସମାଧାନ୍ ନାଇଁ ହେଲେ ରାସ୍ତାକେ ଉତରିବାର ଚେତାବନୀ ଦେଲା ଜିଲ୍ଲା ଚାଷୀ ସଂଘ

0

ସମ୍ବଲପୁର ଜିଲ୍ଲାନେ ମୁଲ ହେଲାନ ଖରିଫ୍ ଧାନ୍ ଘିନା । ହେଲେ ଧାନ୍ ଘିନା ମୁଲ ହେଉନ କରି ହିଁ ଦେଖାଦେଇଛେ ଟୋକନ୍ ସମସ୍ୟା । ଯାହାକେ ନେଇକରି ଚାଷୀ ସଙ୍ଗଠନ ଆଡୁ ଇଟା ଚିନ୍ତାର କଥା ଆଏ ବଲିକରି କୁହାଯାଇଛେ । ଏନ୍ତା ସ୍ଥିତି ଯଦି ଲାଗି ରହେବା ତାହେଲେ ଆଗକେ ଦଲାଲକଁର ରାଜ ଚାଲବା ଆରୁ ଚାଷୀ ଫେର୍ ଅଭାବୀ ବିକ୍ରିର ଶିକାର ହେବାର ଡର ରହିଛେ । ଗଲା ବରଷ ଭିଲ୍ ଟୋକନ୍ ସମସ୍ୟା ରହିଥିଲା ଆରୁ ଇ ବରଷ ଭିଲ୍ ସମାନ୍ ସମସ୍ୟା ରହିଥିବାରନୁ ଚାଷୀକଁର ଭିତରେ ଅସନ୍ତୋଷ ଦେଖଦେଇଛେ ।

ସେଆଡେ ଜଲଦି ଇତାର ସମାଧନ୍ ନାଇଁ କରାଗଲେ ଚାଷୀ ଫେର୍ ରାସ୍ତାକେ ଉତରିବାର ଚେତାବନୀ ଦେଇଛନ୍ । ସମ୍ବଲପୁର ଜିଲ୍ଲା ଚାଷୀ ସଙ୍ଗଠନ୍ ସମ୍ପାଦକ ବ୍ୟୋମକେଶ ଠାକୁର ଇ ନେଇକରି ଗୁଟେ ସାମ୍ବାଦିକ ସମ୍ମିଲନୀନେ କହିଛନ୍ । ଆଘୋ ଚାଷୀ ପଞ୍ଜିକରଣ କଲା ସମିଆଁନେ ହିଁ ଚାଷୀକୁଁ ଧାନ୍ ବିକ୍ରିର ତାରିଖ୍ କହିଦିଆଯାଉଥିଲା । ହେଲେ ଇହାଦେ ଯେନ୍ ହିସାବେ ତାରିଖ କୁହାଯାଉଛେ ଚାଷୀକଁର ଘରେ ବନେ ଦିନ୍ ତକ୍ ଧାନ୍ ପଡିରହେବା । ଇ ହିସାବେ ଧାନ୍ ପଡିରହେଲେ ଖରାପ୍ ହେଇଯିବାର ଭିଲ୍ ଡର ରହିଛେ । ସୋମବାର ତକ୍ ସମ୍ବଲପୁର ଉପଖଣ୍ଡନେ ୧୭୫ ଚାଷୀକଁର ୨୪ ହଜାର ୩୯୮ ପେକେଟ୍ ଧାନ୍ ଠୋଲ୍ କରାଯାଇଛେ ।

Leave A Reply

Your email address will not be published.