ଫେବୃଆରୀ ୬ନୁ +୨ ଫର୍ମ ଫିଲପ୍‌

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଡୁ ବିଜ୍ଞପ୍ତି ଜାରି, ଅନଲାଇନ୍ ମାଧ୍ୟମନେ ହେବା ଫର୍ମ ଫିଲପ୍‌

0

ମେ ୧୫ ତାରିଖନୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକେ ଯାଉଛେ । ଆଗକେ ପରୀକ୍ଷା ଥିବାର ବେଲକେ ଆଏବାର ୬ ତାରିଖନୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ କରାଯିବାର ନେଇକରି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଡୁ ବିଜ୍ଞପ୍ତି ଜାରି କରାଯାଇଛେ । ଫେବୃଆରୀ ୬ ତାରିଖନୁ ୧୨ ତାରିଖ ତକ୍ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ବିନା ଫାଇନ୍ ନେଇକରି ଫର୍ମ ପୂରା କରିପାରବେ । ସେନ୍ତା ରେଗୁଲାର ଛାତ୍ରଛାତ୍ରୀ ଫେବୃଆରୀ ୧୨ ତାରିଖନୁ ୨୪ ତାରିଖ ଭିତରେ ବିନା ଫାଇନ୍ ଦେଇକରି ଫର୍ମ ଫିଲପ୍ କରିପାରବେ । ଯଦି ସମିଆଁ ସରଲା ଉତାରୁ ଫର୍ମ ଫିଲପ୍ କରବେ ତାହାଲେ ଫାଇନ୍ ଦେବାର ଲାଗି ପଡବା । ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଯଦି ୧୩ ରୁ ୧୯ ତାରିଖ ଭିତରେ ଦେବେ ବେଲେ ୫୦ ଟଙ୍କା ଜରିମାନା ଦେବେ ଆରୁ ଫେବୃଆରୀ ୨୦ନୁ ମାର୍ଚ୍ଚ ୩ ତାରିଖ ଭିତରେ ଦେଲେ ୩୫୦ ଟଙ୍କା ଫାଇନ୍ ଦେବାକେ ପଡବା ।

ସେଆଡେ ରେଗୁଲାର ଛାତ୍ରଛାତ୍ରୀ ଯଦି ଫେବୃଆରୀ ୨୫ରୁ ୨୮ ଭିତରେ ଫର୍ମ ଫିଲପ୍ କରବେ ୫୦ଟଙ୍କା ଫାଇନ୍ ଦେବେ ଆରୁ ମାର୍ଚ୍ଚ ୧ରୁ ୩ ଭିତରେ ହେଲେ ୩୫୦ ଟଙ୍କା ଫାଇନ୍ ଦେବାକେ ପଡବା । ବୋର୍ଡ ଆଡୁ ଇନେଇକରି ସୂଚନା ଦିଆଯାଇଛେ । ମାର୍ଚ୍ଚ ୩ ତାରିଖ ଉତାରୁ କେନସି ପ୍ରକାରର ଫର୍ମ ପୂରଣ ନାଇଁ କରାଯାଏ । ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଆରୁ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଛାତ୍ରଛାତ୍ରୀ ଫର୍ମ ପୂରଣ ଫି ୫୨୦ ଟଙ୍କା ରଖାଯାଇଛେ । ଆରୁ ପ୍ରାକ୍ଟିକାଲ ପରୀକ୍ଷା ଲାଗି ପେପର ପିଛା ୪୦ ଟଙ୍କା ଲେଖେଁ ଆଦାୟ କରାଯିବା । ଆଏବାର ଏପ୍ରିଲ୍ ୨୯ ତାରିଖନୁ ପ୍ରାକ୍ଟିକାଲ୍ ପରୀକ୍ଷା ହେବା । ଇଥର ଅନଲାଇନ୍ ମାଧ୍ୟମନେ ଫର୍ମ ଫିଲପ୍ କରାଯିବା ଆରୁ ଇତାର ଉତାରୁ କଲେଜ କତ୍ତୃପକ୍ଷ ଠିକ୍ ହିସାବେ ଯାଂଚ କରବେ । ନିଜର ନିଜର କଲେଜନେ ଅନଲାଇନ୍ ଜରିଆନେ ଛାତ୍ରଛାତ୍ରୀକୁଁ ଆଡମିଟ୍ କାର୍ଡ ଯୁଗେଇ ଦିଆଯିବା ।

Leave A Reply

Your email address will not be published.