‌ନୂଆ ସଂସଦ୍‌ ଭବନ୍‌ର ମାଏଟ୍‌ ପୂଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଲାଗି ନୁଆ ଦିଲ୍ଲୀ ନେ ଗୁରୁବାର୍‌ ଦିନ ଶିଲାନ୍ୟାସ କରିଛନ୍‌ । ପହେଲାନୁ ନୁଆ ସଂସଦ ଭବନ କେ ନେଇକରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିବାର୍‌ ବେଲେ ଗୁରୁବାର୍‌ ଦିନ ତାର ଭୁମି ପୂଜା ହେଇଛେ । ପ୍ରଧାନମନ୍ତ୍ରୀ ତାକଁର ଉଦ୍‌ବୋଧ୍‌ନ୍‌ ଭାଷଣ୍‌ ନେ କହିଥିଲେ ଯେ ‘ସେଣ୍ଟ୍ରାଲ୍‌ ଭିସ୍ତା’ ଯୋଜନାର୍‌ ଅଂଶ ହିସାବେ ନୂଆ ସଂସଦ ଭବନ ଆତ୍ମନିର୍ଭର୍‌ ଭାରତ ର ସାକ୍ଷୀ ହେବା । ସ୍ୱାଧୀନତା ଉତାରୁ ହେବାର୍‌ କେ ଯାଉଥିବାର୍‌ ନୂଆ ସଂସଦ ଭବନ ଦେଶ୍‌କେ ନୂଆ କରି ଗଢବାର୍‌ ଥି ସହାୟକ୍‌ ହେବା ।

 

ସଂସଦ ଭବନ୍‌ ହେଉଛେ ଦେଶର୍‌ ଉନ୍ନତି, ଆଶା ଆକାଂକ୍ଷା ର ପ୍ରତୀକ୍‌ ବଲିକରି ସେ ଭାଷଣ୍‌ ଥି କହିଥିଲେ । ତାକଁର୍‌ କହେବାର୍‌ ହିସାବେ ପୂରନା ସଂସଦ ଭବନର୍‌ ମରାମତି କର୍‌ବାକେ ଚେଷ୍ଟା କରିଥିଲେ ବି ହେବାର୍‌ କେ ଯାଉଥିବାର୍‌ ନୂଆ ସଂସଦ ଭବନ ଭାରତ କେ ଆତ୍ମନିର୍ଭର ଶୀଲ କରବା ଆର୍‌ ସେଟା ଏକବିଂଶ ଶତାଦ୍ଦୀନେ ଭାରତ କେ ଗୁଟେ ନୂଆ ପରିଚୟ ଦେବା । ଭୂମି ପୂଜନ ଲାଗି ଶୃଙ୍ଗେରୀ ମଠ୍‌ନୁ ୬ଜନ ଦେହେରୀ ଆସିଥିଲେ ଆର୍‌ ଭୂମି ପୂଜାର ପୂଜା ବିଧି କରିଥିଲେ ଆର୍‌ ତାର୍‌ ସାଙ୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୋମ୍‌ ନେ ଆହୁତି ଦେଇଥିଲେ । ନୂଆ ସଂସଦର ଭୂମି ପୂଜନ ନେ ବହୁତ୍‌ ରାଜନୈତିକ ଦଲର୍‌ ନେତା , କେନ୍ଦ୍ରମନ୍ତ୍ରୀ ଆର୍‌ ରାଷ୍ଟ୍ରଦୂତ ମାନେ ଭିଲ୍‌ ଯୋଗ୍‌ ଦେଇଥିଲେ ।