ନେତାଜୀକୁଁ ଶ୍ରଦ୍ଧାଞ୍ଜଲି ଜନାଲେ ମୁଖ୍ୟମନ୍ତ୍ରୀ

କଟକ ଖାନନଗରନେ ନେତାଜୀକଁର ନାଁନେ ବସ୍ ଟର୍ମିନାଲର ଶିଲାନ୍ୟାସନ୍ କଲେ ମୁଖ୍ୟମନ୍ତ୍ରୀ

0

ଦେଶର ବୀର୍ ପୁଓ ଦେଶଭକ୍ତ ସ୍ୱାଧିନତା ସଂଗ୍ରାମୀ ତଥା ମହାନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷକଁର ଆଏଜ୍ ହେଉଛେ ୧୨୫ ନମ୍ବର ଜନମ୍ ଜୟନ୍ତୀ । ନେତାଜୀକଁର ଜନମ୍ ଜୟନ୍ତୀନେ ପୁରା ଦେଶ ତାକୁଁ ସୋର୍ ପକଉଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ଆଏଜ କଟକ ଯାଇକରି ଜାନକୀ ଭବନନେ ଥିବାର ସୁବାଷ ବୋଷକଁର ମୂର୍ତ୍ତିନେ ଫୁଲମାଲଦେଇକରି ତାକୁଁ ଶ୍ରଦ୍ଧାଞ୍ଜଲି ଜନେଇଛନ୍ । ସେଆଡେ ନେତାଜୀକଁର ନାଁନେ ନାମିତ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ ମୁଖ୍ୟମନ୍ତ୍ରୀ । ଖାନନଗରଠାନେ ଅନ୍ତଃରାଜ୍ୟ ବସ୍ ଟର୍ମିନାଲର ଶିଳାନ୍ୟାସ୍ କରାଯାଇଛେ । ୧୮ ମାସ ଭିତରେ ନୂଆଁ ବସ୍ ଟର୍ମିନାଲର କାମ୍ ଶେଷ୍ କରବାର ଲାଗି ଲକ୍ଷ କରାଯାଇଛେ । ୬୫ କୋଟି ଟଙ୍କା ଖର୍ଚ୍ଚାନେ ୧୨ ଏକଡ ଜମିନେ ଇ ବସ୍ ଟର୍ମିନାଲ କରାଯିବା । ଇଠାନେ ଏକାଥରେ ୧୮୦ଟା ବସ୍ ରହିପାରବାର ବେବସ୍ଥା କରାଯାଇଛେ । ଭିଡ୍ କମାବାର ଲାଗି ବସ୍ ଟର୍ମିନାଲର ବେବସ୍ଥା କରାଯାଇଥିବାର ବେଲକେ ଆଏବାର ଦିନେ ଅନୁଗୁଳ, ଭୁବନେଶ୍ୱର ଆରୁ ପୁରୀନେ ଭିଲ୍ ଏନ୍ତା ବେବସ୍ଥା କରାଯିବା ।

Leave A Reply

Your email address will not be published.