ଆଜିନୁ ରାଜ୍ୟ ବଜେଟ୍ ଅଧିବେଶନ୍‌

ରାଜ୍ୟପାଳକଁର ଅଭିଭାଷଣନୁ ଆରମ୍ଭ ହେଲା ଇ ବଛରର ପହେଲା ବିଧାନସଭା ଅଧିବେଶନ୍

0

ଆଜିନୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ୍ । ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲକଁର ଅଭିଭାଷଣନୁ ଆରମ୍ଭ ହେଇଛେ ଇ ବଛରର ପହେଲା ବଜେଟ୍ ଅଧିବେଶନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ଆଏଜ୍ ଅଧିବେଶନ୍‌ନେ ଉପସ୍ଥିତ ରହିଥିଲେ । ପହେଲା ରାଜ୍ୟପାଳକୁଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଆଏବାର ୨୨ ତାରିଖନେ ବଜେଟ୍ ଉପସ୍ଥାପନ୍ କରାଯିବାକେ ଥିବାର ବେଲକେ ୨୭ ତାରିଖ ତକ୍ ପହେଲା ଖେପ୍ ଅଧିବେଶନ୍ ଚାଲବା । ବଜେଟ୍ ଅଧିବେଶନ୍‌ର ପହେଲା ଦିନନେ ଆଘରର ଦିବଙ୍ଗତ୍ ସଦସ୍ୟ ମାନକୁଁ ଶ୍ରଦ୍ଧାଞ୍ଜଲି ଦିଆଯାଇଥିଲା । ସହିଦ୍ ଯବାନ ଆରୁ କରୋନା ଯୋଦ୍ଧାକୁଁ ଭିଲ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ରାଜ୍ୟପାଳ ନିଜର ଅଭିଭାଷଣନେ ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ କଥା ରଖିଥିଲେ । ରାଜ୍ୟ ସରକାର ସବୁ ବର୍ଗର ଲୋକମାନକଁର ଲାଗି କାମ୍ କରୁଛନ୍ ଆରୁ ଛୁଆ, ଗର୍ଭବତୀକୁଁ ଖାଦ୍ୟ ବାଣ୍ଟୁଛନ୍ ବଲି କହିଛନ୍ । ସ୍ୱାସ୍ଥ୍ୟ ସେବାନେ ରାଜ୍ୟ ସଫଲ ହେଇଛେ । ସୁନ୍ଦରଗଡ଼ନେ ହେବାକେ ଥିବାର ଦେଶର ସବୁନୁ ବଡ ହକି ଷ୍ଟାଡିୟମ୍ କଥା ଭିଲ୍ କହିଛନ୍ ରାଜ୍ୟପାଳ । କ୍ଷୁଦ୍ର ଆର ଅତିକ୍ଷୁଦ୍ର ଶିଳ୍ପର ବିକାଶ ଦିଗନେ ସରକାର କାମ୍ କରୁଛନ୍ । ଓଡ଼ିଶା ହସ୍ତତନ୍ତ ପ୍ରଚାର ପ୍ରସାର ଲାଗି ଫ୍ଲିପକାର୍ଟ ସାଙ୍ଗେ ପର୍ଯ୍ୟଟନ୍ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର କାମ୍ କରୁଛନ୍ । ୫ ହଜାର କିଲୋମିଟରନୁ ଅଏତକା ଗ୍ରାମ୍ୟ ସଡକ ନିର୍ମାଣ ହେଇଛେ । ରାଜ୍ୟନେ ନୂଆଁ ବିମାନ ବନ୍ଦର ତିଆର ଲାଗି ସରକାର ଚେଷ୍ଟା କରୁଛନ୍ ଆରୁ ଝାରସୁଗୁଡ଼ା ବିମାନ ବନ୍ଦର କାର୍ଯ୍ୟକ୍ଷମ୍ ହେଇଛେ ବଲି କହିଛନ୍ ରାଜ୍ୟପାଳ ।

Leave A Reply

Your email address will not be published.