କର୍ଲାପାଟ୍‌ନେ ହାତୀ ମଡକ୍‌

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟନେ ଦୁଇ ହପ୍ତାଥି ଗଲାନ ୬ ହାତୀକଁର ଜୀବନ୍‌

0

କଳାହାଣ୍ଡି କର୍ଲାପାଟ୍ ଅଂଚଲନେ ହାତୀ ମଡକ୍ ଘଟନା ଇହାଦେ ଚର୍ଚ୍ଚା ବନିଛେ । ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ଅଂଚଲନେ ଗଲା ଦୁଇ ହପ୍ତା ଭିତରେ ୬ଟା ହାତୀର ଜୀବନ୍ ଗଲାନ । ଗଲା ୧ ତାରିଖନେ ପହେଲା ହାତୀ ଅଭୟାରଣ୍ୟ ପାଶର ତେନ୍ତୁଲିପଦର ଗାଁ ପାଶେ ଗୁଟେ ହାତୀ ମରିଥିଲା । ତାର ଉତାରୁ ଫେର୍ ଗଲା ୮ ତାରିଖନେ ଆରଗୁଟେ ହାତୀର ମଲାଦେହ ମିଲିଥିଲା । ସେନ୍ତା ଗଲା ୧୦ ନେ ତିନ୍ ହାତୀ, ୧୨ ତାରିଖନେ ୪ ନମ୍ବର ହାତୀ ୧୩ ତାରିଖନେ ୫ ନମ୍ବର ହାତୀ ମରିଥିବାର ବେଲକେ ଗଲା ୧୪ ତାରିଖନେ ଆର ଗୁଟେ ମାଈ ହାତୀର ମୃତ୍ୟୁ ହେଇଛେ । ଲାଗ ଲାଗ ହାତୀ ମରୁଥିବାର ବେଲକେ ଜିଲ୍ଲା ବନବିଭାଗ ଆରୁ ପ୍ରାଣୀ ବିଭାଗ ହାତୀ ମରବାର କାରଣ ଖୁଜୁଛନ୍ । ତାକଁର ସାଙ୍ଗେ ଗଲା ୨ଦିନ୍ ଧରିକରି ପ୍ରାଣୀ ବିଶେଷଜ୍ଞ ଦଲ୍ ଭିଲ୍ ଇଠାନେ ଡେରା ପକେଇଛନ୍ । ହେଲେ ଇହାଦେ ତକ୍ ଇମାନେ ହାତୀ ମରବାର କାରଣ ଖୁଜି ନାଇଁପାଇପାରି । ଯେନଥିର ଲାଗି ସାଧାରଣନେ ଅସନ୍ତୋଷ ଦେଖବାକେ ମିଲିଛେ । ବନବିଭାଗର ସୂଚନା ହିସାବେ ୧୭ଟା ୩ଟା ଦଲ୍ ହେଇକରି କର୍ଲାପାଟ୍ ଅଭୟାରଣ୍ୟ ଅଂଚଲନେ ବୁଲୁଥିଲେ । ହେଲେ ଇମାନକଁର ଭିତରୁ ଇହାଦେ ୬ଟା ହାତୀ ମରିକରି ୧୧ଟା ନା ବୁଲୁଛନ୍ । ଖାଲି ମାଈ ହାତୀ ମରୁଥିବାର କଥା ଭିଲ୍ ଇହାଦେ ସମସ୍ୟା ବନିଛେ । ବନବିଭାଗ ତଦନ୍ତ ଜାରି ରଖିଥିଲେ ଭିଲ୍ କାଣା ହେଲାଯେ ଏତେ ସଂଖ୍ୟାନେ ହାତୀ ମରୁଛନ୍ ଜାନିନାଇଁପାରବାର । ଯେନଟାକି ବନବିଭାଗର କାମ୍‌କେ ନେଇକରି ଭିନ୍ ଭିନ୍ ପ୍ରଶ୍ନ ଉଠୁଛେ । ଜିଲ୍ଲାନେ ହାତୀ କରିଡର ଠିକ୍ ଭାବେ କାମ୍ ନାଇଁ କରୁଥିବାର ଅଭିଯୋଗ ହେଉଛେ ।

ବନବିଭାଗର ଅପାରଗତା ଇଥରୁ ବାରି ହେଇଯାଉଥିବାର ବେଲକେ ଜଙ୍ଗଲି ଜନ୍ତୁ କେତେ ସୁରକ୍ଷିତ୍ ସେ କଥା ଇହାଦେ ଭଟାନେ ପଡିଛେ । ଶିକାରୀ ଦିନଦାହାଡେ ଜୀବଜନ୍ତୁକଁର ଶିକାର କରୁଥିଲେ ଭିଲ୍ ଇମାନକଁର ଉପରେ କେନସି କାର୍ଯ୍ୟାନୁଷ୍ଠାନ୍ ସଠିକ୍ ଭାବେ ନାଇଁ ନିଆଯିବାର । ଏନ୍ତାକି ଜିଲ୍ଲା ପ୍ରାଣୀଧନ ସ୍ୱାସ୍ଥ୍ୟ ବିଭାଗ ଆରୁ ବନ୍ୟ ପ୍ରାଣୀ ସୁରକ୍ଷା ବିଭାଗ କାମ୍ କରୁଥିଲେ ଭିଲ୍ ସଚେତନତା ହେଉକି ଇମାନକଁର ସୁରକ୍ଷାର ଲାଗି ଦେଖଲା ବାଗିର କାର୍ଯ୍ୟକ୍ରମ୍ କିଛି ନାଇଁ ନିଆଯିବାର । କୋଟି କୋଟି ଟଙ୍କା ଖର୍ଚ୍ଚାନେ କର୍ଲାପାଟ ଅଭୟାରଣ୍ୟ କରାଯାଇ କରି ଇଠାନେ ଜୀବଜନ୍‌ୁକଁର ଉପରେ ନଜର ରଖବାର ଲାଗି ସିସିଟିଭି ଭିଲ୍ ଲଗାଯାଇଛେ । ହେଲେ ଇ ସବୁ ଖାଲି ପ୍ରହସନ୍ ବନିଛେ ଇହାଦେ । ଭିନ୍ ଭିନ୍ ସମିଆଁନେ ହାତୀ ବେମାରନେ ପଡିକରି ମରୁଥିବାର ବନବିଭାଗ୍ ଆଡୁ କୁହାଯାଉଛେ । ମାଓବାଦୀ ଡରନେ ବନବିଭାଗ କର୍ମଚାରୀ ଜଙ୍ଗଲ ଭିତରେ ନାଇଁ ଯିବାର ଆର ସିସିଟିଭି ସରଭିଲାନ୍ସ ଭିଲ୍ କାମ୍ ନାଇଁ କରୁଥିବାର ଜନାପଡିଛେ । ସେଆଡେ ତେନ୍ତେଲପଦର ଘୁଷୁରୀଗୁଡି ଝରନା ପାଏନ୍ ବିଷାକ୍ତ ହେଇଥିବାର କଥା ଭିଲ୍ କୁହାଯାଉଛେ । ବନବିଭାଗ ଇହାଦେ ତକ୍ ସଠିକ୍ କାରଣ ଧରିନାଇଁ ପାରୁଥିବାର କଥାକେ ନେଇକରି ପରିବେଶବିତ୍‌କଁର ଅସନ୍ତୋଷ ବଢିଛେ ।

Leave A Reply

Your email address will not be published.