ସୁପର୍ ସିଷ୍ଟର୍ସ

ଭାରତୀୟ ବାସ୍କେଟ୍ ବଲ୍ ଖେଲ୍‌ନେ ସିଂ ସିଷ୍ଟର୍ସକଁର କମାଲ୍‌

0

ଆମର ସମାଜନେ ପିଲା ଆରୁ ଟୁକେଲକଁର ଭିତରେ ସବୁବେଲେ ତଫାତ୍ ଦେଖାଯାଇସି । ଗୁଟେ ସମିଆଁ ଥିଲା ଯେତେବେଲେ ଲୋକ୍ ଭାବୁଥିଲେ ଯେ ଘରେ ଗୁଟେ ପିଲା ଗୁଟେର ଦରକାର ଯେନ୍ତା ହେଲେ ବି ଅଛେ । ଆଗକେ ଯାଇକରି ସେ ହିଁ ବଂଶକେ ଆଗକେ ବଢାବା । ଏନ୍ତା କଥା ଭାବିକରି ଏକା ହିଁ ସେମାନେ ପିଲା ଗୁଟେ ଜନମ୍ ନାଇଁ ହେବାର ତକ୍ ଛୁଆ ଜନମ୍ କରି ଚାଲିଥିଲେ । ଉତ୍ତରପ୍ରଦେଶର ବାରଣାସି ସହରନେ ଗୌରୀ ଶଙ୍କର ସିଂ ଆରୁ ଉର୍ମିଲା ସିଂକଁର ଘରେ ଭିଲ୍ ପିଲା ଗୁଟେକେ ଟାକି ଟାକି ୫ଟା ଟୁକେଲ ଜନମ୍ ହେଇଥିଲେ । ଇମାନେ ଭାରତୀୟ ବାସ୍କେଟ୍ ବଲ୍ ଖେଲ୍ ଜଗତନେ ସିଂହ ସିଷ୍ଟର୍ସ ଭାବେ ଜନା । ପୁରୁଷ୍ ମାନକୁଁ ସବୁବେଲେ ଆଗାଡେ ରଖୁଥିବାର ଇ ସମାଜନେ ଟୁକେଲ ମାନକଁର ଜାଗା ଦେଖାବାର ଲାଗି ଦିନେ ଭାବିଥିଲେ ଇ ଚାରି ଟୁକେଲକଁର ମାଁ । ଛୁଆ ଦିନୁ ଇ ଚାରି ଟୁକେଲ୍ ବାସ୍କେଟ୍ ବଲ୍ ଖେଲ୍ ଲାଗି ଆଗ୍ରହ ରଖିଥିବାର ବେଲକେ ଭାରତୀୟ ଜାତୀୟ ଦଲ୍ ଲାଗି ଖେଲି ଆସୁଛନ୍ । ସେତକି ନୁହେଁ ଇମାନେ ଭାରତୀୟ ବାସ୍କେଟ ବଲ୍ ଟିମ୍‌ର କ୍ୟାପଟେନ୍ ଭିଲ୍ ରହି ଆସିଛନ୍ ।

ଆମର ଦେଶନେ କ୍ରିକେଟ୍ ଖେଲ୍ ପ୍ରତି ଦର୍ଶକ୍ ହେଉନି କି ଖେଲାଲିକଁର ବହୁତ୍ ଅଏତକା ଆଗ୍ରହ ରହିଛେ । ଲୋକ୍ ବେଶୀକରି କ୍ରିକେଟ୍ ଖେଲକେ ପସନ୍ଦ କରିଥିସନ୍ ଆରୁ ଖେଲିଥିସନ୍ ଭିଲ୍ । ବହୁତ୍ କମ୍ ଲୋକ୍ ଦୁଶରା ଖେଲ୍ ପ୍ରତି ଆଗ୍ରହ ରଖିକରି ଖେଲବାର ଲାଗି ଚାହେଁସନ୍ । ଭାରତୀୟ ମହିଲା ବାସ୍କେଟ୍ ଦଲ୍‌ନେ ଗୁଟେ ପରିବାରର ୫ଟା ବୁହେନ୍ ଖେଲୁଛନ୍ । ଇମାନେ ସିଂ ସିଷ୍ଟର ନାଁନେ ଜନା । ଇମାନେ ହେଲେ ପ୍ରତିମା ସିଂ, ଆକାଂକ୍ଷା ସିଂ, ପ୍ରଶାନ୍ତି ସିଂ, ଆରୁ ପ୍ରିୟଙ୍କା ସିଂ । ଛୋଟ ବେଲୁ ହିଁ ଖେଲ୍ ପ୍ରତି ଆଗ୍ରହ ରଖିଥିବାର ଇ ଟୁକେଲ ମାନେ ଆଏଜ୍ ଭାରତୀୟ ବାସ୍କେଟବଲ୍ ଟିମ୍‌କେ ଲିଡ୍ କରୁଛନ୍ । ବାରଣାସୀ ସହର ଦିନେ ଧର୍ମ ପୀଠ୍ ହିସାବେ ଖାଲି ଜନାଥିବାର ବେଲକେ ଆଏଜ୍ ଇ ଟୁକେଲମାନେ ଖେଲ୍ ଲାଗି ସହରର ନାଁକେ ଦେଶ ଦୁନିଆଁର ଆଗାଡେ ରଖିପାରିଛନ୍ । ବାପା ଗୌରୀ ଶଙ୍କର ସିଂ ସବୁବେଲେ ତାକଁର ଛୁଆକୁଁ ପାଠପଢାନେ ଆଗକେ ଯିବାର ଲାଗି ପ୍ରେରଣା ଦେଉଥିଲେ । ଭଲ୍ ପାଠ୍ ପଢଲେ ଖେଲ୍ ଲାଗି ଭିଲ୍ ସବୁ ପ୍ରକାରର ସ୍ୱାଧିନତା ଦିଆଯିବା ବଲି କହୁଥିଲେ ।

ସେଆଡେ ମାଁ କିନ୍ତୁ ଚାହୁଁଥିଲେ ଛୁଆକଁର ଯଦି ଖେଲ୍ ଲାଗି ଆଗ୍ରହ ଅଛେ ତ ସେଥରେ ଭିଲ୍ ଅଗକେ ଯାଉନ୍ ଆରୁ ଇଥିର ଲାଗି ସେ ସବୁ ବେଲେ ନିଜର ଝି ମାନକୁଁ ଉତ୍ସାହିତ୍ କରିଆସୁଥିଲେ । ଆଗକେ ଯାଇକରି ଇ ଟୁକେଲ ମାନେ ଖାଲି ନିଜର ମାଁ ବୁଆର ନୁହେଁ ବରଂ ପୁରା ଦେଶର ଟେକ୍ ରଖିପାରିଛନ୍ । ଇମାନକଁର ଭିତରେ ରହିଛନ୍ ଅର୍ଜୁନ୍ ପୁରସ୍କାର ପାଇଥିବାର ଖେଲାଲି ଆରୁ ଭାରତ ସରକାରକଁର ପଦ୍ମଶ୍ରୀ ସମ୍ମାନନେ ଭିଲ୍ ସମ୍ମାନିତ୍ ହେଇଛନ୍ । ବାସ୍କେଟ୍ ବଲ୍‌କେ ମହିଲାକଁର ଭିତରେ ଲୋକପ୍ରିୟ କରାବାର ଗୁଟେ ପ୍ରେରଣା ଆରୁ ଉତ୍ସାହ ଭରିପାରିଛନ୍ । ଆଏଜ୍ ଇଠାନେ ସିଂ ସିଷ୍ଟରର୍ସକଁର ଖେଲ୍ ଆରୁ ତାକଁର ଜୀବନ୍ ବାବଦେ ଆମେ ଆପଣକୁଁ ଜନାମୁ । …

ପ୍ରତିମା ସିଂ ୨୦୦୬ ମସିହାନେ ପହେଲା ଥର ଲାଗି ଆନ୍ତର୍ଜାତୀୟ ବାସ୍କେଟ ବଲ୍ ଖେଲନେ ଭାରତୀୟ ଜୁନିୟର ଦଲ୍ ଆଡୁ ଖେଲିଥିଲେ ଆରୁ ୨୦୦୮ ମସିହାନେ ସେ ଟିମ୍‌ର କ୍ୟାପଟେନ୍ ଭାବେ ରହିଥିଲେ । ୨୦୧୦ ମସିହାନେ ଏସିଆନ୍ ଗେମ୍‌ନେ ସେ ଭାଗ୍ ନେଇକରି ଖେଲିଥିଲେ । ଭାରତୀୟ କ୍ରିକେଟ ଦଲର ବୋଲର ଇଶାନ୍ତ ଶର୍ମାକୁଁ ବିହା ହେଇଛନ୍ ପ୍ରତିମା ।

ଆକାଂକ୍ଷା ସିଂକଁ ଭିଲ୍ ଜାତୀୟ ଦଲ୍‌ନେ ଖେଲବାର ସାଙ୍ଗେ ଦଲର କ୍ୟାପଟେନ୍ ଭାବେ କାମ୍ କରିଛନ୍ । ୨୦୦୩ ମସିହାନେ ସେ ଜାତୀୟ ଦଲ୍ ଲାଗି ଖେଲବାର ସାଙ୍ଗେ ଖେଲ୍ କରିୟର୍ ମୁଲ କରିଥିଲେ । ୨୦୧୦ ମସିହାନେ ସେ ଏମବିପିଏଲ ଲିଷ୍ଟନେ ନିଜର ଜାଗା କରିକିନା ପୁରସ୍କୃତ ହେଇଥିଲେ । ବାଙ୍ଗରୀ ହେଇଥିଲେ ଭିଲ୍ ଆକାଂକ୍ଷା ବାସ୍କେଟ ବଲ୍ ଦୁନିଆଁନେ ନାଁ କରିପାରିଛନ୍ ଆରୁ ତାକୁଁ ହେଥିର ଲାଗି ଛୋଟ୍ ବିସ୍ମୟ ବଲି ଭିଲ୍ ଡକାଯାଇସି । କୋରିଆନେ ହେଇଥିବାର ଏସିଆନ୍ ଗେମ୍ ଖେଲିଥିଲେ ୨୦୧୪ ମସିହାନେ ।

ପ୍ରଶାନ୍ତି ସିଂ ବାସ୍କେଟ୍ ବଲ୍ ଖେଲ୍‌ଥି ବହୁତ୍ ଆଗକେ ଯାଇପାରିଛନ୍ । ଭାରତ ସରକାରକଁର ଆଡୁ ଖେଲାଲିକୁଁ ଦିଆଯାଉଥିବାର ସର୍ବୋଚ୍ଚ ଖେଲ୍ ପୁରସ୍କାର ଅର୍ଜୁନ୍ ପୁରସ୍କାରନେ ସମ୍ମାନିତ୍ କରାଯାଇଛେ । ୨୦୦୨ ମସିହାନେ ଭାରତୀୟ ମହିଲା ବାସ୍କେଟ ବଲ୍ ଟିମ୍‌ନେ ଖେଲିକରି ଟିମ୍‌ର କ୍ୟାପଟେନ୍ ଭାବେ ରହିଥିଲେ । ୨୦୧୯ ମସିହାନେ ରାଷ୍ଟ୍ରପତି ତାକୁଁ ପଦ୍ମଶ୍ରୀ ସମ୍ମାନନେ ଭିଲ୍ ସମ୍ମାନିତ୍ କରିଛନ୍ । ପ୍ରଶାନ୍ତି ବହୁତ୍‌ଟେ ଅନ୍ତର୍ଜାତୀୟ ଖେଲନେ କ୍ୟାପଟେନସିପ୍ କରିକିନା ଦେଶ ଲାଗି ମେଡାଲ୍ ଜିତିଛନ୍ ଆରୁ ଇଥିର ଲାଗି ତାକୁଁ ବହୁତ୍ ପୁରସ୍କାର ଆରୁ ସମ୍ମାନ୍ ଭିଲ୍ ମିଲିଛେ ।

ପାଂଚି ବୁହେନ୍‌କଁର ଭିତରେ ଦିବ୍ୟା ସିଂ ଭିଲ୍ ବାସ୍କେଟ୍ ବଲ୍ ଖେଲିକରି ବହୁତ୍ ଭଲ୍ ପ୍ରଦର୍ଶନ୍ କରିଛନ୍ । ଦିବ୍ୟା ଖାଲି ବାସ୍କେଟ୍ ବଲ୍ ପ୍ଲେୟାର ଭାବେ ନୁହେଁ ଜନେ କୋଚ୍ ହିସାବେ ଜନା । ଭାରତୀୟ ବାସ୍କେଟ୍ ବଲ୍ ମହିଲା ଟିମ୍ ସାଙ୍ଗେ ପିଲା ଟିମ୍‌କେ ଭିଲ୍ କୋଚିଂ ଦେଉଛନ୍ । କମନ୍ ୱେଲଥ ଗେମ୍ ହେଉ କି ଏସିଆନ୍ ଗେମ୍ ସବୁଥିରେ ଗୁଟେ ମେନ୍ ପେୟାର ଭାବେ ଖେଲିକରି ଦେଣ ଲାଗି ଗୌରବ ଆନି ଦେଇପାରିଛନ୍ ।

ପ୍ରିୟଙ୍କା ସିଂ ପହେଲାନୁ ବାସ୍କେଟ ବଲ୍ ଖେଲୁଥିଲେ ଭିଲ୍ ଜାତୀୟ ଦଲ୍ ଲାଗି କେଭେ ନାଇଁ ଖେଲି । କିନ୍ତୁ ତାକୁଁ ବାସ୍କେଟ୍ ବଲ୍ ଖେଲୁଥିବାର ଦେଖିକରି ଆଗକେ ବାକି ବୁହେନ୍ ମାନେ ଖେଲ୍ ପ୍ରତି ଆଗ୍ରହ ଦେଖେଇଥିଲେ । ପ୍ରିୟଙ୍କା ସିଂ ଜାତୀୟ ଦଲ୍ ଲାଗି ନାଇଁ ଖେଲଲେ ଭିଲ୍ ସେ ଖେଲ୍ ସାଙ୍ଗେ ଯୁଡି ହେଇକରି ରହିଛନ୍ । ଇହାଦେ ସେ ଏନଆଇଏସ୍‌ନେ ବାସ୍କେଟ ବଲ କୋଚ୍ ଭାବେ କାମ୍ କରୁଛନ୍ । ସିଂ ସିଷ୍ଟର୍ସ ଭିଲ୍ ଭାରତୀୟ ଖେଲ୍ ଜଗତନେ ନିଜର ଗୁଟେ ଦୁଶରା ଜାଗା ବନେଇପାରିଛନ୍ ଆରୁ ସମାଜକେ ଇ ବାର୍ତ୍ତା ଦେଉଛନ୍ ଯେ, ଟୁକେଲ ଭିଲ୍ କାହାରନୁ କେନସି କାମ୍‌ନେ କମ୍ ନୁହେଁ ।

Leave A Reply

Your email address will not be published.