ଜିଏସ୍‌ଟି ଠକେଇ ମାମଲାନେ ଆର ଜନେ ଗିରଫ୍‌

ରାଉରକେଲାର ସନ୍ତୋଷ କୁମାର ଗୁପ୍ତା ଗିରଫ୍‌, ୪୪ କୋଟି ୬୬ ଲାଖ୍ ଆଇଟିସି ଟଙ୍କା ହଡପ୍ ଅଭିଯୋଗ

0

ରାଉରକେଲାନେ ଜିଏସ୍‌ଟି ଠକେଇ ଘଟନାନେ ଆର ଜନକୁ ଗିରଫ୍‌କରିଛେ ଡିଜିଜିଆଇ । ଜନେ ବେବସାୟୀକୁଁ ଜିଏସଟି ଠକେଇ ଅଭିଯୋଗନେ ଗିରଫ କରାଯାଇଛେ । ଗିରଫ୍ ଅଭିଯୁକ୍ତ ହେଲେ ରାଉରକେଲା ବାସନ୍ତୀକଲୋନୀର ସନ୍ତୋଷ କୁମାର ଗୁପ୍ତା । ଗିରଫ୍ ଉତାରୁ ରାଉରକେଲା ଏସଡିଜିଏମ୍ କୋର୍ଟନେ ହାଜର କରାଯାଇଥିବାର ବେଲକେ ଜାମିନ୍ ନାମଂଜୁର ହେଇଥିଲା ।

ସେଆଡେ ଅଏତକା ପଚରାଉଚୁରା ଲାଗି ଜିଏସଟି କତ୍ତୃପକ୍ଷ ୧୪ ଦିନିଆ ରିମାଣ୍ଡନେ ନେଇଛନ୍ ସନ୍ତୋଷକୁଁ । ସନ୍ତୋଷ୍ ଜାଲ୍ କାଗଜ ପତର କରିକିନା ନକଲି ବେଙ୍କ ଆକାଉଣ୍ଟଖୁଲିଥିଲେ । ଇ ଆକାଉଣ୍ଟ ଆଡୁ ୨୬୨ କୋଟିର ବେପାର କରିଥିଲେ । କେନସି ସାମାନ୍ ନା ଘିନିଥିଲେ ନା ହିଁ ବିକିଥିଲେ, ସେ ଜାଲ୍ ଇନ୍‌ଭଏସ୍ କରିକିନା ଏନ୍ତା ଠକିଥିବାର ଜନାପଡିଛେ । ୨୬୨ କୋଟିର ବେପାର ଦେଖେଇକରି ୪୪ କୋଟି ୬୬ ଲାଖ୍ ଆଇଟିସି ଟଙ୍କା ହଡପ୍ କରିଥିଲେ । ଇ ମାମଲାନେ କେନ୍ଦ୍ରୀୟ ଜିଏସ୍‌ଟି ଗୁଇନ୍ଦା ବିଭାଗ ନଜରକେ ଆଏଲା ଉତାରୁ ତଦନ୍ତ କରାଯାଇଥିଲା ।

ସନ୍ତୋଷକଁର ନାଁନେ ୧୦ଟା ଜାଲ୍ ଫାର୍ମ ରହିଥିବାର ତଦନ୍ତନୁ ସାମ୍ନାକେ ଆସିଛେ । ୨୦୧୭ ଜୁଲାଇ ମାସନୁ ଜିଏସ୍‌ଟି ଲାଗୁ ହେବାର ମାତ୍ର ଷ୍ଣ ଦିନ୍ ଇସ୍ପାତସହରନେ ଜିଏସ୍‌ଟି ଆଇଟିସି ଟଙ୍କା ଲୁଟ୍ ଧୀରେ ଧୀରେ ଆରମ୍ଭ ହେଇଥିଲା । ଜିଏସଟି ଠକେଇନେ କେତନି ବେବସାୟୀକଁର ହାତ୍ ଥିବାର ବେଲକେ ପହେଲା କରି ୨୦୧୮ନେ ଦୁଇ ଜନ୍‌କୁ ଇ ମାମଲାନେ ଗିରଫ୍ କରାଯାଇଥିଲା । ସନ୍ତୋଷକୁଁ ମିଶେଇକରି ଇହାଦେ ତକ୍ ଜିଏସ୍‌ଟି ଠକେଇ ମାମଲାନେ ୧୧ ଜନ୍‌କୁ ଗିରଫ୍ କରାଯାଇ ସାରଲାନ ରାଉରକେଲାନ । ସହରନେ ଜିଏସଟି ଠକେଇ ମାମଲା ବଢି ବଢି ଯାଉଥିବାର ବେଲକେ ଇଥରେ ଗରିବ ଲୁକକଁର ନାଁ ଦେଇକରି ପାର ହେଇଯାଉଛନ୍ ଇ ଜାଲ୍ ବେବସାୟୀମାନେ ।

ଆଘୋନୁ ରାଉରକେଲାନେ ଜଲଖିଆ ଦୁକାନୀ, ଅଟୋ ଡ୍ରାଇଭର, ଚା ଦୁକାନୀ, ପରିବା ଦୁକାନୀ, କଲେଜ ଛାତ୍ରଛାତ୍ରୀକଁର ନାଁନେ ଫେକ୍ ଆକାଉଣ୍ଟ ଖୁଲିକରି ଠକେଇ କରାଯାଉଥିବାର ଘଟନା ସାମ୍ନାକେ ଆସିଛେ । ଗଲା କିଛି ଦିନ୍ ତଲେ ପରିବା ଦୁକାନୀକଁର ନାଁନେ ୧୦କୋଟି ଟଙ୍କାର ଜିଏସଟି ଠକେଇ ମାମଲା ନେଇକରି ନୋଟିସ୍ ଆସିଥିବାର ଅଭିଯୋଗ ହେଇଥିଲା । ଫେକ୍ ଆକାଉଣ୍ଟ ଖୁଲିକରି କୋଟି କୋଟି ଟଙ୍କାର ଜିଏସଟି ଠକେଇ କରାଯାଉଥିବାର ଘଟନା ଇହାଦେ ରାଉରକେଲାନେ ଚର୍ଚ୍ଚା ବନିଛେ ।

Leave A Reply

Your email address will not be published.