ମୁଖ୍ୟମନ୍ତ୍ରୀକୁଁ ହତ୍ୟା କରବାର ଲାଗି ଚକ୍ରାନ୍ତ୍‌

ନବୀନ ନିବାସନେ ବେନାମୀ ଚିଠି, ମୁଖ୍ୟମନ୍ତ୍ରୀକୁଁ ହତ୍ୟା କରାଯିବାର ନେଇ ଲେଖାଯାଇଛେ

0

ଓଡ଼ିଶା ମୁଖ୍ୟମନ୍ତ୍ରୀକୁଁ ମାରବାର ଲାଗି ହେଇଛେ ଚକ୍ରାନ୍ତ୍‌ । ପେସାଦାର ସୁପାରି କିଲର୍‌କୁଁ ଇଥିର ଲାଗି ନିୟୋଜିତ୍ କରାଯାଇଥିବାର ନେଇକରି ଜନାପଡିଛେ । ଏକେ-୪୭, ସ୍ୱୟଂଚାଳିତ ପିସ୍ତଲ ଲେଖେଁ ଅତ୍ୟାଧୁନିକ୍ ଅସ୍ତ୍ରଶସ୍ତ୍ର ଭୁବନେଶ୍ୱରନେ ପୁହୁଞ୍ଚିଛେ ଆରୁ ଇତାର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର ୱାଘାପୁରର ବଲି ଜନାପଡିଛେ । ନବୀନକୁଁ ହତ୍ୟା କରବାର ଲାଗି ବାରମ୍ବାର ତାକଁର ପିଛା କରାଯାଉଥିବାର ଆରୁ ସୁଯୋଗ ଖୁଜୁଥିବାର ଲେଖେଁ କଥା ଇହାଦେ ସାମ୍ନାକେ ଆସିଛେ । ଗଲା ୪ ତାରିଖନେ ଏନ୍ତା ଗୁଟେ ଚିଠି ଆସିକଛେ ନବୀନ ନିବାସକେ । ଚିଠିନେ କାହାରିରର ନାଁ ନାଇଁ ଲେଖାଯାଇ କି ଇଥରେ କେନସି ପତା ଭିଲ୍ ନାଇଁ ଲେଖାଯାଇ । ସେଆଡେ ଘଟନାକେ ଗୁରୁତ୍ୱ ସାଙ୍ଗେ ନେଇଛନ୍ ଗୃହ ବିଭାଗ ।

ଚିଠି କିଏ, କେନଠାନୁ ପଠେଇଛେ ତାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ ରାଜ୍ୟ ଗୃହ ବିଭାଗ । ସେଆଡେ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଆରୁ ପୁଲିସ କମିଶନରକୁଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ନିର୍ଦ୍ଦେଶ ମିଲଲା ଉତାରୁ ପୁଲିସ ବିଭାଗ ଆଡୁ ଗୁଟେ ଉଚ୍ଚସ୍ତରୀୟ ବୈଠକ୍ ଡକାଯାଇଥିଲା । କମିସିନରେଟ୍ ପୁଲିସ ଘଟନାର ଭିତିରିଆ ତଦନ୍ତ ମୁଲ କରିକିନା ଛାନଭିନ୍ କରୁଛେ । ନବୀନ ନୀବାସନେ ସୁରକ୍ଷା କର୍ମୀକୁଁ ଭିଲ୍ ସତର୍କ ରହେବାର ଲାଗି କୁହାଯାଇଛେ । ୨୪ ଘଣ୍ଟା ସିକ୍ୟୁରିଟି ବେବସ୍ଥା ବଢେଇ ଦିଆଯାଇଛେ । ଇତାର ଆଘୋନୁ ୨୦୧୦ ଜାନୁଆରୀ ୧୫ ତାରିଖନେ ଭିଲ୍ ନବୀନ ପଟ୍ଟନାୟକକୁଁ ହତ୍ୟା ଧମକ୍ ଗୁଟେ ଆସିଥିଲା । ଆରୁ ଇଥରେ ଥିବାର ଅଭିଯୁକ୍ତକେ ପୁରୀ ଅସ୍ତରଙ୍ଗନୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.