ସୁବାଷ ବୋଷକଁର ଝି’ର ପସନ୍ଦ୍ ସମ୍ବଲପୁରୀ ଶାଢୀ

ସୁବାଷ ବୋଷକଁର ଝି’କେ ଡାକିକରି କିଏ ଦେଇଥିଲେ ସମ୍ବଲପୁରୀ ଶାଢୀ?

0

ଦେଶବାସୀ ମତେ ରକ୍ତ ଦିଅ, ମୁଇଁ ତୁମକୁ ସ୍ୱାଧିନତା ଦେମି…ଯାହକଁର ଇ ପଦେ କଥା ଶୁନିକରି ଲକ୍ଷ ଲକ୍ଷ ଲୋକ୍ ସ୍ୱାଧିନତା ସଂଗ୍ରାମନେ ଝାସ୍ ଦେଉଥିଲେ । ଯାହାକୁଁ କଶ୍ମିରନୁ କନ୍ୟାକୁମାରୀ ସଭେ ଡାକୁଥିଲେ ନେତାଜୀ । ଯାହାକୁଁ ମାହାତ୍ମା ଗାନ୍ଧି ଡାକୁଥିଲେ ଦେଶଭକ୍ତ ମାନକଁର ରାଜକୁମାର । ସାରା ଦେଶ ଦୁନିଆଁନେ ଯାହାର ବୀରତା, ସାହାସ, ସୌର୍ଯ୍ୟ ଆରୁ ଦେଶଭକ୍ତିର ଚର୍ଚ୍ଚା ହେଉଥିଲା ସେ ମହାନାୟକ ସୁବାଷ ଚନ୍ଦ୍ର ବୋଷକଁର ଆଏଜ ଜନମ୍ ଦିନ୍ । ତାକଁର ଝି ଅନିତା ବୋଷ ଅଷ୍ଟ୍ରିଆନେ ଜନମ୍ ହେଇଥିଲେ ଭିଲ୍ ଯେତକିବେଲକେ ତାକଁର ବାପାକଁର ଜନମ୍ ଜାଗାକେ ଆସିଥିଲେ ତାହାକୁଁ ସେନେ ଭେଟ୍ ଦିଆଯାଇଥିବାର ସମ୍ବଲପୁରୀ ଶାଢୀକେ ଦେଖିକରି ବହୁତ୍ ଖୁସ୍ ହେଇଥିଲେ । ସମ୍ବଲପୁରୀ ଶାଢୀ ତାକଁର ବହୁତ ପସନ୍ଦ ଆସିଥିଲା ଆରୁ ସେ ବହୁତ ଜାଗାନେ ସମ୍ବଲପୁରୀ ଶାଢୀ ପିନ୍ଧିକରି ଯାଉଥିଲେ । ଆଏଜ୍ ସୁବାଷ ବୋଷକଁର ଜନମ୍ ଦିନେ ତାହାକୁଁ ଶ୍ରଦ୍ଧାଞ୍ଜଳି ଜନେଇକରି ଜାନମା ତାକଁର ବୀରତାର କଥା ସବୁ ଆର ତାକଁର ଝିକଁର ସମ୍ବଲପୁରୀ ଶାଢୀ ପସନ୍ଦ୍ ବାବଦେ । …
ଦୁଇ ଶହ ବରଷ୍ ଧରି କରି ଭାରତ ଇଂରେଜ ଶାସନ୍ ଅଧୀନ୍‌ନେ ଥିଲା । ଦେଶକେ ସ୍ୱାଧିନତା ଦେବାର ଲାଗି କେତନି ସ୍ୱାଧିନତା ସଂଗ୍ରାମୀ ବାହାରିକରି ଲଢେଇ ଜାରି ରଖିଥିଲେ । ହେଲେ ଭିଲ୍ ଦେଶକେ ଇଂରେଜ ମାନକଁର କବଜାନୁ ମୁକଲେଇ ନାଇଁ ପାରୁଥାଇ । ଆରୁ ଏନ୍ତା ଭିଲ୍ ଗୁଟେ ସମିଆଁ ଇତାର ଭିତରେ ଆସିଥିଲା ଯେତେବେଲେ ଦେଶ ସ୍ୱାଧିନ୍ ହେବାର କେନସି ବାଟ୍ ଭିଲ୍ ନାଇଁ ଦିଶୁଥାଇ । ହେଇ ସମିଆଁନେ ଭାରତ ମାଁର କୁଲେ ଗୁଟେ ବୀର୍ ପୁଓର ଜନମ୍ ହେଲା । ମାଁ ବୁଆ ପୁଓର ନାଁ ରଖିଥିଲେ ସୁବାଷ । ୧୮୯୭ ଜାନୁଆରୀ ୨୩ ଆଜିର ଗୁଟେ ଏନ୍ତା ଦିନେ ଓଡ଼ିଶାର କଟକ ଜିଲ୍ଲାନେ ପ୍ରଭାବତୀ ଦତ୍ତ ଆରୁ ଜାନକୀ ନାଥ ବୋଷକଁର ଘରେ ଜନମ୍ ନେଇଥିଲେ ସୁବାଷ୍ । ଛୁଆ ଦିନୁ ହିଁ ସୁବାଷକଁର ଭିତରେ ଦେଶ ଲାଗି ଭଲପାଏବା ଆରୁ ଭକ୍ତିଭାବ ଥିବାର ଦେଖବାକେ ମିଲିଥିଲା । ଯେନଟାକି ଆଗକେ ଯାଇକରି ତାକୁଁ ଜନେ ସ୍ୱାଧୀନତା ସଂଗ୍ରାମୀର ପରିଚୟ ଦେଇଥିଲା । ଭଲ ପାଠ ପଢୁଥିବାର ସୁବାଷ ଚାକିରୀକେ ଲାତ୍ ମାରିକରି ଦେଶ ଲାଗି ଲଢେଇ କରବାର ରାସ୍ତାକେ ବାଛିଥିଲେ । ଭାରତ ମାଁର ସନ୍ତାନ ହିସାବେ ଯେତକି ଗରବ୍ କରୁଥିଲେ ତାହାକେ ଫିରଙ୍ଗୀ ମାନକଁରୁ କବଲନୁ ମୁକଲାବାର ଲାଗି ସେତକି ଚେଷ୍ଟା ଭିଲ୍ ଚଲେଇଥିଲେ ।

ଗୁଟେ ସ୍ୱାଧିନ୍ ଆରୁ ବିକଶିତ୍ ଭାରତର ସପନ୍ ଦେଖିଥିବାର ସୁବାଷ ବୋଷ ଇଂରେଜ ମାନକଁର ବିରୁଧନେ ଲଢିକରି ୧୧ ଥର ଜେଲ୍ ଭିଲ୍ ଯାଇଛନ୍ । ଇଂରେଜ ସରକାରକେ ମୁହଁତୋଡ୍ ଜବାବ ଦେଉଥିଲେ ସେ । ୧୯୨୦ନେ ରାଜନୀତିନେ ସାମିଲ ହେଇଥିବାର ସୁବାଷ ଭାରତୀୟ ଜାତୀୟ କଂଗ୍ରେସନେ ଯୋଗ ଦେଇଥିଲେ ଆରୁ ୧୯୩୮ ମସିହାନେ ଜାତୀୟ କଂଗେସର ସଭାପତି ହିସାବେରହିଥିଲେ । ହେଲେ ୧୯୩୯ନେ ହିଁ ସେ କଂଗ୍ରେସ ଦଲ ଛାଡିଦେଇଥିଲେ ମତଭେଦ୍ ଲାଗି । ଯେନଠାନେ ମହାତ୍ମା ଗାନ୍ଧି ସବୁବେଲେ ଅହିଂସାର କଥା କହୁଥିଲେ ସେଠାନେ ସୁବାଷକୁଁ ଇ ସବୁ ଠିକ୍ ନାଇଁ ଲାଗୁଥାଇ । ଦେଶକେ ସ୍ୱାଧିନ କରବାର ଲାଗି ହେଲେ ଅଂହିସାର ବାଟ୍ ଦେଇକରି ନାଇଁ ଯାଇ ହୁଏ ଆରୁ ଇଥର ଲାଗି ଯାହା କରବାକେ ପଡଲେ ଭିଲ୍ କରବେ ବଲି କହୁଥିଲେ ସୁବାଷ । ସୁବାଷକଁର ନୀତି ଆଦର୍ଶ ସବକରନୁ ଭିନ୍ ଥିବାର ବେଲକେ ସେ ଇଂରେଜ ମାନକୁଁ ପାଏନ୍ ପିଏଇଦେଉଥିଲେ । ଯେନଥିର ଲାଗି ତାକୁଁ ଜେଲ୍ ତ ପଠାଯାଉଥିଲେ ହେଲେ ତାକୁଁ ନଜର ବନ୍ଦି କରିକିନା ରଖିଥିଲେ ବ୍ରିଟିଶ ସରକାର ।

ସୁବାଷ୍ ବୋଷ ସବୁବେଲେ ଗୁଟେ କଥା ଉପରେ ଅଏତକା ଗୁରୁତ୍ୱ ଦେଇକରି କାମ୍ କରୁଥିଲେ ସେଟାହେଲା, ଶତ୍ରୁର ଶତ୍ରୁକେ ନିଜର ସାଙ୍ଗ ବନେଇକରି କାମ୍ କରୁଥିଲେ । ଆରୁ ଇଥର ଲାଗି ଷ୍ଟେନିଲ୍ ଆରୁ ହିଟଲର ଲେଖେଁ ଶାସକକଁର ସାଙ୍ଗେ ଭିଲ୍ ମିଶିଥିଲେ । ୧୯୪୧ ମସିହାନେ ନିଜର ଭାଇକଁର ସାହାଯ୍ୟନେ ସେ ଦେଶ ଛାଡିକରି ଆଫଗାନିସ୍ତାନ ରାସ୍ତା ଦେଇକରି ଋଷିଆ ପଲେଇଥିଲେ ଆରୁ ସେଠାନେ ଷ୍ଟେନିଲ୍‌କଁର ସାଙ୍ଗେ ଭେଟ୍ ପଡିଥିଲେ । ସେଠାନୁ ସେ ଷ୍ଟେନିଲକଁର ସାହାଯ୍ୟନେ ଜର୍ମାନ ଯାଇକରି ପୁହୁଚିଥିଲେ ଯେନଠାନେ ସେ ହିଟଲର ସାଙ୍ଗେ ଭେଟ ପଡିକରି ତାକଁର ସାହାଯ୍ୟ ମାଗିଥିଲେ ଭାରତକେ ସ୍ୱାଧିନ୍ କରବାର ଲାଗି । ହିଟଲର ଭିଲ୍ ସୁବାଷକୁଁ ସାହାଯ୍ୟ କରବାର ଲାଗି ରାଜି ହେଇଥିବାର ବେଲକେ ସେଠାନେ ରହିକରି ସୁବାଷ୍ ବୋଷ ନୂଆଁ ସେନା ବାହିନୀ ବନାବାରନେ ଲାଗିଯାଇଥିଲେ । ଆଜାଦ ହିନ୍ଦ ଫୌଜ୍ କମାଣ୍ଡର ଇନ୍ ଚିଫ୍ ରହିଥିଲେ ସୁବାଷ ବୋଷ୍ ।

ଇଠାନେ ଜେଲନେ ଥିବାର ଭାରତୀୟ ସୈନ୍ୟକୁଁ ମୁକଲେଇକରି ସେ ଗୁୋଟ ବଡ୍ ଫୌଜ୍ ବନେଇଥିଲେ । ସୁବାଷ୍‌କଁର ଦିଲ୍ଲୀ ଚଲୋ ନାରା ସେତେବେଲେ ସବୁ ଦେଶଭକ୍ତକଁର ହୃଦୟ ଜିତିଥିଲା । ରେଡିଓ ମାଧ୍ୟମନେ ସେ ଦେଶବାସୀକୁଁ ସ୍ୱାଧିନତା ସଂଗ୍ରାମନେ ଯୋଗ ଦେବାର ଲାଗି ଡକରା ଦେଇଥିଲେ । ଅଚାନକ୍ ହଜିଯାଇଥିବାର ସୁବାଷକଁର କଣ୍ଠ ଶୁନିକରି ଦେଶବାସୀକଁର ଭିତରେ ଉତ୍ସାହ ବଢିଥିଲା ଆରୁ ଇତାର ଉତାରୁ ସୁବାଷ୍ ଆକ୍ସନ୍ ମୋଡ୍‌କେ ଆସିଯାଇଥିଲେ । ଆରୁ ଇଥିର ଲାଗି ସେ ଜାପାନ୍ ସରକାରକଁର ସାହାଜ୍ ମାଗିଥିଲେ । ବ୍ରିଟେନ୍ ସରକାରକଁର ଶତ୍ରୁ ଥିବାର ଜାପାନ୍ ସରକାର ଭିଲ୍ ସୁବାଷକଁର ସମର୍ଥନନେ ଆସିଥିଲେ । ହେଲେ ଜାପାନ୍ ଉପରେ ଆମେରିକାର ଆକ୍ରମଣ ଲାଗି ଇ ସବୁ ସପନ୍‌ନେ ପାଏନ୍ ପଡିଯାଇଥିଲା । ରଙ୍ଗୁର ରେଡିଓ ଷ୍ଟେସନନେ ଥାଇକରି ଫେରଥରେ ଦେଶବାସୀକୁଁ ଏକଜୁଟ୍ ହେବାର ନାରା ଦେଇଥିଲେ ସୁବାଷ୍ । ଆଜାଦ୍ ହିନ୍ଦ ସେନା ନେଇକରି ଭାରତନେ ପହଞ୍ଚିବାର ଅଗରୁ ହିଁ ତାକଁର ମୃତ୍ୟୁ ହେଇଥିଲା । ୧୯୪୫ ଅଗଷ୍ଟ ୧୮ନେ ତାଇୱାନନେ ଗୁଟେ ପ୍ଲେନ୍ କ୍ରାସନେ ତାକଁର ମୃତ୍ୟୁ ହେଇଥିବାର ସରକାରୀ କାଗଜ ପତରନେ ରହିଥିଲେ ଭିଲ୍ ତାକଁର ମୃତ୍ୟୁ ଆଜି ଭିଲ୍ ରହସ୍ୟ ଘେରନେ ରହିଛେ । ଦେଶ ଲାଗି ଲଢିଥିବାର ଇ ମହାନ୍ ନାୟକକଁର ଜନମ୍ ଦିନ୍‌କେ ଇ ବରଷ୍‌ନୁ ଜାତୀୟ ପରାକ୍ରମ ଦିବସ ଭାବେ ପାଲନ୍ କରାଯିବାର ଲାଗି ଘୋଷଣା କରିଛନ୍ ଭାରତ ସରକାର । ଇହାଦେ ଭିଲ୍ କଟକ ସୁବାଷ ବୋଷ୍ ମ୍ୟୁଜିୟମନେ ତାକଁର ବହୁତ୍‌ଟେ ଜିନିଷ ସାଇତା ହେଇକରି ରହିଛେ ଯେନମାନେ କି ତାକଁର ମହାନ୍ ଗାଥାର ସ୍ମୁତିକେ ଜୀବନ୍ତ କରି ରଖିଛନ୍ ।

ସୁବାଷକଁର ଗୁଟେନ ଝି ଥିଲେ ତାକଁର ନାଁ ହେଉଛେ ଅନୀତା ବୋଷ୍ । ଝିଅ ଅନିତା ବୋଷ ଭିଲ୍ ବାପାକଁର ନୀତି ଆଦର୍ଶକେ ନେଇକରି ଆଗକେ ବଢିଥିଲେ । କଟକ ଓଡ଼ିଆ ବଜାରନେ ଥିବାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମ୍ୟୁଜୟମକେ ଅନୀତା ବୋଷ ଓଡ଼ିଶା ଆସିଥିବାର ସମିଆଁର କିଛି ଫଟୋ ଦେଇଛନ୍ ବିଶ୍ୱଜିତ୍ ସୁର । ଯାର ଉତାରୁ ଫେର ଥରେ ସୁବାଷ ଆରୁ ତାକଁର ଝିଅକଁ କିଛି ପୁରୁଣା କଥା ମନେପଡିଛେ । ଅନିତା ବୋଷକଁର ବହୁତ୍ ପସନ୍ଦ ଥିଲା ସମ୍ବଲପୁରୀ ଶାଢୀ ପିନ୍ଧବାର । ଓଡ଼ିଶା ଗସ୍ତ ସମିଆଁନେ ତାକୁଁ ସୁନ୍ଦର ସମ୍ବଲପୁରୀ ଶାଢୀ ଆରୁ ଜଗନ୍ନାଥକଁର ମୂର୍ତ୍ତି ଉପହାର ଦେଇଥିଲେ ଧୀରେନ୍ଦ୍ରନାଥ ବିଶ୍ୱାଳ । ସେତେବେଲେ ଜନେ ବଡ୍ ବିଲ୍ଡର ଭାବେ ଜନା ଥିଲେ ଧୀରେନ୍ଦ୍ର ନାଥ ବିଶ୍ୱାଳ । ତାକଁର ନାତି ସେ ସମିଆଁର କିଛି ଫଟୋ ସଂଗ୍ରାହଳୟକେ ଦେଇଛନ୍ । ଏତେ ବଡ ମହାନ୍ ପୁରୁଷକଁର ଜନମ୍ ଓଡ଼ିଶାନେ ହେଇଥିବାରନୁ ରାଜ୍ୟବାସୀ ଗୌରବ ଅନୁଭବ କରୁଥିବାର ବେଲକେ ତାକଁର ୧୨୫ ତମ୍ ଜନମ ଜୟନ୍ତୀନେ  ସୋର ପକେଇଛନ୍ ।

Leave A Reply

Your email address will not be published.