ମାହାଲିଆନେ ପାତଲଘଣ୍ଟା

0

ମାହଲିଆନେ ଦେଇ ଦେଉଥିଲେ ପାତଲଘଣ୍ଟା । ବିକରି ତ ହେବାର ନାଇଁ । ରଖି କରି ହେଲେ କାଁ କରିଥିତେ । ସବୁ ଯାହା ଆନିଥିଲେ ବିକବାର୍ ଲାଗି ସବୁକେ ବାଣ୍ଟିଦେଲେ । ଏନ୍ତା ଗୁଟେ ଘଟନା ଦେଖବାରକେ ମିଲିଥିବାର୍ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗାଁନେ । ବନେ ଧାର ଉଧାର କରି ଚାଷ୍ କରିଥିଲେ ଚାଷୀ । ଅମଲ ହେଲେ ଦୁଇ ପଏସା ଅଏତକା ଲାଭ ହେବାର୍ ସାଙ୍ଗେ ଧାଉ ଉଧାର ବି ସୁଝିଦେବେ ବଲି ଭାବିଥିଲେ । ଫଲ ଅମଲ ହେଲା, ବଜାରକେ ବିକି ବି ଆନଲେ । ହେଲେ ଲାଭ କାଣା ହେବା, ମୁଲ ବି ନାଇଁ ବାହାରବାର୍ । କିଲୋ ପିଛା ଟଙ୍କାଟେ ବି ନାଇଁ ଦେଲେ ଲୋକ୍ ।ଶେଷେ କରବେ କାଣା ମାହାଲିଆନେ ବିକି ଦେଲେ ପାତଲଘଣ୍ଟା । ସୁନ୍ଦରଗଡ ଜିଲ୍ଲୀ ବୀରମିତ୍ରପୁର ପୌରାଞ୍ଚଲ ସାପ୍ତାହିକ୍ ହାଟନେ ଏନ୍ତା ଗୁଟେ ଚିତ୍ର ଦେଖବାରକେ ମିଲଲା, । ଯେନଥିର ଭିଡିଓ ଇହାଦେ ସୋସିଆଲ ମିଡିଆନେ ଭାଇରାଲ ହେଉଛେ । ବୀରମିତ୍ରପୁର, ହାତୀବାରି, ରାଏବଗା, ଏନ୍ତା ବହୁତଟେ ଅଞ୍ଚଲନେ ପନି ପରିବା ଚାଷ୍ ହେଇଥିସି । ହେଲେ ବଡ କଥା ହେଲା ଚାଷୀ ନିଜର ଫସଲକେ ସାଇତି ରଖବାର୍ ଲାଗି ସେ ଅଞ୍ଚଲନେ ଖାସ୍ କେନସି ବ୍ୟବସ୍ଥା ନାଇଁ ଥିବାର୍ ଲାଗି ଏନ୍ତା ସ୍ଥିତି ହେଉଛେ । ତ ଯେନଟାକେ ନେଇ ଚାଷୀ ହେଉ କି ସ୍ଥାନୀୟ ଲୁକକଁର୍ ଭିତରେ ଅସନ୍ତୋଷ୍ ଦେଖବାରକେ ମିଲୁଛେ । ପାଖାପାଖି ପାଞ୍ଚଶ କେଜିନୁ ଅଧିକା ପାତଲଘଣ୍ଟା ମାହାଲିଆନେ ବାଣ୍ଟି ଦେଇଥିଲେ ଚାଷୀ ।

Leave A Reply

Your email address will not be published.