ବରଗଡ଼ ଚାଷୀକଁର ଲାଗି ୩୪୦ କୋଟି ଟଙ୍କା

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକେ କ୍ୟାବିନେଟ୍ ବୈଠକନେ ମୋହର

0

ବରଗଡ଼ ଜିଲ୍ଲାନେ ଜଳସେଚନ୍ ଲାଗି ଖର୍ଚ୍ଚା ହେବା ୩୪୦ କୋଟି ଟଙ୍କା । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକେ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକନେ ମୋହର ଲଗେଇଛନ୍ । ରାଜ୍ୟର ଭାତହାଁଣ୍ଡି କୁହାଯାଉଥିବାର ବରଗଡ଼ ଜିଲ୍ଲାର ଚାଷୀ ଏତକର ସୁବିଧାନେ ଚାଷ ଲାଗି ପାଏନ୍ ପାଇପାରବେ । ମଙ୍ଗଳବାର ବରଗଡ଼ ଜିଲ୍ଲାପାଳକଁର ସମ୍ମିଳନୀ କୁଠରୀନେ ଜିଲ୍ଲାର ଚାଷୀକଁର ଲାଗି ଇ ଟଙ୍କା ଅନୁମୋଦନ୍ କରାଯାଇଛେ । ଇ ବୈଠକନେ ମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ଆରୁ ବରଗଡ଼ ବିଧାୟକ ଦେବେଷ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । ଇ ଜଳସେଚନ ପ୍ରକଳ୍ପ ଆଡୁ ୩୪ କିଲୋମିଟର ତକ୍ ପାଇପ୍ ବିଛାବାର ଲାଗି ଅତିରିକ୍ତ ୩୪୦ କୋଟି ଟଙ୍କା ମଂଜୁର କରିଛନ୍ ମୁଖ୍ୟମନ୍ତ୍ରୀ । ଆଘୋନୁ ମୁଖ୍ୟମନ୍ତ୍ରୀ ଇଥିର ଲାଗି ୧୧୩୮ କୋଟି ଟଙ୍କା ମଂଜୁର କରିସାରିଥିଲେ ।

Leave A Reply

Your email address will not be published.