ଡରିବ ଡ୍ରାଗନ୍‌, ଆସିବ ପିନାକ୍‌

ଭାରତ-ଚୀନ୍ ଭିତରେ ଲାଗିରହିଛି ସୀମା ବିବାଦ

0

() ଭାରତ-ଚୀନ୍ ଭିତରେ ଲାଗିରହିଛି ସୀମା ବିବାଦ । ଗତ ଜୁନ୍ ୧୫ ତାରିଖରେ ଉଭୟ ଦେଶର ସୈନିକଙ୍କ ଭିତରେ ସଂଘର୍ଷ ଦେଖାଦେଇଥିବା ବେଳେ ପୁଣି ଚୀନ୍ ତା ସୀମାରୁ ବାହାରକୁ ଆସିଛି । ଗତ ୨୯ ଓ ୩୦ ଅଗଷ୍ଟରେ ଚୀନ୍ର ପ୍ରାୟ ୫ଶହ ସୈନିକ ଭାରତ ସୀମାକୁ ପ୍ରବେଶ କରିଥିଲେ ଯାହାକୁ ଭାରତ ସୈନିକ ଅଟକାଇଥିଲେ । ତେବେ ଚୀନ୍ ସେନା ନିୟମ ଉଲଘଂନ କରି ବାରମ୍ବାର ସମାନ କଥା ଦୋହରାଉଛନ୍ତ ଯାହା କି ଆଉ ଏକ ଯୁଦ୍ଧର ପୁର୍ବାଭାଷ ଦେଉଛି । ଏଥିପାଇଁ ଭାରତ ମଧ୍ୟ ପ୍ରସ୍ତୁତ ରହିଛି । ଶାନ୍ତି ବଜାୟ ରଖିବା ପାଇଁ ଭାରତ ସବୁବେଳେ ପ୍ରୟାସ କରିଆସିଛି ଏବଂ ଆଗକୁ ବି କରିବ । କିନ୍ତୁ ଚୀନ୍ ନିଜ ବଦମାସି ବନ୍ଦ କରୁନଥିବାରୂୁ ଭାରତ ମଧ୍ୟ ଏଥର କଠୋର ନିଷ୍ପତି ନେବାକୁ ସ୍ଥିର କରିଛି । ସେମିତିରେ ଆମ ସେନା ପାଖରେ ବିପୁଳ ପରିମାଣରେ ଗୁଳିଗୋଳା ସହିତ ଲଢୁଆ ବିମାନ, ଯୁଦ୍ଧାସ୍ତ୍ର ଆଦି ଭରପୁର ରହିଛି । ତେବେ ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବାରକୁ ୬ଟି ପିନାକା ରେଜିମେଂଟ, ର୍େ‌କଟ ଲଂଚର ସିଷ୍ଟମ ସେନାକୁ ଯୋଗାଇବ ଭାରତ । ଏନେଇ ଏକ ଚୁକ୍‌ତିନାମା ସ୍ୱାକ୍ଷର କରିଛନ୍ତି କେନ୍ଦ୍ର ସରକାର । ପ୍ରାୟ ୨୫୮୦ କୋଟି ଟଙ୍କା ଖର୍ଚ୍ଚରେ ଏହି ରେଜିମେଂଟ ପ୍ରସ୍ତୁତ କରିବ ଭାରତ । ୨୦୨୪ ସୁଦ୍ଧା ଭାରତ ପିନାକ ରକେଟ୍ ଭାରତୀୟ ସେନାରେ ସାମିଲ ହେବା ନେଇ ଜଣାପଡିଛି । ଏନେଇ ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌, ଟାଟା ପାୱାର କମ୍ପାନି ଲିମିଟେଡ ଏବଂ ଲରସେନ୍ ଆଣ୍ଡ ଟୁବ୍ରୋ ସହିତ ଚୁକ୍ତି କରିଛି ।

Leave A Reply

Your email address will not be published.