ଆସୁଛେ ବାତ୍ୟା ‘ନିଭାର’

ପୁଡୁଚେରୀ ଆର୍‌ ତାମିଲନାଡୁନେ ହେବା ବତ୍ୟାର୍‌ ଅଧିକା ପ୍ରଭାବ୍

0

ବଙ୍ଗୋପ୍‌ସାଗର୍‌ନେ କାଲି ଲଘୁଚାପ ହେବାର୍‌ ଉତାରୁ ବାତ୍ୟାର୍‌ ବଡ୍‌ ରୂପ୍‌ ନେଇଛେ । ୨୫ ତାରିଖ୍‌ ନେ ପୁଡୁଚେରୀ ଆର୍‌ ତାମିଲ୍‌ନାଡୁ ନେ ୧୦୦ ନୁ ୧୧୦ କିମି ତକ୍‌ ପବନ ବହେବାର୍‌ ସାଙ୍ଗେ ବାତ୍ୟାର୍‌ ରୂପ୍‌ ନେବା ବାତ୍ୟା ‘ନିଭାର୍‌ ‘ । ବାତ୍ୟାର୍‌ ଗତି ଧୀରେ ଧୀରେ ପଶ୍ଚିମ୍‌ ଆଡେ ହେଇଥିବାର୍‌ନୁ ଆଜି ସକାଲୁ ପଡୁଚେରୀନୁ ୫୫୦ କିମି ଆର୍‌ ଦକ୍ଷୀନ୍‌ ପୁର୍ବ ଚେନ୍ନାଇନୁ ୫୯୦ କିମି ଦୁରେ ରହିଥିବାର୍‌ନୁ ଆଏବାର୍‌ ୨୪ ଘଣ୍ଟା ନେ ଇଟା ବାତ୍ୟାର୍‌ ରୂପ୍‌ ନେବା ।

 

ଆଏବାର୍‌ ୨୫ ତାରିଖ୍‌ନେ କରାଇକଲ୍‌ ଆର୍‌ ମାମାଲ୍ଲାପୁରମ୍‌ନେ ବହୁତ୍‌ ଭୟଙ୍କର୍‌ ବାତ୍ୟାର୍‌ ରୂପ୍‌ ନେଇକରି ପୁଡୁଚେରୀ ଆର୍‌ ତାମିଲ୍‌ନାଡୁ ଦେଇକରି ଅତିକ୍ରମ୍‌ କରବା । ବାତ୍ୟା ନିଭାର୍‌ ର ପ୍ରଭାବ୍‌ ଓଡିଶାର୍‌ କିଛିଟା ଯାଗାନେ ଭିଲ୍‌ ଦେଖ୍‌ବାର୍‌କେ ମିଲ୍‌ବା । ଓଡିଶାର୍‌ ମାଲକାନ୍‌ଗିରି, ରାୟଗଡା,ଗଜପତି,କୋରାପୁଟ, ଗଞ୍ଜାମ୍‌ ଆର୍‌ କନ୍ଧମାଲ ନେ ବର୍ଷା ହେବା ଆର୍‌ ୨୬ ତାରିଖ୍‌ ନେ ତାର୍‌୍‌ ପରିମାଣ୍‌ ବଢବା ବୋଲି ରାଜ୍ୟ ପାଣିପାଗ୍‌ ବିଭାଗ୍‌ ଆଡୁ ସୂଚନା ମିଲିଛେ । ବାତ୍ୟା ର୍‌ ପ୍ରଭାବ୍‌ ଲାଗି ୨୪ନୁ ୨୭ ତାରିଖ୍‌ ତକ୍‌ ରାଜ୍ୟର୍‌ ଦକ୍ଷୀଣ , ପଶ୍ଚିମ୍‌ ଜିଲ୍ଲା ଜଗତସିଂପୁର୍‌ , ଖୋର୍ଦ୍ଧା, ପୁରୀ, ଗଞ୍ଜାମ୍‌ ଆର୍‌ ସମ୍ବଲପୁର୍‌ ନେ ଭିଲ୍‌ ହାଲକା ବର୍ଷା ହେବାର୍‌ ସାଙ୍ଗେ କୋହଲା ପାଗ୍‌ ରହେବା । ଗଲା ୨୪ ଘଣ୍ଟାନେ କେନ୍ଦୁଝର୍‌ ଜିଲ୍ଲାର୍‌ ଘଟଗାଁ ନେ ୬.୪ ମିମି ର୍‌ ବର୍ଷା ହେଇଥିବାର୍‌ ବେଲେ ରାଜ୍ୟର୍‌ ବାକି ସବୁ ଜିଲ୍ଲାନେ ଶୁଖା ପାଗ୍‌ ରହିଛେ ।

Leave A Reply

Your email address will not be published.