ସମ୍ବଲ୍ ମାଏଟ୍ ର ବୀର୍ ପୁଓ ବୀର୍ ସୁରେନ୍ଦ୍ର ସାଏ

ସ୍ୱାଧୀନତା ସଂଗ୍ରାମ୍ ଥି କେତେ କେତେ ସଂଗ୍ରାମୀ ମାନେ ନିଜର୍ ଜୀବନ୍ କେ ବାଜି ଲଗେଇ ଦେଇଥିବାର୍ ବେଲ୍‌କେ ସେ ଭିତ୍‌ରୁ ଜନେ ଥିଲେ ପଶ୍ଚିମ ଓଡିଶାର୍ ସମ୍ବଲ୍ ମାଏଟର୍ ପୁଓ ବୀର ସୁରେନ୍ଦ୍ର ସାଏ । ଯାହର୍ ହାତେ ଧନୁଶର୍ ଥିବାର୍ ତକ୍ ଦୁନିଆର୍ ସବୁନୁ ଶକ୍ତିଶାଲୀ ସାମ୍ରାଜ୍ୟର୍ ରଜା ଭିଲ୍ ତାହାକଁର୍ ସାମ୍‌ନା କେ ଆଏବାର୍ ସାହାସ୍ ନାଇ କରେ । ଯାହାର୍ ଦେହେ ରକତ୍ ବୁନ୍ଦେ ଥିବାର୍ ତକ୍ ମାଁ ମାଏଟ୍ ଲାଗି ସମର୍ପିତ୍ ଥିଲା ତାହାକଁର୍ ଜୀବନ୍ । ଏନ୍ତା ଜନେ ବୀର୍ ପୁଓ ଥିଲେ ବୀର୍ ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖ୍ ସମ୍ବଲପୁର୍ ଜିଲ୍ଲା ର୍ ଖିଣ୍ଡା ଗାଁ ନେ ସେ ବୀର୍ ପୁଓ ଜନମ୍ ନେଇଥିଲେ । ତାକଁର୍ ବାପାକଁର୍ ନାଁ ଧରମ୍ ସିଂ ଆର୍ ମାଁ କଁର୍ ନାଁ ରେବତୀ ଥିଲା । ସେନର୍ ରାଜା ମହାରାଏଜ୍ ସାଏକଁର୍ ଦୁଇଟା ଟୁକେଲ୍ ଥିବାର୍ ନୁ ସେ ବୀର୍ ସୁରାନ୍ଦ୍ର ସାଏକୁଁ ନିଜର୍ ପୌଷ୍ୟ ପୁତ୍ର କରିଥିଲେ । ସେ ରାଜବଂଶର୍ ଉତ୍ତରାଧିକାରୀ ହିସାବେ ସବୁ ଦ୍ୱାୟିତ୍ୱ ନେଇଥିବାର୍ ନୁ ତାହାକୁଁ ‘ସାଏ’ ଉପାଧି ଦିଆଯାଇଥିଲା ।

ଆମର୍ ଦେଶେ ଇଂରେଜ୍ ମାନକଁର୍ ଶାସନ୍ ଚାଲିଥିବାର୍ ସମିଆନେ ସେ ନିଜର୍ ମାଁ ମାଏଟ୍ ଆର୍ ଦେଶ୍ ଲାଗି ଜୀବନ୍ ସରବାର୍ ତକ୍ ଲଢିଥିଲେ । ସେ ଗୁଟେ ରାଜପରିବାର୍ ନେ ଜନମ୍ ନେଇଥିନବାର୍ ବେଲ୍‌କେ ନିଜର୍ ଅଧିକାର୍ ଲାଗି ସେ ଇଂରେଜ୍ ସରକାର୍‌କଁର୍ ବିରାଧ୍ ନେ ଲଢେଇ ଆରମ୍ଭ କରିଥିଲେ । ସେ ୧୮୨୭ ନୁ ୧୮୪୦ ଆର୍ ୧୮୫୭ ନୁ ୧୮୬୪ ମସିହା ଧରିକରି କୁଡେ ବରଷ୍ ଟେ ନିଜର୍ ମାଁ ମାଏଟ୍ ଲାଗି ଲଢିଥିଲେ । ୧୮୫୭ ମସିହା ନେ ଯେତେବେଲେ ସିପାହୀ ବିଦ୍ରୋହ୍ ଚାଲିଥିଲା ସେତେବେଲେ ସେ ହଜାରୀବାଗ୍ ଜେଲ୍ ର ତାଲା ଭାଙ୍ଗି କରି ନିଜର୍ ଜନମ୍ ମାଏଟ୍ କେ ଫିରି ଆସିଥିଲେ । ସବୁଆଡେ ସିପାହି ବିଦ୍ରୋହ୍ ଚାଲିଥିବାର୍ ବେଲେ ଇଂରେଜ୍ ମାନେ ତାହାକେ ଚାପି ଦେଇଥିଲେ ହେଲେ ସମ୍ବଲପୁର୍ ନେ ଇଟା ସମ୍ଭବ ନାଇ ହେଇପାରିଥାଇ । ବୀର୍ ସୁରେନ୍ଦ୍ର ସାଏକଁର୍ ନେତୃତ୍ୱ ନେ ସେ ଅଂଚଲର୍ ବିଦ୍ରୋହୀ ମାନେ ଇଂରେଜ୍ ମାନକଁର୍ ବିରାଧ୍ ନେ ମାଁ ସମଲେଇକଁର୍ ଆର୍ଶିବାଦ୍ ନେଇକରି ଲଢେଇ ଆରମ୍ଭ୍ କରିକିନା ରାଜ୍‌ବାଟୀ କେ ଦଖଲ୍ କରିଥିଲେ ।

ସମ୍ବଲପୁରେ ସିପାହୀ ବିଦ୍ରୋହ୍ ଇ ପ୍ରକାରର୍ ଜୋର୍ ଧରିଥିବାର୍ ନୁ ଇଂରେଜ୍ ମାନେ ମୁଡେ ହାଥ୍ ଦେଇଥିଲେ । ବୀର୍ ସୁରେନ୍ଦ୍ର ସାଏକଁର୍ ଇଂରେଜ୍ ବିରାଧ୍ ନେ ଳଢେଇ ‘ଉଲ୍‌ଗୁଲାନ୍‌’ ଥି ତହାକୁଁ ସମର୍ଥନ୍ କର୍‌ବାର୍ ଲାଗି ଲଖନ୍‌ପୁର୍ ,ଘେଁସ୍‌,ଭେଡେନ୍ , ଖର୍‌ସେଲ୍‌, କୋଲାବିରା ,ଲୋଇସିଂହା ଆଦି ଅଂଚଲର୍ ଜମିଦାର୍ ଆର୍ ଲୋକମାନେ ଆଗ୍‌କେ ଆସିଥିଲେ ଆର୍ ତାକଁର୍ ଜୀବନ୍ କେ ବାଜି ଲଗେଇଥିଲେ । ସୁରେନ୍ଦ୍ର ସାଏକୁଁ ତାକଁର୍ ଲଢେଇ ନେ ତାକଁର୍ ପରିବାର୍ ଲୁକେ ଆର୍ ତାକଁର୍ ଭାଇ ମାନେ ସମର୍ଥନ୍ କର୍‌ବାର୍ ସାଙ୍ଗେ ତାକଁର୍ ଅଂଚଲ୍ ର୍‌୍ ଜମିଦାର୍‌, ଗାଁର୍ ମୁଖିଆ , ଆଦିବାସୀ (ଗଣ୍ଡ୍ , ବିଂଝଲ୍‌,କନ୍ଧ ଆର୍ ଚୌହାନ୍ ) ଲୋକ୍‌ମାନେ ବି ସମର୍ଥନ୍ କରିଥିଲେ । । ସେ କୁଡେ ବରଷ୍ ତକ୍ ଇଂରେଜ୍ ମାନକଁର୍ ବିରାଧ୍ ନେ ଲଢେଇ କରିଥିବାର୍ ବେଲ୍‌କେ ତାକଁର୍ ନିଡର୍ ଗୁଣ୍ ଆର୍ ପରାକ୍ରମ୍ ଲାଗି ସେ ଲୁକକଁର୍ ମନେ ଗୁଟେ ଅଲ୍‌ଗା ଜାଗା କରିଛନ୍ । ତାହାକଁର୍ ନେତୃତ୍ୱନେ ବିପ୍ଲବୀ ମାନେ ଲଢେଇ କରିଥିଲେ ଆର୍ ନିଜର୍ ଦେଶ୍ ଆର୍ ମାଁ ମାଏଟ୍ ଲାଗି ନିଜର୍ ଜୀବନ୍ ହାରିଥିଲେ ।

ସେ ନିଜର୍ ଜୀବନ୍ ର ୩୭ ବରଷ୍ କାରାଗାର୍ ନେ କାଟିଥିଲେ । ଆର୍ ଶେଷେ ସେ ୧୮୮୪ ମସିହା ଫେବ୍ରୁଆରି ୨୮ ତାରିଖ୍ ଦିନ ଅସୁର୍‌ଗଡ ଦୁର୍ଗ ନେ ବନ୍ଦୀ ଥିବାର୍ ବେଲ୍‌କେ ଇ ମହାନ୍ ସଂଗ୍ରାମୀ ନିଜର୍ ଶେଷ୍ ନିଶ୍ୱାସ୍ ଛାଡିଥିଲେ । ତହାକଁର୍ ସ୍ମୃତି ଥି ତହାକଁର୍ ନାଁ ଥି ମେଡିକାଲ୍ କଲେଜ୍ , ଇଂଜିନିୟରିଂ କଲେଜ୍‌, ଆର୍ ଝାରସୁଗୁଡା ର୍ ବିମାନ ବନ୍ଦର୍ କେ ନାମିତ୍ କରାଯାଇଛେ । ତାକଁର୍ ଜୀବନ୍ ର୍ ୩୭ ବରଷ୍ ର କାରାଗାର୍ ଯେନଟାକି ଖାଲି ଭାରତ୍ ର ଇତିହାସ୍ ର ନାଁ ନାଇ ପୁରା ବିଶ୍ୱ ର୍ ଇତିହାସ୍ ନେ ଜଣେ ବଡ ସ୍ୱାଧୀନତା ସଂଗ୍ରାମୀ ହିସାବେ ତାକଁର୍ ନାଁ ରହିଛେ । ସେଥିର୍ ଲାଗି ଆଏଜ୍ ତହାକଁର୍ ଜନମ୍ ଦିବସ୍ ନେ ତାହାକଁର୍ ସାହାସିକତା କେ ସୋର୍ କରୁଛନ୍ ଆମର୍ ପଶ୍ଚିମ୍ ଓଡିଶାର୍ ଲୋକ୍ ।